କପିଳାସ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ୧୦ ପ୍ଲାଟୁନ୍‌ ପୋଲିସ ମୁତୟନ

ଢେଙ୍କାନାଳ,୮ା୩(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ଶୁକ୍ରବାର ମହାଶିବରାତ୍ରି ଓ ପ୍ରସିଦ୍ଧ ଜାଗରଯାତ୍ରା ଉପଲକ୍ଷେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଲାଗିଛି। ରାଜ୍ୟ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। କପିଳାସ ପୀଠକୁ। ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉ ମହାଦେବ ଓ ମା’ ପାର୍ବତୀଙ୍କ ଦର୍ଶନ ପାଇଁ ଛିଡ଼ା ହୋଇଥିବା ଦେଖାଯାଇଛି। ଶ୍ରଦ୍ଧାଳୁମାନେ ଦୀପ ମଧ୍ୟ ଲଗାଇଛନ୍ତି। ମହାପ୍ରଭୁଙ୍କ ଷୋଡ଼ଶ ଉପଚାର ପୂଜା ସହିତ ସ୍ବର୍ଣ୍ଣ ଅଳଙ୍କାର ଲାଗି ନାଗାଭରଣ ବେଶ ଅନୁଷ୍ଠିତ ହେବ। ରାତି ୩ ଟା ୫୫ ମିନିଟ୍‌ରେ ମହାଦୀପ ଉଠିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି।