Posted inଜାତୀୟ

କୋଟିପତି ଝାଡୁଦାରଙ୍କର ଟିବିରେ ମୃତ୍ୟୁ, ବ୍ୟାଙ୍କ ଖାତାରେ ରହିଗଲା ୭୦ ଲକ୍ଷ ଟଙ୍କା

ପ୍ରୟାଗରାଜ,୫ ।୯: ସଙ୍ଗମ ନଗରୀ ପ୍ରୟାଗରାଜରେ ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ(ସିଏମଏଚଓ) କାର୍ଯ୍ୟାଳୟର କୁଷ୍ଠରୋଗ ବିଭାଗରେ କାମ କରୁଥିବା କୋଟିପତି ଝାଡୁଦାରଙ୍କର ଟିବି ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଧିରଜ ନାମକ ଏହି ଝାଡୁଦାର ଦୀର୍ଘ ୧୦ ବର୍ଷ ହେଲା ବ୍ୟାଙ୍କ ଖାତାରୁ ତାଙ୍କର ଦରମା ଉଠାଇ ନ ଥିଲେ । ହେଲେ ସେ ତାଙ୍କ ବ୍ୟାଙ୍କ ଖାତାରେ ପାଖାପାଖି ୭୦ ଲକ୍ଷ ଟଙ୍କା ଛାଡି ଯାଇଥିବା ଜଣାପଡିଛି ।
ଧିରଜ ପ୍ରୟାଗରାଜର ଜିଲା କୁଷ୍ଠରୋଗ ବିଭାଗରେ ସ୍ୱିପର କମ ଚୌକିଦାର ପଦରେ କାର୍ଯ୍ୟରତ ଥିଲେ । ସେ କୋଟିପତି ବୋଲି ଚଳିତ ବର୍ଷ ଜଣାପଡିଥିଲା । ଯେତେବେଳେ ବ୍ୟାଙ୍କବାଲା ତାଙ୍କୁ ଖୋଜି ଖୋଜି ତାଙ୍କ ଅଫିସରେ ପହଞ୍ଚିଥିଲେ । ଶନିବାର ଧିରଙ୍କର ମୃତ୍ୟୁ ଟିବି ଯୋଗ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଧିରଜଙ୍କ ପିତା ଏହି ବିଭଗରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତକଙ୍କ ଆଶ୍ରିତ ଭାବେ ଧିରଜଙ୍କୁ ଏହି ଚାକିରି ମିଳିଥିଲା । ସେ ୨୦୧୨ରୁ ଏହି ବିଭାଗରେ କାମ କରି ଆସୁଥିଲେ । ଧିରଜଙ୍କ ବେଶଭୁଷା ଓ ମଇଳା କପଡା ଦେଖି ଲୋକେ ତାଙ୍କୁ ଭିକାରି ବୋଲି ଭାବୁଥିଲେ । ଲୋକଙ୍କ ଗୋଡଧରି ପଇସା ମାଗି ସେ ତାଙ୍କର ଖର୍ଚ୍ଚ ଉଠାଉଥିଲେ । ଲୋକେ ବି ତାଙ୍କୁ ଗରିବ ଭାବି ଦାନ ଦେଇ ଦେଉଥିଲେ ଏପଟେ ତାଙ୍କର ୮୦ ବର୍ଷିୟା ମାଆଙ୍କ ପେନସନ ଟଙ୍କା ବି ତାଙ୍କ ପାଖରେ ରହୁଥିଲା । ସେ ବିବାହ କରି ନ ଥିବା ବେଳେ ମାଆଙ୍କ ସହ ରହୁଥିଲେ । ବିବାହ କଲେ କେହି କାଳେ ତାଙ୍କ ସମ୍ପତ୍ତି ନେଇଯିବ ଏହି ଭୟରେ ସେ ବିବାହ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ତାଙ୍କ ପାଖରେ ଘର ଟଙ୍କା ସବୁଥିଲା । ଏବେ ଶେଷରେ ଏହି କୋଟିପତି ଝାଡୁଦାରଙ୍କ ଟିବିରେ ମୃତ୍ୟୁ ହୋଇଥିବା ବେଳେ ପଛରେ ରହିଯାଇଛି କୋଟି କୋଟି ଟଙ୍କା । ଏହାର ଉତ୍ତରାଧିକାରୀ ବି କେହି ନାହାନ୍ତି । ତେବେ ଧିରଜ ମାନସିକ ଭାବେ ସାମାନ୍ୟ କମଜୋର ଥିବା କହିଛନ୍ତି ତାଙ୍କ ଅଫିସର କର୍ମଚାରୀ । ହେଲେ କାମରେ ସେ ଥିଲେ ଏକନିଷ୍ଠ ।

 


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri