ରାଜଧାନୀରେ ଉପୁଜିପାରେ କଞ୍ଚା ପରିବା ସଙ୍କଟ

ଭୁବନେଶ୍ୱର, ୧୭।୧୦ (ବନ୍ଦନା ସେଠୀ):ଆସନ୍ତା ୨୦ ତାରିଖରୁ ରାଜଧାନୀରେ କଞ୍ଚା ପରିବା ସଙ୍କଟ ଦେଖାଦେଇପାରେ। କାରଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ ସମେତ ଆଖପାଖ ଅଞ୍ଚଳ ତଥା ଜିଲାବାସୀ ପ୍ରଭାବିତ ହେବେ। ୟୁନିଟ-୧ ପରିବା ହାଟ ରାସ୍ତାକୁ ବେଆଇନ ଅବରୋଧ କରାଯାଇଥିବାରୁ ଏହାର ପ୍ରତିବାଦରେ ମହାସଂଘ ଏହି ଆନ୍ଦୋଳନ ଡାକରା ଦେଇଛି।
ରାଜମହଲରୁ ଷ୍ଟେଟ୍‌ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ ଗଳି ହେଉଛି ୟୁନିଟ୍‌-୧ ହୋଲସେଲ ପରିବା ମାର୍କେଟକୁ ଯିବାର ଏକମାତ୍ର ରାସ୍ତା। ମାତ୍ର ଉକ୍ତ ରାସ୍ତାରେ ବେଆଇନ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ ଗେଟ ଏବଂ ତୋରଣ ଲାଗିବା, ମୂର୍ତ୍ତି ବିକ୍ରି, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡି ମଧ୍ୟକୁ ଭାରିଯାନ ଚଳାଚଳରେ ଅସୁବିଧା ହେଉଛି। ତେଣୁ ସମ୍ପୃକ୍ତ ରାସ୍ତାକୁ ଅବରୋଧମୁକ୍ତ କରିବା, ୧ନଂ. ହାଟରେ ୯ ମହଲା ବିଶିଷ୍ଟ ମାର୍କେଟ କମ୍ପେକ୍ସ ନ କରି ୨ମହଲା ବିଲ୍ଡିଂ ନିର୍ମାଣ କରିବା, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ହାଟରେ ଥଇଥାନ କରିବା, ପରିବା ମାର୍କେଟକୁ ଭଗବାନପୁରକୁ ସ୍ଥାନାନ୍ତର କରିବା, ଅସ୍ଥାୟୀ ପ୍ଲାଷ୍ଟିକ ବଜାର, ଶୀତବସ୍ତ୍ର ବଜାର ବନ୍ଦ କରିବା ଆଦି ୧୦ଦଫା ଦାବି ନେଇ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ତେବେ ଏ ସମ୍ପର୍କରେ ଖବର ପାଇବା ପରେ ସୋମବାର ବିଏମ୍‌ସି ଜେଡିସି ଓ ଡେପୁଟି କମିଶନର (ମାର୍କେଟ) ଅଶୋକ ଲେଙ୍କା ହାଟକୁ ଆସି ସଂଘ ସହିତ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ତେବେ ମହାସଂଘର ଦାବି ପୂରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାରୁ ୨୦ରୁ ହୋଲ୍‌ସେଲ ପରିବା ବିକ୍ରି ବନ୍ଦ ହେବ ବୋଲି ମହାସଂଘ ସଭାପତି କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ହୋଲ୍‌ସେଲ ପରିବା ହାଟକୁ ପ୍ରତିଦିନ କୋଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ୨୦୦ରୁ ଅଧିକ କଣ୍ଟେନର, ଟ୍ରକ୍‌ ଭଳି ବଡ ଗାଡ଼ିରେ ପରିବା ଆସେ। ଏଠାରୁ ହୋଲ୍‌ସେଲ୍‌ରେ କିଣି ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ଜିଲା ଓ ଅନ୍ୟ ସ୍ଥାନରେ ବିକ୍ରି କରିଥାନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପେଟପାଟଣା ଏହି ହାଟ ସହିତ ଜଡିତ ଅଛି। ମାତ୍ର ରାସ୍ତା ଜବରଦଖଲ ଯୋଗୁ ଗତ ୩ଦିନ ହେବ ପରିବା ହାଟକୁ ଗାଡି ଆସିପାରୁନାହିଁ। ମହାସଂଘ ବିପରୀତ ଦିଗରେ ଥିବା ଆବାସିକ ଅଞ୍ଚଳ ଦେଇ ଗାଡି ଆଣିବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି। ଫଳରେ ହାଟ ଭିତରକୁ ପରିବା ପଶିବା ଅସମ୍ଭବ ହୋଇପଡିଛି। ଏନେଇ ମହାସଂଘ ପକ୍ଷରୁ ବିଏମସି ଓ ପୋଲିସକୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ହାଟ ବନ୍ଦ ହେଲେ ବାହାର ରାଜ୍ୟରୁ ଗାଡ଼ି ଆସିବ ନାହିଁ କିମ୍ବା ମାର୍କେଟରୁ ଅନ୍ୟ ଜିଲାକୁ ଗାଡ଼ି ଯିବ ନାହିଁ ବୋଲି ସ୍ବାଇଁ କହିଛନ୍ତି। ଅପରପକ୍ଷେ ଆନ୍ଦୋଳନ ନ କରିବାକୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ। ମଙ୍ଗଳବାର ଆଉଥରେ ବ୍ୟବସାୟୀଙ୍କ ସହିତ ଆଲୋଚନା ହେବାର ଅଛି। ପୂଜା ଯେପରି ବନ୍ଦ ହେବନାହିଁ ଏବଂ ବ୍ୟବସାୟୀମାନେ ହଇରାଣ ହେବେନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ହାଟ ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା ଠିକ୍‌ ନୁହେଁ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ବିଭିନ୍ନ ଦାବି ନେଇ ୟୁନିଟ-୧ ହାଟ ୮ଦିନ ଧରି ବନ୍ଦ ରହିଥିଲା। ଏଥିରେ ଲୋକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏବେ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଥିବାରୁ ଖୁଚୁରା ପରିବା ବିକ୍ରେତା ଓ ଖାଉଟି ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…

ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri