Posted inଖେଳ

ଜୁଭେଣ୍ଟସ ଛାଡ଼ି ପାରନ୍ତି ରୋନାଲ୍ଡୋ

ଟୁରିନ, ୧୦।୮: ଚାମ୍ପିୟନ୍ସ ଲିଗ୍‌ରୁ ଜୁଭେଣ୍ଟସ ବାଦ୍‌ ପଡ଼ିବାପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି କ୍ଲବ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଛନ୍ତି। ବ୍ୟକ୍ତିଗତଭାବେ ସେ ସିଜନକୁ ଉପଭୋଗ କରିଥିଲେ ହେଁ ତାଙ୍କର ଟ୍ରଫି ଜିତିବା ଅଭିଳାଷ ପୂରଣ ହୋଇ ପାରିନାହିଁ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜୁଭେଣ୍ଟସ ଚାମ୍ପିୟନ ହେବାର ନିକଟତର ହୋଇ ପାରିନାହିଁ। ଫଳରେ ୟୁରୋପରେ ୬ଷ୍ଠ ଥରପାଇଁ ଚାମ୍ପିୟନ ପଦକ ପିନ୍ଧିବା ସ୍ବପ୍ନ ଅଧୁରା ରହିଯାଇଛି। ଜୁଭେଣ୍ଟସ ଗତ ସିଜନର କ୍ୱାର୍ଟର ଫାଇନାଲରେ ଆଜାକ୍ସଠାରୁ ଏବଂ ଏଥର ରାଉଣ୍ଡ ଅଫ୍‌ ୧୬ରେ ଲିୟନଠାରୁ ପରାସ୍ତ ହୋଇଛି। ୩୩ଟି ଲିଗ୍‌ ମ୍ୟାଚରେ ୩୧ଟି ଗୋଲ ଦେଇ ରୋନାଲ୍ଡୋ ନିଜକୁ ଜଣେ ବିଶ୍ୱସ୍ତରୀୟ ଖେଳାଳି ବୋଲି ପ୍ରମାଣିତ କରିଛନ୍ତି। ତାଙ୍କୁ ୩୫ ବର୍ଷ ହୋଇଯାଇଥିବାରୁ ସେ ଅଧିକ ଟ୍ରଫି ଜିତିବା ସମ୍ଭାବନା କମିବାରେ ଲାଗିଛି। ଲିୟନଠାରୁ ଜୁଭେଣ୍ଟସର ପରାଜୟ ପରେ ସେ କ୍ଲବ ଛାଡ଼ିବାନେଇ ବିଚାର କରୁଥିବା ରିପୋର୍ଟମାନ ପ୍ରକାଶ ପାଇଛି। ଏପରିକି ତାଙ୍କ ଏଜେଣ୍ଟ ଜର୍ଜ ମେଣ୍ଡେସ ପ୍ୟାରିସ ସେଣ୍ଟ-ଜର୍ମନ କ୍ଲବ ସହିତ ଯୋଗାଯୋଗରେ ଥିବା କଥା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri