ଭାରତୀୟ ଶେୟାର ବଜାରରେ ସଙ୍କଟ, ରୁଷିଆ-ୟୁକେନ୍‌ ଯୁଦ୍ଧର ପ୍ରଭାବ…

ମୁମ୍ବାଇ,୨୪।୨ : ରୁଷିଆ ଏବଂ ୟୁକେନ୍‌ ଯୁଦ୍ଧର ପ୍ରଭାବ ଭାରତୀୟ ଘରୋଇ ଷ୍ଟକ ବଜାର ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭ ହେବାର ଖବର ଯୋଗୁଁ ବଜାରରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରି-ଓପନିଂରେ ବଜାର ୩ ପ୍ରତିଶତରୁ ଅଧିକ ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଆଇସିଆଇସିଆଇ ବ୍ୟାଙ୍କର ଶେୟାର ଖୋଲିବା ମାତ୍ରେ ୪ ପ୍ରତିଶତ ହ୍ରାସ ପାଇଛି। ସମସ୍ତ ବିଭାଗୀୟ ସୂଚକାଙ୍କ ହ୍ରାସର ଲାଲ ଚିହ୍ନରେ ବୁଡି ରହିଛି।

ମୁମ୍ବାଇର ଷ୍ଟକ ମାର୍କେଟ ଗୁରୁବାର ଖୋଲିବା ସମୟରେ ଚାରିଆଡେ ଲାଲ ଚିହ୍ନ ଦେଖାଯାଇଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଶେୟାର ବଜାର ଲହୁଲୁହାଣ ହୋଇ ଯାଇଛି।
୧୮୧୩ ପଏଣ୍ଟ ହ୍ରାସ ପାଇ ସେନସେକ୍ସ ୫୫,୪୧୮ ରେ ଖୋଲିଛି। ୫୧୪ ପଏଣ୍ଟ ହ୍ରାସ ସହିତ ନିଫ୍ଟି ୧୬,୫୪୮ରେ ଖୋଲିଛି।

ସକାଳ ୯ଟା ୪୫ରେ ସେନସେକ୍ସ ୫୫,୨୧୧.୧୬ରେ କାରବାର କରୁଥିବାବେଳେ ଏଥିରେ ୨,୦୨୦.୯୦ ପଏଣ୍ଟ ହ୍ରାସ ପାଇଛି। ଯାହାକି ୩.୫୩ ପ୍ରତିଶତ । ଏହା ବ୍ୟତୀତ ନିଫ୍ଟି ୫୯୪.୪୦ ପଏଣ୍ଟ ଅର୍ଥାତ୍‌ ୩.୪୮ ପ୍ରତିଶତ ହ୍ରାସ ପରେ ୧୬,୪୬୮ରେ କାରବାର କରୁଥିବା ଦେଖାଯାଇଛି।

ସେକ୍ଟରାଲ ଇଣ୍ଡେକ୍ସରେ ସମସ୍ତ ଷ୍ଟକ ତଳକୁ ଅଛି ଏବଂ ଲାଲ ଜୋନ୍‌ ଦେଖାଯାଉଛି। ମିଡିଆ ଷ୍ଟକ୍‌ ରେ ୩.୨୫ ପ୍ରତିଶତ ହ୍ରାସ ଘଟିଛି ଏବଂ ନିଫ୍ଟି ଅଟୋ ଇଣ୍ଡେକ୍ସ ୨.୫୯ ପ୍ରତିଶତ ହ୍ରାସ ସହିତ କାରବାର କରୁଛି। ଧାତୁ ସୂଚକାଙ୍କ ମଧ୍ୟ ୨.୫ ପ୍ରତିଶତ ହ୍ରାସ ପାଇଛି। ଆଇଟି ଇଣ୍ଡେକ୍ସ ୨.୮୦ ପ୍ରତିଶତ ହ୍ରାସ ପାଇଛି । କୈଳ ଓ ଗ୍ୟାସ, ଏଫଏମସିଜି, ଆର୍ଥିକ ସେବାଗୁଡିକର ପ୍ରବଳ ହ୍ରାସ ଯୋଗୁଁ ବଜାରରେ କମ୍ପନ ସୃଷ୍ଟି ହୋଇଛି ।

Share