ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ ତୈଳ ଓ ପ୍ରାକୃତିକ ବାଷ୍ପ ପରିବହନଜନିତ ଅଚଳାବସ୍ଥା ଯୋଗୁ କ୍ରୁଡ୍‌ ମୂଲ୍ୟ ବଢ଼ିଥିଲା, ସେହି ଜଳପଥ ଏବେ ପୁଣି ଭୂରାଜନୈତିକ ଉତ୍ତେଜନାରେ ଛନ୍ଦିହୋଇଯାଇଛି। ଇରାନ୍‌ ହର୍ମୁଜ୍‌ ପ୍ରଣାଳୀକୁ ଖୋଲିବ ନାହିଁ ବୋଲି ପଣ କରିଛି। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ହେଉଛି ପ୍ରଣାଳୀକୁ ଖୋଲିବ ନାହିଁ ବୋଲି ପଣ କରିଛି। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ହେଉଛି ବିଶ୍ୱର ଏକ ପ୍ରମୁଖ ତୈଳ ପରିବହନ ଚୋକ୍‌ପଏଣ୍ଟ। ଏହି ଜଳପଥ ଦେଇ ଭାରତ, ଚାଇନା ଓ ଜାପାନ ସମେତ ବିଶ୍ୱର ବିଭିନ୍ନ ଭାଗକୁ ୩୦% କ୍ରୁଡ୍‌ ଅଏଲ୍‌ ଯାଇଥାଏ। କେପ୍‌ଲର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଅସ୍ତ୍ରବିରତି ଘୋଷଣା କରାଯିବା ପରେ ମଧ୍ୟ ଏହି ଜଳପଥ ଦେଇ ଜାହାଜଗୁଡ଼ିକ ଯିବାକୁ ଚାହୁଁ ନାହାନ୍ତି।

ହର୍ମୁଜ୍‌ରେ ଅଚଳାବସ୍ଥା ଯୋଗୁ ତୈଳ ଦର ପୁଣି ବଢ଼ିଛି। ଗୁରୁବାର ୟୁଏସ୍‌ କ୍ରୁଡ୍‌ ଅଏଲ୍‌ ମୂଲ୍ୟରେ ୬.୮% ବୃଦ୍ଧି ଘଟିଛି। ଏହା ବ୍ୟାରେଲ ପିଛା ୧୦୦.୭୯ ଆମେରିକୀୟ ଡଲାର ଅତିକ୍ରମ କରିଛି। ସେହିପରି ବ୍ରେଣ୍ଟ କ୍ରୁଡ୍‌ରେ ମଧ୍ୟ ୩.୭% ବୃଦ୍ଧି ଘଟିବାରୁ ଏହା ବ୍ୟାରେଲ ପିଛା ୯୮.୨୪ ଡଲାରରେ ବିକ୍ରି ହେଉଛି। ଯୁଦ୍ଧ ପୂର୍ବରୁ ବ୍ରେଣ୍ଟ ମୂଲ୍ୟ ୭୦ ଡଲାର ଥିବାବେଳେ ସଂଘର୍ଷ ବେଳେ ସର୍ବାଧିକ ୧୧୯ ଡଲାରକୁ ବଢ଼ିଥିଲା। ବର୍ତ୍ତମାନର ସ୍ଥିତି ଲାଗି ରହିଲେ ତୈଳ ମୂଲ୍ୟ ପୁଣି ଆକାଶଛୁଅଁା ହୋଇପାରେ ବୋଲି ବଜାର ବିଶେଷଜ୍ଞ ମତ ଦେଉଛନ୍ତି।
ଭାରତ ଡଲାରରେ ତୈଳ ମୂଲ୍ୟ ପଇଠ କରୁଥିବାରୁ ଟଙ୍କା ଉପରେ ଏହାର ପ୍ରଭାବ ପଡ଼ିଛି। ଗୁରୁବାର ସେସନ୍‌ରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୯ ପଇସା ଦୁର୍ବଳ ହୋଇଛି। ଆମେରିକୀୟ ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ୯୨.୬୩ ରହିଛି। ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜ ଖୋଲିବା ପରେ ଟଙ୍କା ୯୨.୯୨ ସ୍ତରକୁ ଖସିଥିଲା। ପରେ ଏହା ୯୨.୬୩ରେ ସ୍ଥିର ରହିଥିଲା। ଭୂରାଜନୈତିକ ଅସ୍ଥିରତା ଏବେ ମଧ୍ୟ ଜାରି ରହିଥିବାରୁ କିଛି ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଟଙ୍କାର ଦୁର୍ବଳତା ଲାଗି ରହିବ ବୋଲି ଫରେକ୍ସ ଟ୍ରେଡର୍ସ କହିଛନ୍ତି।
ସେହିପରି ଭାରତୀୟ ଶେୟାର ବଜାର ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ନିଫ୍ଟି ୨୨୫ ପଏଣ୍ଟ (୦.୯୩%) ହ୍ରାସ ପାଇ ୨୩,୭୭୫କୁ ଖସିଥିବାବେଳେ ସେନ୍‌ସେକ୍ସ ୯୫୦ (୧.୨%) ପଏଣ୍ଟ ହ୍ରାସ ପାଇ ୭୬,୬୩୧କୁ ଖସିଛି। ବିଗତ ୫ ସେସନ୍‌ର ଲାଭ ଦିନକରେ ଉଭାନ୍‌ ହୋଇଯାଇଛି। ବିଦେଶୀ ସଂସ୍ଥାଗତ ନିବେଶକ ୧,୭୧୧ କୋଟି ଟଙ୍କାର ଷ୍ଟକ୍ସ ବିକ୍ରି କରିଥିବାବେଳେ ଭାରତୀୟ ନିବେଶକମାନେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri