Posted inଖେଳ

ରାଉଣ୍ଡ ଅଫ୍‌ ୧୬ରେ କ୍ରୋଏସିଆ: ୟୁରୋକପ୍‌ରୁ ସ୍କଟ୍‌ଲାଣ୍ଡ ଆଉଟ

ଗ୍ଲାସଗୋ,୨୪।୬: ୟୁରୋକପ୍‌ରେ କ୍ରୋଏସିଆ ନକ୍‌ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍‌ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍‌ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି। କ୍ରୋଏସିଆ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଉନ୍ନତ ଗୋଲ ବ୍ୟବଧାନରେ ରାଉଣ୍ଡ ଅଫ୍‌ ୧୬ ପର୍ଯ୍ୟାୟକୁ ଉଠିଛି। ଅନ୍ୟପଟେ ପରାଜୟ ସହ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ସ୍କଟ୍‌ଲାଣ୍ଡ ୧ ପଏଣ୍ଟ ପାଇ ଗ୍ରୁପ୍‌ ଡି’ର ଚତୁର୍ଥ ସ୍ଥାନରେ ରହିଛି।
ଅଧିନାୟକ ଲୁକା ମୋଡ୍ରିକ କ୍ରୋଏସିଆର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିବାରୁ ମୋଡ୍ରିକଙ୍କର ଏହା ଶେଷ ୟୁରୋକପ୍‌ ଟୁର୍ନାମେଣ୍ଟ ବୋଲି କୁହାଯାଇପାରେ। ୧୭ତମ ମିନିଟ୍‌ରେ ନିକୋଲା ଭ୍ଲାସିକ ଗୋଲ ଦେଇ କ୍ରୋଏସିଆକୁ ଅଗ୍ରଣୀ କରାଇଥିଲେ। ଏହାପରେ ୪୨ତମ ମିନିଟ୍‌ରେ ସ୍କଟ୍‌ଲାଣ୍ଡ ତରଫରୁ କାଲମ ମ୍ୟାକ୍‌ଗ୍ରେଗର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ୬୨ତମ ମିନିଟ୍‌ରେ ମୋଡ୍ରିକ ଏକ ସୁନ୍ଦର ଗୋଲ ପ୍ରଦାନ କରି କ୍ରୋଏସିଆକୁ ପୁଣି ଅଗ୍ରଣୀ କରାଇଥିଲେ। ଶେଷରେ ୭୭ତମ ମିନିଟ୍‌ରେ କ୍ରୋଏସିଆ ପକ୍ଷରୁ ଇଭାନ ପେରିସ୍‌କ ଗୋଲ ଦେଇ ବିଜୟ ବ୍ୟବଧାନ ବଢାଇଥିଲେ। ବଲ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ କ୍ରୋଏସିଆ ବହୁ ଆଗରେ ରହିଥିଲା। ଘରୋଇ ପରିବେଶରୁ ମଧ୍ୟ ସ୍କଟ୍‌ଲାଣ୍ଡ ଫାଇଦା ଉଠାଇପାରି ନ ଥିଲା। ଏହି ଗୋଲ ମୋ ପାଇଁ ଓ ଦଳ ଲାଗି ବହୁତ ମହତ୍ତ୍ୱ ରଖୁଛି ବୋଲି ମୋଡ୍ରିକ କହିଛନ୍ତି। ତେବେ ଦଳର ବିଜୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୦୧୮ରେ ବାଲାନ ଡି’ଅର ପୁରସ୍କାର ହାସଲ କରିଥିବା ମୋଡ୍ରିକ କ୍ରୋଏସିଆକୁ ସେହିବର୍ଷ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଥିଲେ। ବିଜୟ ପରେ ମୋଡ୍ରିକ ଓ କୋଚ୍‌ ଜ୍ଲାଟକୋ ଡାଲିକ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଅନ୍ୟପଟେ ସ୍କଟ୍‌ଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। କ୍ରୋଏସିଆ ଭଲ ଖେଳିଥିଲା ଓ ବିଜୟର ହକ୍‌ଦାର ବୋଲି ସ୍କଟ୍‌ଲାଣ୍ଡ କୋଚ୍‌ ଷ୍ଟିଭ କ୍ଲାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri