ବେଳାଭୂମିରେ କରୋନା ବିଜୟୀଙ୍କ ଯୋଗ

ପୁରୀ ଅଫିସ,୧୮ା୧୦: ପୁରୀ ବେଳାଭୂମିରେ ଜିଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ମୋ ବିଚ୍‌ ଯୋଗ ଅନୁଷ୍ଠିତ ହୋଇଛି। ତାହା ପୁଣି କରୋନା ବିଜୟୀଙ୍କୁ ନେଇ । ଶନିବାର ସକାଳେ ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା କବଳରେ କବଳିତ ହେବାପରେ ଏହି ମାରାତ୍ମକ ଭୂତାଣୁ ସହ ସଂଗ୍ରାମ କରି ଯେଉଁମାନେ ବିଜୟୀ ହୋଇଥିଲେ ସେହିମାନେ ହିଁ ଏଥିରେ ଭାଗ ନେଇଥିଲେ । କରୋନାରୁ ସୁସ୍ଥ ହେବାପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କେଉଁଭଳି ପ୍ରତିଦିନ ଯୋଗ କରିବା ଉଚିତ ତାହା ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା। କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ୧୦ଟି ସ୍ଥାନରେ ୨୦ଜଣ ଲେଖାଏ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଏଥିରେ ଯୋଗ କରିଥିଲେ।