ଫସଲ କିଆରିରେ ମୃତ୍ୟୁଫାଶ, ବଳି ପଡୁଛନ୍ତିି ବନ୍ୟଜନ୍ତୁ

ବୈପାରିଗୁଡା,୧୧ା୧୧ (ଡି.ଏନ୍‌.ଏ. ): ଧାନ ଓ ମକା ଫସଲର ଅମଳ ସମୟ ହେଉଛି ଶୀତ ଦିନ ା ଏହାକୁ ଖାଇବା ଲାଗି ବନ୍ୟଜନ୍ତୁ କ୍ଷେତକୁ ଚାଲି ଆସନ୍ତି। ତେବେ ସେମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଛକି ବସିଥାନ୍ତି। ସେମାନେ କ୍ଷେତରେ ଜିଆଇ ତାର ବିଛାଇ ବିଦ୍ୟୁତ୍‌ ଖୁଣ୍ଟିରେ ଯାଇଥିବା ୧୧ କେଭି ତାରରୁ ହୁକ ପକାଇ ବିଦ୍ୟୁତ୍‌ ସଂଯୋଗ କରିଥାନ୍ତି। ଫଳରେ କ୍ଷେତକୁ ଆସୁଥିବା ବାରହା, ଭାଲୁ ଆଦି ପ୍ରାଣୀ ଶିକାରି ଫାଶରେ ପଡିଥାନ୍ତି। ମାତ୍ର ବନ ବିଭାଗର କୌଣସି ତପତ୍ରତା ଏଦିଗରେ ଦେଖିବାକୁ ମିଳେନାହିଁ।
କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବିଦ୍ୟୁତ୍‌ ବିଭାଗର ରାମଗିରି ସବ୍‌ ଷ୍ଟେସନ ଅଧୀନ ଦଣ୍ଡାବାଡି ଓ ଗୁପ୍ତେଶ୍ୱର ଅଞ୍ଚଳରେ ଗତ କିଛି ଦିନ ହେବ ରାତି ହେଲେ ବିଦ୍ୟୁତ୍‌ ରହୁନାହିଁ ା ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ୍‌ ତାରରେ ହୁକ୍‌ ପକାଇ ପଶୁ ଶିକାର କରାଯାଉଥିବାରୁ ଫ୍ୟୁଜ୍‌ କଟିଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରନ୍ତି। ଏପରି ଅଭିଯୋଗ ପରେ ଗତ ୬ ତାରିଖରେ ବିଦ୍ୟୁତ୍‌ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଛେଡିଆଗୁଡା ଗ୍ରାମ ନିକଟରେ ଥିବା ମକା ବାଡରେ ବିଛାଯାଇଥିବା ଜିଆଇ ତାର, ଏଥିରେ ବ୍ୟବହୃତ ବିୟର ବୋତଲ ଓ କାଠ ଖୁଣ୍ଟି ବହୁ ପରିମାଣରେ ଜବତ କରିଥିଲେ। ମରିଚ୍ଚଅଟ୍ଟଳଠାରେ ୧୧ କେଭି ତାରରୁ ହୁକ ପକାଇ ପୋତାଯାଥିବା ଖୁଣ୍ଟି ଉପର ମୁଣ୍ଡରେ ବିୟର ବୋତଲକୁ ତଳମୁହଁା ରଖି ସେଥିରେ ଜିଆଇ ତାର ଗୁଡା ଯାଇଥିଲା। ଏପରି ପ୍ରାୟ ୨ ହଜାର ମିଟର ଲମ୍ବର ତାର ବିଛାଯାଇଥିଲା। ସେହିପରି ଛେଡିଆଗୁଡାଠାରେ ପ୍ରାୟ ୧ କିଲୋ ଜିଆଇ ତାରକୁ କର୍ମଚାରୀମାନେ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରଥିଲେ। ଉକ୍ତ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଫଳରେ ଏନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ା ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇଙ୍କୁ ପଚାରିବାରୁ ସେ କହିଲେ, ଘଟଣାର ତଦନ୍ତ ଚାଲିଛି। ଦୋଷୀ ଧରାପଡିଲେ କାର୍ଯ୍ୟାନୁଷ୍ଠାନ ହେବ। ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀ କହନ୍ତି, ରାମଗିରି ବ୍ୟତୀତ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ପଞ୍ଚାୟତର ତୋଲା, ମହୁଲି, ଗୁଞ୍ଜି ଓ ବୋଦାପୁଟ ପଞ୍ଚାୟତର ଚିକିମା ଅଞ୍ଚଳରେ ମଧ୍ୟ ଏପରି ତାର ବିଛାଇ ବନ୍ୟଜନ୍ତୁ ଶିକାର ଚାଲିଛି ା ଏଥିଯୋଗୁ ଫ୍ୟୁଜ୍‌ ଯାଉଛି ା ସଂନ୍ଧ୍ୟା ୬ଟା ପରେ ଆଭ୍ୟନ୍ତରିଣ ଗ୍ରାମଗୁଡିକୁ ଯାଇ ଫ୍ୟୁଜ୍‌ ପକାଇବା ବାରଣ ଥିବାରୁ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡୁଛି ବୋଲି ସମ୍ପୃକ୍ତ କର୍ମଚାରୀ ଜଣକ କହିଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ବିଛାଯାଉଥିବା ଏହି ତାର ସାଧାରଣ ମଣିଷର ମୃତ୍ୟୁର କାରଣ ହୋଇପାରେ। ଏପରି ନଜୀର ମଧ୍ୟ ରହିଛି। ଗତ ୩ ବର୍ଷ ତଳେ ବୈପାରିଗୁଡା ନିକଟସ୍ଥ ବାତ୍ରିପୁଟ୍‌ ଗ୍ରାମର ଅର୍ଜୁନ କୁମ୍ଭାର ନାମକ ଜଣେ ବ୍ୟକ୍ତି ଏପରି ମରଣ ଫାଶରେ ପଡି ଜୀବନ ହରାଇଥିଲେ ା ରାତିରେ ବିଏସ୍‌ଏଫ୍‌ ଯବାନମାନେ କୋମ୍ବିଂ ଅପରେଶନରେ ଯାଉଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବପଦ ଆଶଙ୍କା ରହୁଛି। ବନ୍ୟଜନ୍ତ ସୁରକ୍ଷା ପାଇଁ ବନବିଭାଗ, ପୋଲିସ୍‌ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ଏପରି ଶିକରକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri