ଶନିବାରଠୁ ବାଣ ବଜାରରେ ଭିଡ଼

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଆଗକୁ ଦୀପାବଳି ଆସୁଥିବାରୁ ସବୁଠି ବାଣ ଦୋକାନ ଖୋଲିବାରେ ଲାଗିଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ପ୍ରାୟ ୩୦ଟି ପଡ଼ିଆରେ ପାଖାପାଖି ୪୫୦ରୁ ଅଧିକ ବାଣ ଦୋକାନ ଖୋଲିଛି। ଶନିବାରଠୁ ୩ ଦିନ ପାଇଁ ଏହି ବାଣ ବିକାଯିବ।
ତେବେ ଦୋକାନରେ ବାଣ ଦର ଆକାଶଛୁଆଁ ହୋଇଛି। ଯେଉଁ ବାଣ ଗତଥର ୧୦୦ ଟଙ୍କା ଥିଲା, ତାହା ଏଥର ୧୩୦ କିମ୍ବା ୧୪୦କୁ ଛୁଇଁଛି। ଫ୍ୟାନ୍ସି ବାଣ ଦର ଏତେ ଅଧିକ ଯେ, ହାତମାରିବା କଷ୍ଟ ହେଉଛି। ସ୍କାଏ ଶର୍ଟ ୫ ଶହରୁ ୫ ହଜାର ଯାଏଁ ରହିଛି ।