Posted inଭଦ୍ରକ

ବାଲିଘାଟକୁ ନେଇ ବିଗୁଡୁଛି ଆଇନଶୃଙ୍ଖଳା

ଭଦ୍ରକ ଅଫିସ, ୧୨।୪-  ଭଦ୍ରକ ଜିଲାରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅନେକ ସ୍ଥାନରେ ଗ୍ରାମ୍ୟ ବିବାଦ ଦେଖା ଦେଇଥିବାବେଳେ କେତେକ ଜାଗାରେ ଲୋକଙ୍କ ମାଡ଼ରେ ପୋଲିସ ଲହୁଲୁହାଣ ହୋଇଥିବା ନଜିର ରହିଛି। ଗତ କିଛିଦିନ ହେବ ବନ୍ତ ତହସିଲ ଅଧୀନରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ବିବାଦ ମୁଣ୍ଡ ଟେକିଛି। ପ୍ରଶାସନ ଦ୍ୱାରା କେତେକ ନୂତନ ବାଲିଘାଟ ନିଲାମକୁ ବିରୋଧ କରି ବିରୋଧାଭାଷ ଓ ଗଣଧାରଣା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ପ୍ରଶାସନ ସବୁ କିଛି ଠିକ୍‌ ଥିବା କହି ଚୁପ୍‌ ବସିଥିବା ଲୋକେ ଅଭିଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ଜିଲା ସର୍ଭେ ରିପୋର୍ଟରେ ପୂର୍ବରୁ ୨୦ଟି ବାଲିଘାଟ ନିଲାମ ଦିଆଯାଇଥିଲା। ନୂଆ କରି ଭଣ୍ଡାରିପୋଖରୀରେ ୩ ଓ ବନ୍ତ ତହସିଲରେ ୬ ବାଲିଘାଟ ନିଲାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନୂତନ ବାଲିଘାଟ ନିକଟରେ ରହୁଥିବା ଅଧିବାସୀମାନେ ଗତ ଜାନୁୟାରୀରୁ ନିଲାମକୁ ବିରୋଧ କରି ଆସୁଥିଲେ। ଏହାକୁ କେନ୍ଦ୍ରକରି ଉକ୍ତ ଗଁାଗୁଡ଼ିକରେ ବିବାଦ ଦେଖାଦେଇଛି। ବନ୍ତ ତହସିଲର ମହାନ୍ତିପଡ଼ା ନିକଟ ମୋରମ ଉତ୍ତୋଳନକୁ ନେଇ ମଧ୍ୟ ପ୍ରଶାସନକୁ ଅନ୍ଧାରରେ ରଖାଯାଇ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ରାଜସ୍ବ ଲୁଟି ଚାଲିଛନ୍ତି। ସରକାରୀ ନିୟମ ମୁତାବକ ଲିଜ୍‌ଧାରୀମାନେ ବାଲି ଉତ୍ତୋଳନ କରିବା ପରିବର୍ତ୍ତେ ନିଜସ୍ବ ଇଚ୍ଛାରେ ଜେସିବିରେ ବାଲି ଉତ୍ତୋଳନ କରୁଛନ୍ତି। ଫଳରେ ନଈକୂଳିଆ ଗଁା ପ୍ରତି ବିପଦ ସୃଷ୍ଟି ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି। କାଣ୍ଡବାଠାରେ ଭଦ୍ରକ ଓ ବାଲେଶ୍ୱରକୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍‌ର ସ୍ଥାୟିତ୍ୱକୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ୨୦୧୬ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନରେ ବ୍ରିଜ୍‌ର ୨୦୦ରୁ ୫୦୦ ମିଟର ମଧ୍ୟରେ କୌଣସି ପ୍ରକାର ଖନନ କାର୍ଯ୍ୟ କରାଯାଇପାରିବ ନାହିଁ। ଏହି ନିୟମ ଉଲ୍ଲଂଘନ କରି ଏଠାରେ ବ୍ରିଜ୍‌ ନିକଟରେ ବାଲି ଉତ୍ତୋଳନ କରାଯାଉଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ସେହିପରି ହରିପୁର ବାଲିଘାଟ ନିକଟରେ ନଦୀ ଲୋକଙ୍କ ବ୍ୟକ୍ତିଗତ ଜମିରେ ମାଡ଼ିଯାଇ ଆଗରପଡ଼ା ଗୋପୀନାଥପୁର ମୁଖ୍ୟ ପିଚୁ ରାସ୍ତା ଖାଇ ଖାଇ ଚାଲିଛି। ସେଠାରେ ପରିବେଶ ସୁରକ୍ଷାକୁ ଧ୍ୟାନ ନ ଦେଇ ବାଲିଘାଟ ନିଲାମ ଦିଆଯିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା। ପରିବେଶ ୱେବସାଇଟ୍‌ରେ ବାଲିଘାଟ ପାଇଁ ପରିବେଶ ଅନୁମତି ବିଚାରାଧୀନ ଥିବାବେଳେ କିପରି ଏହାକୁ ନିଲାମ ଦିଆଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ବେଆଇନ ବାଲି ଓ ମୋରମ ଉତ୍ତୋଳନ ହେଉଥିବା ଜଣାପଡ଼ିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରଙ୍ଗ ତୂଳୀରେ ଜୀବନ୍ୟାସ

ଧାମନଗର, ୨୦।୫(ସ୍ବ.ପ୍ର.) ରଙ୍ଗତୁଳୀ, ମାଟି, ଚକ୍‌ ଖଡ଼ିରେ ଚିତ୍ର ଆଙ୍କିବାରେ ସେ ସିଦ୍ଧହସ୍ତ। ତାଙ୍କ ସ୍ପର୍ଶରେ କଳାକୃତି ହୋଇଉଠୁଛି ଜୀବନ୍ତ। ଏଭଳି କଳାକୃତି ପାଇଁ ବିଦେଶରେ...

ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭଦ୍ରକ ଅଫିସ, ୧୫।୫: ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଶନିବାର...

ସାଇକେଲ୍‌କୁ ଧକ୍କା ଦେଲା କାର୍‌: ୨ ଛାତ୍ର ମୃତ

ଭଦ୍ରକ ଅଫିସ,୧୦।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୁଆଁସ ଗାଁର...

ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ତ, ୨୨।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି।...

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ...

ଆର୍‌ଆଇ କାର୍ଯ୍ୟାଳୟରେ ପଶି ବାଲିମାଫିଆଙ୍କ ଗଣ୍ଡଗୋଳ: ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଆହତ

ଭଣ୍ଡାରିପୋଖରୀ,୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ପଶି ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଅତିରିକ୍ତ...

ମନ୍ଦିର, ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୫- ମହାମାରୀ କରୋନା ପାଇଁ ଏଥର ସବୁ ମନ୍ଦିର ଓ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି ହୋଇଛି। ଏଥିଯୋଗୁ ସୋମବାର ପାଳନ ହେବାକୁ...

୫ ବର୍ଷ ବିତିଲା, ଦାବି ପୂରଣ ହେଲାନି

ଭଦ୍ରକ ଅଫିସ, ୨୧।୨: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକମାନଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା, କ୍ୟାଡର ପୁନର୍ଗଠନ, ଦୁଇବର୍ଷିଆ...

Advertisement
Archives

Model This Week