Posted inଜାତୀୟ

କୋଟିପତି ଝାଡୁଦାରଙ୍କର ଟିବିରେ ମୃତ୍ୟୁ, ବ୍ୟାଙ୍କ ଖାତାରେ ରହିଗଲା ୭୦ ଲକ୍ଷ ଟଙ୍କା

ପ୍ରୟାଗରାଜ,୫ ।୯: ସଙ୍ଗମ ନଗରୀ ପ୍ରୟାଗରାଜରେ ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ(ସିଏମଏଚଓ) କାର୍ଯ୍ୟାଳୟର କୁଷ୍ଠରୋଗ ବିଭାଗରେ କାମ କରୁଥିବା କୋଟିପତି ଝାଡୁଦାରଙ୍କର ଟିବି ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଧିରଜ ନାମକ ଏହି ଝାଡୁଦାର ଦୀର୍ଘ ୧୦ ବର୍ଷ ହେଲା ବ୍ୟାଙ୍କ ଖାତାରୁ ତାଙ୍କର ଦରମା ଉଠାଇ ନ ଥିଲେ । ହେଲେ ସେ ତାଙ୍କ ବ୍ୟାଙ୍କ ଖାତାରେ ପାଖାପାଖି ୭୦ ଲକ୍ଷ ଟଙ୍କା ଛାଡି ଯାଇଥିବା ଜଣାପଡିଛି ।
ଧିରଜ ପ୍ରୟାଗରାଜର ଜିଲା କୁଷ୍ଠରୋଗ ବିଭାଗରେ ସ୍ୱିପର କମ ଚୌକିଦାର ପଦରେ କାର୍ଯ୍ୟରତ ଥିଲେ । ସେ କୋଟିପତି ବୋଲି ଚଳିତ ବର୍ଷ ଜଣାପଡିଥିଲା । ଯେତେବେଳେ ବ୍ୟାଙ୍କବାଲା ତାଙ୍କୁ ଖୋଜି ଖୋଜି ତାଙ୍କ ଅଫିସରେ ପହଞ୍ଚିଥିଲେ । ଶନିବାର ଧିରଙ୍କର ମୃତ୍ୟୁ ଟିବି ଯୋଗ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଧିରଜଙ୍କ ପିତା ଏହି ବିଭଗରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତକଙ୍କ ଆଶ୍ରିତ ଭାବେ ଧିରଜଙ୍କୁ ଏହି ଚାକିରି ମିଳିଥିଲା । ସେ ୨୦୧୨ରୁ ଏହି ବିଭାଗରେ କାମ କରି ଆସୁଥିଲେ । ଧିରଜଙ୍କ ବେଶଭୁଷା ଓ ମଇଳା କପଡା ଦେଖି ଲୋକେ ତାଙ୍କୁ ଭିକାରି ବୋଲି ଭାବୁଥିଲେ । ଲୋକଙ୍କ ଗୋଡଧରି ପଇସା ମାଗି ସେ ତାଙ୍କର ଖର୍ଚ୍ଚ ଉଠାଉଥିଲେ । ଲୋକେ ବି ତାଙ୍କୁ ଗରିବ ଭାବି ଦାନ ଦେଇ ଦେଉଥିଲେ ଏପଟେ ତାଙ୍କର ୮୦ ବର୍ଷିୟା ମାଆଙ୍କ ପେନସନ ଟଙ୍କା ବି ତାଙ୍କ ପାଖରେ ରହୁଥିଲା । ସେ ବିବାହ କରି ନ ଥିବା ବେଳେ ମାଆଙ୍କ ସହ ରହୁଥିଲେ । ବିବାହ କଲେ କେହି କାଳେ ତାଙ୍କ ସମ୍ପତ୍ତି ନେଇଯିବ ଏହି ଭୟରେ ସେ ବିବାହ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ତାଙ୍କ ପାଖରେ ଘର ଟଙ୍କା ସବୁଥିଲା । ଏବେ ଶେଷରେ ଏହି କୋଟିପତି ଝାଡୁଦାରଙ୍କ ଟିବିରେ ମୃତ୍ୟୁ ହୋଇଥିବା ବେଳେ ପଛରେ ରହିଯାଇଛି କୋଟି କୋଟି ଟଙ୍କା । ଏହାର ଉତ୍ତରାଧିକାରୀ ବି କେହି ନାହାନ୍ତି । ତେବେ ଧିରଜ ମାନସିକ ଭାବେ ସାମାନ୍ୟ କମଜୋର ଥିବା କହିଛନ୍ତି ତାଙ୍କ ଅଫିସର କର୍ମଚାରୀ । ହେଲେ କାମରେ ସେ ଥିଲେ ଏକନିଷ୍ଠ ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri