ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୨୦ା୮: ଅନୁଗୋଳ ଜିଲାରେ ବନ୍ୟା ପାଣି ହ୍ରାସ ହେଉଥିବାବେଳେ ଶୁକ୍ରବାର ଲଗାଣ ବର୍ଷା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ବିଶେଷକରି ଅନୁଗୋଳ ବ୍ଲକ ଅଞ୍ଚଳରେ ୧୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ ଦିନ ତମାମ ବହୁ ହଇରାଣ ହରକତ ହେବାକୁ ପଡ଼ିଛି ବନ୍ୟା ପ୍ରଭାବିତ ଟିକରପଡ଼ା ଅଞ୍ଚଳବାସୀଙ୍କୁ। ସେହିପରି ଆଠମଲ୍ଲିକ ବ୍ଲକରେ ୨୬.୮ ମିଲିମିଟର ବର୍ଷା ହୋଇଥିବାରୁ ଦିନତମାମ ବନ୍ୟାବିପନ୍ନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ବନ୍ୟା ଯୋଗୁ ବହୁ ସ୍ଥାନରେ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଚାଷ ଜମି ଉପରୁ ପାଣି ଧୀରେ ଧୀରେ ଖସିବାରେ ଲାଗିଛି। ହେଲେ ଫସଲ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ତାହା ବଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଦଗାଁ ପଞ୍ଚାୟତର ନଦୀ ଗର୍ଭରେ ଥିବା କୁଦଗାଁ ଗ୍ରାମର ୨୦୦ ଜଣଙ୍କୁ ୬ ଦିନ ହେଲା ଅସ୍ଥାୟୀ ଶିବିରରେ ରଖାଯାଇଥିବା ସରପଞ୍ଚ ସିଦ୍ଧାର୍ଥ ଖେତୀ ପ୍ରକାଶ କରିଛନ୍ତି। ଗ୍ରାମର କିଛି ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଥିବା ଜଣାପଡିଛି। ଅଏଡା ପଞ୍ଚାୟତର ଦ୍ୱାରି ବାରିକ, ନିରଞ୍ଜନ ବେହେରା, ଛବି ମହାନନ୍ଦିଆ, ମେଘୁ ବେହେରା, କୁମୁଦିନୀ ତରିଆ, ଲୁହାସିଙ୍ଗା ପଞ୍ଚାୟତର ଲଳିତ ମଲ୍ଲିକ, ଜାମୁଡୋଲୀ ପଞ୍ଚାୟତର ସୁରେଶ ପ୍ରଧାନଙ୍କ ବାସଗୃହ ଭାଙ୍ଗି ଯାଇଛି। ପୂର୍ବରୁ ଘର ଭାଙ୍ଗିଥିବା ୧୦ ଜଣ କ୍ଷତିଗ୍ରସ୍ତଙ୍କୁ ପାଲ ଯୋଗାଇ ଦିଆଯାଇଛି। ବନ୍ୟା ଛାଡିଲା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ରାଜସ୍ବ ନିରୀକ୍ଷକ ଅମର ଦେହୁରୀ ସୂଚନା ଦେଇଛନ୍ତି। ସେହିପରି କୁଦଙ୍ଗା ପଞ୍ଚାୟତର ନୀଳକଣ୍ଠପଡା ଗ୍ରାମର ଶମ୍ଭୁନାଥ କୁମ୍ଭାରଙ୍କ ଘର ଭାଙ୍ଗିଯାଇଛି। ଆଠମଲ୍ଲିକ ତହସିଲଦାର ସଫି ସଇନିକା ପଇଁଞ୍ଚକୁଳ ଅଞ୍ଚଳକୁ ଯାଇ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ମୋହମ୍ମଦିଙ୍କୁ ଆଉ ସାଢ଼େ ୭ ବର୍ଷ ଜେଲ

ଦୁବାଇ,୯ା୨(ଏପି):ଇରାନ୍‌ର ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗେସ ମୋହମ୍ମଦିଙ୍କୁ ଦେଶର ଏକ ଅଦାଲତ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି। ୨୦୨୩ରେ ନୋବେଲ ପୁରସ୍କାର…

ଶ୍ରେଷ୍ଠ ପ୍ରଜାତି ସୃଷ୍ଟି ଲାଗି ଏକସଙ୍ଗେ ୨୦ ମହିଳାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲେ ଏପ୍‌ଷ୍ଟିନ୍‌

ନ୍ୟୁୟର୍କ,୯ା୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍‌ଷ୍ଟିନ୍‌ ଜେନେଟିକ୍‌ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

୬ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ପାଟନା,୯ା୨: ବିହାର ଦରଭଙ୍ଗା ସହରର ୟୁନିଭର୍ସିଟି ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ବାଳିକାଙ୍କୁ ରବିବାର ବଳାତ୍କାର ପରେ ହତ୍ୟା କରାଯାଇଛି। ସୂତ୍ର ଅନୁଯାୟୀ, ବାଳିକା ଜଣକ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ବଡ଼ ଯୋଜନାରେ ଖର୍ଚ୍ଚ ହୋଇଛି ବଜେଟର ୪୦%

ନୂଆଦିଲ୍ଲୀ,୯ା୨: ଚଳିତ ଆର୍ଥତ୍କ ବର୍ଷ ପାଇଁ କେନ୍ଦ୍ର ବଜେଟରେ ସର୍ବବୃହତ୍‌ ଯୋଜନାଗୁଡ଼ିକ ନିମନ୍ତେ ଯେଉଁ ଅର୍ଥ ବ୍ୟୟବରାଦ ହୋଇଥିଲା, ସରକାର ୯ ମାସ ମଧ୍ୟରେ ତାହାର ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri