Posted inଖେଳ

ଜୁଭେଣ୍ଟସ ଛାଡ଼ି ପାରନ୍ତି ରୋନାଲ୍ଡୋ

ଟୁରିନ, ୧୦।୮: ଚାମ୍ପିୟନ୍ସ ଲିଗ୍‌ରୁ ଜୁଭେଣ୍ଟସ ବାଦ୍‌ ପଡ଼ିବାପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି କ୍ଲବ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଛନ୍ତି। ବ୍ୟକ୍ତିଗତଭାବେ ସେ ସିଜନକୁ ଉପଭୋଗ କରିଥିଲେ ହେଁ ତାଙ୍କର ଟ୍ରଫି ଜିତିବା ଅଭିଳାଷ ପୂରଣ ହୋଇ ପାରିନାହିଁ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜୁଭେଣ୍ଟସ ଚାମ୍ପିୟନ ହେବାର ନିକଟତର ହୋଇ ପାରିନାହିଁ। ଫଳରେ ୟୁରୋପରେ ୬ଷ୍ଠ ଥରପାଇଁ ଚାମ୍ପିୟନ ପଦକ ପିନ୍ଧିବା ସ୍ବପ୍ନ ଅଧୁରା ରହିଯାଇଛି। ଜୁଭେଣ୍ଟସ ଗତ ସିଜନର କ୍ୱାର୍ଟର ଫାଇନାଲରେ ଆଜାକ୍ସଠାରୁ ଏବଂ ଏଥର ରାଉଣ୍ଡ ଅଫ୍‌ ୧୬ରେ ଲିୟନଠାରୁ ପରାସ୍ତ ହୋଇଛି। ୩୩ଟି ଲିଗ୍‌ ମ୍ୟାଚରେ ୩୧ଟି ଗୋଲ ଦେଇ ରୋନାଲ୍ଡୋ ନିଜକୁ ଜଣେ ବିଶ୍ୱସ୍ତରୀୟ ଖେଳାଳି ବୋଲି ପ୍ରମାଣିତ କରିଛନ୍ତି। ତାଙ୍କୁ ୩୫ ବର୍ଷ ହୋଇଯାଇଥିବାରୁ ସେ ଅଧିକ ଟ୍ରଫି ଜିତିବା ସମ୍ଭାବନା କମିବାରେ ଲାଗିଛି। ଲିୟନଠାରୁ ଜୁଭେଣ୍ଟସର ପରାଜୟ ପରେ ସେ କ୍ଲବ ଛାଡ଼ିବାନେଇ ବିଚାର କରୁଥିବା ରିପୋର୍ଟମାନ ପ୍ରକାଶ ପାଇଛି। ଏପରିକି ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପ୍ୟାରିସ ସେଣ୍ଟ-ଜର୍ମନ କ୍ଲବ ସହିତ ଯୋଗାଯୋଗରେ ଥିବା କଥା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

ଗୋଟିଏ ଦିନ ତିଷ୍ଠିଲା ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ: ଭାଙ୍ଗିଦେଲେ ପାକିସ୍ତାନୀ କ୍ରିକେଟର୍‌

ନୂଆଦିଲ୍ଲୀ,୧୩।୧୨: ଏସିଆ କପରେ ଗୋଟିଏ ଦିନ ମଧ୍ୟ ତିଷ୍ଠି ପାରି ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ। ଜଣେ ପାକିସ୍ତାନୀ ଖେଳାଳି ତାଙ୍କୁ ଅତିକ୍ରମ କରିଛନ୍ତି। ବୈଭବ...

ମେସିଙ୍କ ସହ ଗୋଟିଏ ଫଟୋ ଉଠାଇଲେ ଦେବାକୁ ପଡ଼ିବ ଏତିକି ଟଙ୍କା

କୋଲକାତା,୧୩ା୧୨: ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଶନିବାର ଭାରତ ଆସିଛନ୍ତି। କୋଲକାତା ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ହେୟାତ ରେଜେନ୍ସିଠାରେ ସକାଳ...

କ୍ରିକେଟ୍‌ରେ ପୁଣି ଲାଗିଲା ‘ମ୍ୟାଚ୍‌ ଫିକ୍ସିଂ’ କଳଙ୍କ: ୪ ଭାରତୀୟ ଖେଳାଳି ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩।୧୨: କ୍ରିକେଟ ଜଗତ ପୁଣିଥରେ ଏକ ମ୍ୟାଚ ଫିକ୍ସିଂ ଘଟଣା ସାମ୍ନାକୁ ଆସିଛି। ଏଥର ଏହା ଭାରତୀୟ ଘରୋଇ କ୍ରିକେଟରେ ସାମ୍ନାକୁ ଆସିଛି। ଚଳିତ ସୟଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri