ବଲାଙ୍ଗୀରରୁ ଫେରିଗଲେ କ୍ରାଇମ୍‌ବ୍ରାଞ୍ଚ ଟିମ

ବଲାଙ୍ଗୀର ଅଫିସ,୧୭ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ୧୫ ଦିନର ତଦନ୍ତ ପରେ ବଲାଙ୍ଗୀରରୁ କ୍ୟାମ୍ପ ଉଠାଇ ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ସକାଳେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ଶନିବାର ବିଳମ୍ବିତ ରାତିରେ କଟକ ଅଭିମୁଖେ ଫେରି ଯାଇଥିବା ନେଇ ସୂଚନା ମିଳିଥିଲା। ଏଭଳି ଖବର ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଯାଇଥିଲେ। ତେବେ ସେଠାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର କୌଣସି ସଦସ୍ୟ ନ ଥିଲେ। ପୂର୍ତ୍ତ ବିଭାଗ ଡାକବଙ୍ଗଳା କର୍ମଚାରୀଙ୍କୁ ବିଶେଷ କିଛି ନ କହି କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ସଦସ୍ୟ ଫେରି ଯାଇଥିବା ଜଣାପଡିଥିଲା। ଏନେଇ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କୁ ଫୋନ୍‌ରେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଫୋନ ରିଂ ହେବା ସତ୍ତ୍ୱେ ସେ ଉଠାଇ ଥିଲେ। ଫଳରେ ତାଙ୍କ ମତାମତ ମିଳି ପାରିନାହିଁ। କ୍ରାଇମବ୍ରାଞ୍ଚ ଟିମ୍‌ ଫେରିଯିବା ପରେ ଜାଲ୍‌ ସାର୍ଟିଫିକେଟ ମାମଲାର ଗତି କୁଆଡେ ତାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ା
ଗତ ମାର୍ଚ୍ଚ ୨୩ ତାରିଖ ଦିନ ବଲାଙ୍ଗୀର ଡାକମଣ୍ଡଳ ଗ୍ରାମୀଣ ଡାକ ସେବକ ପଦ ପାଇଁ ସାର୍ଟିଫିକେଟ ଭେରିଫିକେଶନ ବେଳେ ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କେତେକ ସାର୍ଟିଫିକେଟ ଜାଲ୍‌ ବୋଲି ସନ୍ଦେହ କରି ଟାଉନ୍‌ ଥାନାରେ ରିପୋର୍ଟ କରିଥିଲେ। ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟାଉନ୍‌ ଥାନା ପୋଲିସ ଏନେଇ ମାମଲା ରୁଜୁ କରି ବଲାଙ୍ଗୀର ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ାଉ କରି ବିପୁଳ ମାତ୍ରାରେ ଜାଲ୍‌ ସାର୍ଟିଫିକେଟ ଜବତ କରିଥିଲା। ଏହି ମାମଲାରେ ପୋଲିସ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର, ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା। ଉକ୍ତ କୋଚିଂ ସେଣ୍ଟରରୁ ଦେଶର ବିଭିନ୍ନ ପ୍ରଦେଶର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ୫ ହଜାରରୁ ଊର୍ଦ୍ଧ୍ୱ ଜାଲ ସାର୍ଟିଫିକେଟ ଜବତ କରିବା ପରେ ଏହା ଏକ ଜାତୀୟ ସ୍ତରର ସ୍କାମ୍‌ ବୋଲି ଏସ୍‌ପି କୁଶଲକର କହିଥିଲେ। ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା। ଜାଲ୍‌ ସାର୍ଟିଫିକେଟ କାରବାର କରୁଥିବା ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ଶାସକ ଦଳର କେତେଜଣ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ ଅଭିଯୋଗ ଉଠିବା ପରେ ସରକାର ତରବରିଆ ଭାବେ କ୍ରାଇମ୍‌ବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଗତ ୧ ତାରିଖ ଠାରୁ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ୫ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ଆସିଥିଲା। ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦ୍‌ଗାତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ୩ ଦିନଆ ରିମାଣ୍ଡରେ ଆଣି କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରିଥିଲା। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ବଲାଙ୍ଗୀରରେ କ୍ୟାମ୍ପ କରିଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଭିଯୁକ୍ତଙ୍କ ଠାରୁ ମିଳିଛି। ଏଥିରେ ଆର୍ଥିକ କାରବାର ହୋଇଥିବା ଦର୍ଶାଇ ଅଭିଯୁକ୍ତ ମିଶ୍ରଙ୍କ ସମ୍ପତ୍ତି ବ୍ୟାଜାପ୍ତି ଦିଗରେ କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଥିଲା। ଜାଲ୍‌ ସାର୍ଟିଫିକେଟ କାରବାର ଏକ ଆନ୍ତଃରାଜ୍ୟ ର଼୍ୟାକେଟ ହୋଇଥିବାରୁ ଏ ଦିଗରେ ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି କୁହାଯାଇଥିଲା। ଅନେକ ସାଂଘାତିକ ତଥ୍ୟ ଓ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସପି କହୁଥିଲେ। ଏହାର କିଛି ଦିନ ପରେ ଉପର ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି କହିଥିଲେ। ମାତ୍ର ୧୫ ଦିନର ତଦନ୍ତ ପରେ କାହାକୁ କିଛି ନ ଜଣାଇ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରାତିଅଧିଆ ଫେରିଯାଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ବାସ୍ତବରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ଆସିଥିଲା ନା ମାମଲାକୁ ଚପାଇବାକୁ ଆସିଥିଲା ବୋଲି ପ୍ରଶ୍ନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri