ବଢୁଛି ଆପରାଧିକ କାର୍ଯ୍ୟକଳାପ

ପୁରୀ ଅଫିସ,୨୦ା୮: ପୁରୀରେ କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଆଧ୍ୟାତ୍ମିକ ସହର ପୁରୀରେ ଅପରାଧ କିମ୍ବା ଅପରାଧୀଙ୍କ କୌଣସି ସ୍ଥାନ ନାହିଁ। ଅପରାଧୀ ଯିଏ ବି ହୁଅନ୍ତୁ ନା କାହିଁକି କାହାକୁ ଛଡ଼ାଯିବ ନାହିଁ। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ଜିଲାର ଅପରାଧୀ ଅପରାଧ ନଚେତ ପୁରୀ ଛାଡ଼ିିଦିଅନ୍ତୁ। ଜିଲାର ପୋଲିସ ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗତମାସ ୨୧ ତାରିଖରେ ଅପରାଧୀଙ୍କୁ ଏମିତି ଢଙ୍ଗରେ କଡ଼ା ଚେତାବନୀ ଦେଇଥିଲେ ଏସ୍‌ପି ଅଖିଳେଶ୍ୱର ସିଂ। କିନ୍ତୁ ଏହି ଚେତାବନୀକୁ ସତେଯେମିତି ଫୁ’ କରିଛନ୍ତି ଅପରାଧୀ। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଘଟାଇଚାଲିଛନ୍ତି ଏକାଧିକ ଆପରାଧିକ କାର୍ଯ୍ୟକଳାପ। ନୂଆ ଏସ୍‌ପିଙ୍କ ଯୋଗଦାନ ପରେ ଜିଲାରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ, ହାଇପ୍ରୋଫାଇଲ ଜୁଆଡ଼ିି ଧରାପଡ଼ିବା ସହ ୫୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ କରାଯାଇଥିଲେ ସୁଦ୍ଧା ଚୋରି, ଡକାୟତି, ଜୁଆଖେଳ, ଶଟର ତାଡ଼ି ଲୁଟ୍‌ ଭଳି ଅପରାଧ ବଢ଼ିବାରେ ଲାଗିଛି। ଏପରି କି ପୋଲିସକୁ ଆକ୍ରମଣ କରିବା, ଅଟକ ରଖିବା ସହ ସର୍ଭିସ ବନ୍ଧୁକ ମଧ୍ୟ ଛଡ଼ାଇ ନେଉଛନ୍ତି। ସେହିପରି କୋଭିଡ୍‌ ସଂକ୍ରମିତଙ୍କୁ ଆଣିବାକୁ ଯାଇ କେତେକ ସ୍ଥାନରେ ଆକ୍ରମଣର ଶିକାର ହୋଇଛନ୍ତି କରୋନା ଯୋଦ୍ଧା।
ଜୁଲାଇ ୨୦ରେ ବାଲୁଖଣ୍ଡ ଅଭୟାରଣ୍ୟରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ହୋଇଥିଲା। ଉକ୍ତ ଘଟଣାର ୪ଦିନ ପରେ ଅର୍ଥାତ ୨୪ତାରିଖ ରାତି ପ୍ରାୟ ୧୨ଟାରେ କାକଟପୁର ଥାନା ଭଣ୍ଡିସାହି ଗଁାରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା କାକଟପୁର ପୋଲିସ। ଜୁଆଡିମାନେ ଛତ୍ରଭଙ୍ଗ ଦେଇଥିବାବେଳେ ପୋଲିସ ୪ ଜଣଙ୍କୁ କାବୁ କରିଥିଲା। ମାତ୍ର ସେମାନଙ୍କୁ ଥାନାକୁ ନେବାବେଳେ ଅଭିଯୁକ୍ତଙ୍କ ସମ୍ପର୍କୀୟ ପୋଲିସ ଗାଡ଼ିକୁ ଅଟକାଇବା ସହ ଆକ୍ରମଣ କରି ସର୍ଭିସ ବନ୍ଧୁକ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଆକ୍ରମଣରେ ଏଏସ୍‌ଆଇ ସୂର୍ଯ୍ୟମଣି ମାଝି, ହୋମ୍‌ଗାର୍ଡ ପ୍ରମୋଦ କାଣ୍ଡି ଆହତ ହୋଇଥିଲେ। ୨୬ ତାରିଖରେ ପେଣ୍ଠକଟାରେ କରୋନା ସଂକ୍ରମିତଙ୍କୁ ହସ୍ପିଟାଲ ନେବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ସହ ପୋଲିସର ଛକାପଞ୍ଝା ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ପଜିଟିଭ ରିପୋର୍ଟ ଦେଖାଇବା ଦାବି କରି ଯୁକ୍ତିତର୍କ କରିଥିଲେ। ଏପରି କି କରୋନା ସଂକ୍ରମିତଙ୍କୁ ଛଡ଼ାଇ ନେବା ସହ ପୋଲିସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିଥିଲେ। ସେହିପରି ଅଗଷ୍ଟ ୬ରେ ଗୋପ ଥାନା ପୋଲିସ ଏକ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗଁ।କୁ ଯାଇଥିଲା। ମାତ୍ର ତାହା ମିଥ୍ୟା ଅଭିଯୋଗ ହୋଇଥିବା କହି ଗ୍ରାମବାସୀ ଅଭିଯୁକ୍ତଙ୍କୁ ଛାଡ଼ିି ନ ଥିଲେ। ବରଂ ୨ ଏଏସ୍‌ଆଇଙ୍କ ସହ ୧୦ ପୋଲିସ କର୍ମୀଙ୍କୁ ୬ଘଣ୍ଟା ଅଟକ ରଖିଥିଲେ। କେବଳ ଏତିକି ନୁହେଁ ଗତ ୨୭ ଦିନ ମଧ୍ୟରେ ଅନେକ ଅପରାଧମୂଳକ ଘଟଣା ଜିଲାରେ ଘଟିଛି। ଆପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ଚେଷ୍ଟା କରାଯାଉଥିଲେ ହେଁ ଏହା ରୋକାଯାଇ ପାରୁ ନାହିଁ। ଏ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି, ପୁରୀରେ ଯୋଗଦେବାର ମାସଟିଏ ହୋଇନାହିଁ । ଏକାଦିନେ ଜିଲାକୁ ଅପରାଧମୁକ୍ତ କରିହେବ ନାହିଁ। ସମୟ ଲାଗିବ। ୪/୬ ମାସ ପରେ ନିଶ୍ଚିତ ଫରକ କ’ଣ ଲୋକେ ଜାଣିପାରିବେ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri