ଆତ୍ମବିଶ୍ୱାସର ସଙ୍କଟ

Dillip Cherian

କୋଭିଡ୍‌ ସେଣ୍ଟର ମହାଦୁର୍ନୀତି ଅଭିଯୋଗରେ ନିକଟରେ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ଜୈଶ୍ୱାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଦକ୍ଷେପ ନେଇଛି। ଏହାକୁ ଭିତ୍ତିକରି ମହାରାଷ୍ଟ୍ରର ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି। କ୍ଷମତା ସଂଗ୍ରାମରେ ଜଡ଼ିତ ଥିବା ହେତୁ ବିଗତ କିଛି ବର୍ଷ ହେଲା ଅନେକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ କାରଗାରରେ ରଖାଯାଇଥିବାରୁ ଏହି ଆଶଙ୍କା ପ୍ରକାଶ ପାଇବା ସ୍ବାଭାବିକ। ଫଳସ୍ବରୂପ ନିକଟରେ ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ଙ୍କ ସହ ଏକ ବୈଠକ କରିଥିଲେ। ଅଧିକାରୀଙ୍କ ମଧ୍ୟରେ ଯେଉଁମାନେ ବିବାଦରେ ଜଡ଼ିତ, ସେମାନେ ହେଉଛନ୍ତି ଆଇପିଏସ୍‌ ଅଧିକାରୀ ରଶ୍ମି ଶୁକ୍ଳା ଏବଂ ପରମବୀର ସିଂ ଏବଂ ଉଭୟ ଅଧିକାରୀ ବିଭିନ୍ନ ମାମଲାର ଯାଞ୍ଚ ପରିସରରେ ରହିଛନ୍ତି। ଟିଇଟି ହେରଫେରରେ ଜଡ଼ିତ ଆଇଏଏସ୍‌ ଅଧିକାରୀ ସୁଶୀଲ ଖୋଡ୍‌ଭେକର ଗିରଫ ହୋଇଥଲେ। ଏହାସହ ଆଇପିଏସ୍‌ ଅଧିକାରୀ ସୌରଭ ତ୍ରିପାଠୀ ଏକ ଚୋରା ଚାଲାଣ ମାମଲାର ସମ୍ମୁଖୀନ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ବିଏମ୍‌ସିରେ ଅନିୟମିତତା ଅଭିଯୋଗରେ ମ୍ୟୁନିସିପାଲ କମିଶନର ଇକ୍‌ବାଲ ସିଂ ଚହଲଙ୍କୁ ଇଡି ପଚରାଉଚୁରା କରିବା ପରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଚିନ୍ତା ଆହୁରି ବଢ଼ିଯାଇଛି। ମ୍ୟୁନିସିପାଲ କର୍ପୋରେଶନ ଏବଂ ଅନ୍ୟ ବିଭାଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଭିଜିଲାନ୍ସ ବିଭାଗ ଯାଞ୍ଚ କରି ସେ ସମ୍ପର୍କିତ ସବୁ ତଥ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାଖଲ କରିଛି। ବିଭିନ୍ନ ପ୍ରସଙ୍ଗରେ ରାଜନେତାମାନେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଇ ସୃଷ୍ଟି କରୁଥିବା ଚାପରୁ ରକ୍ଷାପାଇବାକୁ ବାବୁମାନେ କଠିନ ପ୍ରୟାସ କରୁଛନ୍ତି। କିନ୍ତୁ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟର ବାବୁମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଏକ କଠିନ ବ୍ୟାପାର ହୋଇପାରେ।

ସାହସିକ ପଦକ୍ଷେପ

ପୂର୍ବ ଘଟଣାଗୁଡ଼ିକରୁ ଦେଖାଯାଇଛି ଯେ, ପଞ୍ଜାବରେ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଏଏପି ସରକାର ପ୍ରଶାସନିକ ବିଷୟରେ କେନ୍ଦ୍ର ସହ କ୍ୱଚିତ ଏକମତ ହୋଇଥାଏ। ନିକଟରେ ରାଜ୍ୟ ସରକାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ପାଇଁ ଏକ ବିଲ୍‌ ପାସ୍‌ କରିଛନ୍ତିି। ଏହି ସାହସିକ ପଦକ୍ଷେପ ରାଜ୍ୟ ସରକାର ଏବଂ କେନ୍ଦ୍ର ମଧ୍ୟରେ କ୍ଷମତାର ସମନ୍ବୟ ଉପରେ ପ୍ରଶ୍ନ ଉଠାଇଛି। କେବଳ କେନ୍ଦ୍ର ନୁହେଁ,ବରଂ ସୁପ୍ରିମକୋର୍ଟଙ୍କ ଅଧିକାରକୁ ଆହ୍ବାନ ଦେବା ଲକ୍ଷ୍ୟରେ ଏହା ରାଜନୈତିକ ପଦକ୍ଷେପ ବୋଲି କେତେଜଣ ପର୍ଯ୍ୟବେକ୍ଷକ ବିଚାର କରୁଛନ୍ତି। ଡିଜିପି ପଦବୀ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ କରିବାକୁ ଉଚ୍ଚନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ସକାଶେ ସଂଶୋଧିତ ଆଇନ ସୂଚିତ କରିଛି। ତେବେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରାରମ୍ଭିକ ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟ ସରକାର ଉକ୍ତ ପ୍ୟାନେଲରୁ ହିଁ ଡିଜିପିଙ୍କୁ ନିଯୁକ୍ତ କରିବେ। ଆସନ୍ତା ମାସରେ ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଗୌରବ ଯାଦବ ପଞ୍ଜାବର କାର୍ଯ୍ୟକାରୀ ଡିଜିପି ଭାବେ ୧ ବର୍ଷ ପୂରଣ କରିବେ। ମାନ୍‌ ସରକାର ବିଲ୍‌ ପାସ୍‌ କରି ନିଜର ଅଧିକାର ଏବଂ ରାଜ୍ୟକୁ ସିଧାସଳଖ ପ୍ରଭାବିତ କରିବା ଭଳି ନୀତି ନିର୍ଦ୍ଧାରଣ କ୍ଷମତା ଲାଗି ଇଚ୍ଛା ପ୍ରକାଶ କରୁଥିବାର ସଙ୍କେତ ଦେଉଛି ।
ପଞ୍ଜାବ ସରକାର ତା’ ଅଧିକାର ମଧ୍ୟରେ ରହି କାର୍ଯ୍ୟପନ୍ଥା ପସନ୍ଦ କରୁଥିବାବେଳେ ଏହା ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ, ରାଜ୍ୟର ହିତରେ ଏବଂ ଉଚ୍ଚ ନ୍ୟାୟପାଳିକା ଓ କେନ୍ଦ୍ର ସହ ମୁହାଁମୁହିଁ  ସ୍ଥିତିରୁ ଦୂରେଇ ରହିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

ପୁରସ୍କାର ପାଇଁ ଅନୁମତି

ସନ୍ଦେହାତ୍ମକ ସଙ୍ଗଠନରୁ ପୁରସ୍କାର ଗ୍ରହଣ କରିବାକୁ ନେଇ ବିଭିନ୍ନ ରାଜ୍ୟରେ ଅନେକ ଅଧିକାରୀଙ୍କ ସମାଲୋଚନାକୁ ସାମ୍ନା କରିବା ପରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ସକ୍ରିୟତା ପ୍ରକାଶ କରିଛି। କୌଣସି ଘରୋଇ ସଂସ୍ଥାଠାରୁ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଓଏସ୍‌ ଅଧିକାରୀମାନଙ୍କ ପାଇଁ ପୂର୍ବରୁ ଥିବା ଅନୁମୋଦନ ନିୟମକୁ ବାଧ୍ୟତାମୂଳକ କରିଛି। ଏହି ବିଭାଗ ପ୍ରକାଶ କରିଛି ଯେ, ବିଶେଷ ପରିସ୍ଥିତିରେ ଦକ୍ଷ ଅଧିକାରୀ ସ୍ବୀକୃତି ଦେଇପାରିବେ। ଏଭଳି ଘଟଣାରେ ଘରୋଇ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକ ନିଃସନ୍ଦେହ ହେବା ଉଚିତ। କୌତୂହଳର ବିଷୟ, ଚଳିତ ବର୍ଷ ପ୍ରାରମ୍ଭରେ କେରଳ ସରକାର ସମାନ ପ୍ରକାର ନିର୍ଦ୍ଦେଶ ଜାରି କରିଥିଲେ ଏବଂ ସମସ୍ତ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ ବିନା ସ୍ବୀକୃତିରେ ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କଠାରୁ ପୁରସ୍କାର ଗ୍ରହଣ ନ କରିବାକୁ ଏଥିରେ କୁହାଯାଇଥିଲା। ଅନୁମୋଦନ ପାଇଁ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ଅଧିକାରୀମାନେ ଦରଖାସ୍ତ କରିବାକୁ ପଡ଼ିବ ଏବଂ ଏହା ନ କଲେ ସେମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଭି.ପି. ଜୟ ପ୍ରକାଶ କହିଥିଲେ। ଜଣେ ଆଇଏଏସ୍‌ ଅଧିକାରୀ ରାଜ୍ୟରେ ଏକ ପ୍ରତିଷ୍ଠିତ ମନ୍ଦିରରେ ଭକ୍ତଙ୍କର ପ୍ରଭାବଶାଳୀ ପରିଚାଳନା ପାଇଁ ପୁରସ୍କାର ଗ୍ରହଣ କରିବା ପରେ ଏ ସମ୍ପର୍କରେ କେରଳ ପୋଲିସ ଅଧିକାରୀମାନେ ଅଭିଯୋଗ ଆଣିଥିଲେ ଏବଂ ଏହାକୁ ଭିତ୍ତିକରି ନିଦ୍ଦେର୍ର୍ଶ ଜାରି କରାଯାଇଥିଲା। କେନ୍ଦ୍ରର ଏବକାର ନିର୍ଦ୍ଦେଶ ଦର୍ଶାଏ ଯେ, ଅନେକ ରାଜ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟକ୍ତିଗତ ସ୍ବୀକୃତି ଓ ସରକାରୀ ଡ୍ୟୁଟି ମଧ୍ୟରେ ଏକ ସ୍ପଷ୍ଟ ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବାବୁମାନେ ଏହି ନିୟମକୁ ମାନିବେ ତ?

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri