ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼, ନିୟନ୍ତ୍ରଣ କରିପାରିଲାନି ପୋଲିସ

ଆରଡ଼ି,୮।୧୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ କାର୍ତ୍ତିକ ମାସର ୪ର୍ଥ ସୋମବାର ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର ୫ଟାରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ଯଥା ସମୟରେ ଦୈନିକ ନୀତିକାନ୍ତି ଶେଷ ହୋଇଥିଲା। କୋଭିଡ୍‌ ନିୟମ ଅନୁଯାୟୀ ସକାଳ ୬ଟାରେ ଭକ୍ତମାନେ ଧାଡ଼ିରେ ଆସି ଦର୍ଶନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଭକ୍ତଙ୍କ ସମାଗମ ହୋଇ ଅସମ୍ଭାଳ ଭିଡ ହୋଇଥିଲା। ଅଳ୍ପ ସଂଖ୍ୟକ ପୋଲସ ଫୋର୍ସ ଥିବାରୁ ନିୟନ୍ତ୍ରଣ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇଥିଲା। ଏପରିକି ପୀଠ ସମ୍ମୁଖରେ ଠେଲାପେଲା ଭଳି ପରିସ୍ଥିତି ଉପୁଜିଥିଲା। ଫଳରେ କିଛି ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ।

ପରବର୍ତ୍ତୀ ସୋମବାରଠାରୁ ଅଧିକ ପୋଲିସ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ, ପାନ୍ଥଶାଳା ନିକଟରେ ଛୋଟ ଛୋଟ ଗାଡ଼ି ଅଟକାଇବା ପାଇଁ ଅସ୍ଥାୟୀ ଷ୍ଟାଣ୍ଡ, ମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ ସହ କୋଭିଡ୍‌ କଟକଣା ବଳବତ୍ତର କରିବା, ମନ୍ଦିରଠାରୁ କିଛି ଦୂରରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ଲାଗି ସାଧାରଣରେ ଦାବି କରାଯାଇଛି। ଏହି ସମ୍ପର୍କରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ପୋଲିସ ଫୋର୍ସଙ୍କ ସଂଖ୍ୟା କମ୍‌ ଥିବାରୁ ମାସ୍କ ଚେକିଂ ଉପରେ ଗୁରୁତ୍ୱ ଦେବା କଷ୍ଟସାଧ୍ୟ। ତେବେ ପରବର୍ତ୍ତୀ ସମୟରେ ମାସ୍କ ଚେକିଂ କଡ଼ାକଡ଼ି କରାଯିବା ସହ କୋଭିଡ୍‌ କଟକଣା ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri