Posted inଜାତୀୟ

ଅପରାଧୀ ବିକିପାରନ୍ତି ନକଲି ଟିକା

ନୂଆଦିଲ୍ଲୀ,୪ା୧୨(ପି.ଟି.):ସାରା ବିଶ୍ୱରେ କୋଭିଡ୍‌ ଟିକା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ ପାଇଛି, ଏହାର ଫାଇଦା ନେବାକୁ ସଂଗଠିତ ଅପରାଧ ନେଟ୍‌ଓ୍ବର୍କଗୁଡ଼ିକ ଉଦ୍ୟମ କରିପାରନ୍ତି। ସେମାନେ ନକଲି କୋଭିଡ୍‌ ଟିକା ଦୋକାନ ମାଧ୍ୟମରେ କିମ୍ବା ଇଣ୍ଟରନେଟ୍‌ରେ ବିକ୍ରି କରିପାରନ୍ତି ବୋଲି ଇଣ୍ଟରପୋଲ୍‌ ବିଭିନ୍ନ ଦେଶର ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ସତର୍କ କରାଇଦେଇଛି। ଏନେଇ ଇଣ୍ଟରପୋଲ ଏହାର ସମସ୍ତ ୧୯୪ ସଦସ୍ୟ ରାଷ୍ଟ୍ରକୁ ଅରେଞ୍ଜ ନୋଟିସ ଜାରି କରିଛି।
କୋଭିଡ୍‌-୧୯ ଓ ଫ୍ଲୁ ଭାକ୍ସିନ୍‌ର ଜାଲିଆତି, ଚୋରି ଓ ବେଆଇନ ବିଜ୍ଞାପନ ଭଳି ଆପରାଧିକ କାର୍ଯ୍ୟକୁ ରୋକିବା ଲାଗି ପ୍ରସ୍ତୁତ ରହିବାକୁ ଇଣ୍ଟରନ୍ୟାଶନାଲ ପୋଲିସ କୋଅପରେଶନ ସଂସ୍ଥା ସତର୍କ କରାଇଦେଇଛି। ଏପରିକି ବ୍ୟକ୍ତିବିଶେଷ ମଧ୍ୟ ଜାଲ୍‌ ଟିକାର ବିଜ୍ଞାପନ ଦେବା ସହ ବିକ୍ରି କରିପାରନ୍ତି। ଏଭଳି ଜାଲ୍‌ ଟିକା ଜନସାଧାରଣଙ୍କ ନିରାପତ୍ତା ପ୍ରତି ସାଂଘାତିକ ବିପଦ ଡାକିଆଣିବ। ଏନେଇ ସିବିଆଇକୁ ଇଣ୍ଟରପୋଲ୍‌ ସହ ସମନ୍ବୟ ରଖିବା ଲାଗି କୁହାଯାଇଛି।
ଆମେରିକାକୁ ପଛରେ ପକାଇ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିବା ପରେ ଇଣ୍ଟରପୋଲ ଏଭଳି ସତର୍କ ସୂଚନା ଜାରି କରିଛି। ଯୋଗାଣ ଶୃଙ୍ଖଳର ନିରାପତ୍ତା ନିଶ୍ଚିତ କରିବା ସହ ଜାଲ୍‌ ସାମଗ୍ରୀ ବିକ୍ରି କରୁଥିବା ବେଆଇନ ଓ୍ବେବ୍‌ସାଇଟଗୁଡ଼ିକୁ ଚିହ୍ନଟ କରିବା ଲାଗି ପୋଲିସ ସଂଗଠନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସେହିପରି ଅପରାଧ ନେଟ୍‌ଓ୍ବର୍କଗୁଡ଼ିକ ଜାଲ୍‌ ଓ୍ବେବ୍‌ସାଇଟ ଓ ମିଥ୍ୟା ଚିକତ୍ସା ଜରିଆରେ ସନ୍ଦେହ କରାଯାଉ ନ ଥିବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିପାରନ୍ତି, ଯାହା ସେମାନଙ୍କ ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ଗୁରୁତର ବିପଦ ଆଣିବା ଆଶଙ୍କା ରହିଛି ବୋଲି ଇଣ୍ଟରପୋଲ ମହାସଚିବ ଜୁର୍‌ଗେନ୍‌ ଷ୍ଟକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri