ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ ଶୁକ୍ରବାର ସକାଳ ୭ଟାରେ ଭାରସାମ୍ୟ ହରାଇ ବ୍ରିଜ କାନ୍ଥକୁ ପିଟି ବୋଲେରୋଟି ଓଲଟି ପଡିଛି। ଗାଡ଼ିରେ ଥିବା ଡ୍ରାଇଭର ଓ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଛତିଶଗଡ ୨୧୭ ବାଟାଲିଅନର ୱାକ ସାଗର (୩୨) ଓ ରୁପେଶ କୁମାର (୩୬) ବୋଲି ଜଣାପଡିଛି l ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଆହତଙ୍କୁ ପ୍ରଥମେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏହାପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ଭୀମସାରକୁ ପଠାଯାଇଛି l ପ୍ରାଥମିକ ସୂଚନା ଅନୁଯାୟୀ ଏହି CRPF ବାଟାଲିଅନ ସମ୍ବଲପୁର କ୍ୟାମ୍ପରୁ ବାହାରି ଛତିଶଗଡ ଜଗଦଲପୁରକୁ ଯାଉଥିଲେ।