ବାରିପଦାରେ ବଢୁଛି ଆପରାଧିକ ମାମଲା

ବାରିପଦା ଅଫିସ,୧୨ା୪- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। ଚୋରି,ଛିନତାଇ,ସାଇବର ଠକେଇ, ହତ୍ୟାକାଣ୍ଡ, ବଳାତ୍କାର ଆଦି ଘଟଣା ପ୍ରତିଦିନ ଘଟୁଛି। ଜନସଂଖା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳରେ ଦୁର୍ଘଟଣା ଜନିତ ଆଇନଶୃଙ୍ଖଳା ବିଗିଡ଼ିବା ପରିସ୍ଥିତି ସୃଷ୍ଟି ହେଉଛି। ମାତ୍ର ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅପରାଧ ନିୟନ୍ତ୍ରଣ ଓ ଅପରାଧିଙ୍କୁ ତତ୍‌କ୍ଷଣାତ ଧରିବାରେ ପୋଲିସ ବିଫଳ ହେଉଛି ା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ କର୍ମଚାରୀ ସାଙ୍ଗକୁ ପିିିସିଆର ଭ୍ୟାନ୍‌ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଏହି ସହର ଅପରାଧିଙ୍କ ପେଣ୍ଠସ୍ଥଳ ପାଲଟିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।
ବାରିପଦା ସହର ମଧ୍ୟରେ ଟାଉନ, ସଦର ଓ ଟ୍ରାଫିକ ଥାନା ରହିଛି। ୧୦କି.ମି. ପରିଧି ମଧ୍ୟରେ ବାରିପଦା ପୌରପାଳିକା ଅଧୀନରେ ରହିଛି ୨୮ଟି ୱାର୍ଡ଼। ୨୬ଟି ବ୍ଲକର ଜନସାଧାରଣ ଜିଲା ମୁଖ୍ୟାଳୟକୁ ଆସୁଥିବା ବେଳେ ପ୍ରତିଦିନ ଧାରଣା ବିକ୍ଷୋଭ ଓ ରାଲି ଅନୁଷ୍ଠିତ ହୋଇଥାଏ। ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ହାତରେ ଥିବା ଏକମାତ୍ର ପୁରୁଣା ପିସିଆର ଭ୍ୟାନ୍‌ ନିୟୋଜିତ ରହୁଥିବାରୁ ପାଟ୍ରୋଲିଂ ଓ ତତ୍‌କ୍ଷଣାତ ସେବା ସମ୍ପାଦନାରେ ବାଧା ସୃଷ୍ଟି ହେଉଛି। ୨୦୨୦-୨୧ବର୍ଷରେ ୧୨୮ଟି ଆଇନଶୃଙ୍ଖଳା ସ୍ଥିତି ପାଇଁ ପୋଲିସ ମୁତୟନ ରହିଥିବା ବେଳେ ୯୪୧ଟି ମାମଲା ରୁଜୁ ହୋଇଛି। ୨୦ଟି ଅବକାରୀ ମାମଲା, ୮ଟି ନିଶାଦ୍ରବ୍ୟ(ଏନଡ଼ିପିଏସ୍‌) ମାମଲା, ୩ଟି ଜୁଆଖେଳ ମାମଲା ଓ ୩୯ ୱାରେଣ୍ଟିିଙ୍କୁ ଧରିବାରେ ଟାଉନ ପୋଲିସ ସଫଳ ହୋଇଛି। ସେହିପରି ୨୦୨୧-୨୨ରେ ଅଦ୍ୟାବଧି ୩୫୬ଟି ମାମଲା ରୁଜୁ ହୋଇଥିବା ବେଳେ ଅପରାଧିଙ୍କୁ ଧରିବା ପାଇଁ ସୁବ୍ୟବସ୍ଥା କରାଯାଉନାହିଁ। ସହରରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଅତ୍ୟାଧୁନିକ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଟ୍ରାଫିକ ଥାନାରେ ଅଧିକାରୀ ନ ଥିବା ବେଳେ ଟାଉନ ଥାନାଧିକାରୀ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ଆବଶ୍ୟକ କର୍ମଚାରୀ ପଦବୀ ଫାଙ୍କା ପଡ଼ିଥିବାରୁ ସହରବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ମାନସ କୁମାର ସେଠୀ, ବଳରାମ ଜେନା, ରଘୁନାଥ ଦାସ ପ୍ରକାଶ କରିଛନ୍ତି। କେବଳ ମାମଲା ରୁଜୁ କରି ପୋଲିସ ହାତବାନ୍ଧି ବସୁଥିବା ବେଳେ ଅପରାଧିମାନେ ଖୁଲମଖୋଲା ଅପରାଧ ଘଟାଇ ଚାଲିଛନ୍ତି। ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ୨୪ ଘଣ୍ଟିିିଆ କଣ୍ଟ୍ରୋଲ୍‌ରୁମ୍‌ ସେବା ଓ ପିସିଆର ବାଇକ୍‌ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ହେଁ ତାହା ଏବେ ଅଚଳ ଅବସ୍ଥାରେ ପଡ଼ିରହିଛି ା ତ୍ୱରିତ ସେବା ଯୋଗାଇବା ପାଇଁ ୬ଟି ପିସିଆର୍‌ ବାଇକ୍‌ ବ୍ୟବସ୍ଥା କରାଯାଇଥିଲା। ସେଥିମଧ୍ୟରୁ ୩ଟି କାର୍ଯ୍ୟ କରୁଥିବା ବେଳେ ତାହା ଟ୍ରାଫିକ୍‌ ସେବା ନିୟନ୍ତ୍ରଣରେ ଲାଗିଛି। ସହରର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ପାଟ୍ରୋଲିଂ ସେବା ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଅଧିକ ପିସିଆର୍‌ ଭ୍ୟାନ ସେବା ପ୍ରଚଳନ କଲେ ଅପରାଧ ନିୟନ୍ତ୍ରଣ ସହଜ ହୋଇପାରନ୍ତା ବୋଲି ଚିନ୍ମୟ ମାଇତି, ପ୍ରବୀଣ ପଣ୍ଡା, ନରୋତ୍ତମ ନାଏକ ପ୍ରମୁଖ ଦାବି କରିଛନ୍ତି। ଏନେଇ ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦଙ୍କୁ ପଚାରିବାରୁ ଆବଶ୍ୟକ ପିସିଆର୍‌ ଭ୍ୟାନ୍‌ ଓ କର୍ମଚାରୀ ପାଇଁ ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଅପରାଧ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri