ଜଗନ୍ନାଥଙ୍କ ଭଡ଼ାଘରେ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ

ପୁରୀ ଅଫିସ,୧୮।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଶୁକ୍ରବାର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଚିତ୍ତରଞ୍ଜନଙ୍କ ସହଯୋଗୀ ତଥା ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀଙ୍କ ପୁରୀ ମାଟିଆପଡ଼ାସ୍ଥିତ ଭଡ଼ାଘରକୁ ଯାଇ ଯାଞ୍ଚ କରିଛନ୍ତି। ସେମାନେ ଭଡ଼ାଘର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହ ଏହା ପାଖରେ ଥିବା ବିଭିନ୍ନ ଘରର ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଏସ୍‌ପି କନୱର ବିଶାଲ ସିଂଙ୍କୁ ଭେଟି ସହଯୋଗ ମାଗିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। କେହି ଜଗନ୍ନାଥ ଓ ଚିତ୍ତଙ୍କୁ ଦେଖିଛନ୍ତି କି ନାହିଁ କିମ୍ବା ଘଟଣା ସମ୍ପର୍କରେ କୌଣସି ସୂଚନା ଜାଣିଛନ୍ତି କି ନାହିଁ ସେନେଇ ପଚରାଉଚରା କରିଛନ୍ତି। ଅନ୍ୟପକ୍ଷରେ ଚିତ୍ତରଞ୍ଜନଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ ନିଜ ବୟାନ ବଦଳାଇ ଦାସବର୍ମାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବାବେଳେ ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କ ମା’ ମୁହଁ ଖୋଲିଛନ୍ତି। ଉକ୍ତ ଘଟଣାରେ ସେ ନିଜ ଝିଅର ସମ୍ପୃକ୍ତିକୁ ମନଗଢା ବୋଲି କହିଛନ୍ତି।
ଭଡ଼ାଘରେ ଜଗନ୍ନାଥ ଓ ଚିତ୍ତ ଏକାଠି ରୋଷେଇ କରିଥିବା ଓ ସେଠାରୁ ବାହାରି ଦୁହେଁ ଗଡ଼ମୃଗଶିରା ଅଞ୍ଚଳକୁ ଯାଇଥିବା ଜେରା ବେଳେ ଜଗନ୍ନାଥ କହିଥିଲେ। ସେହିଭଳି ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିସାରିଥିବାବେଳେ ଅଟକ ରଖିଥିବା ୫ଜଣଙ୍କୁ ମଧ୍ୟ ଜେରା କରିଛି। ଜେରା କରାଯାଉଥିବା ଯୁବତୀଙ୍କ ସମ୍ପୃୃକ୍ତିକୁ ନେଇ ମାମଲା ଅଧିକ ଜଟିଳ ହେବାରେ ଲାଗିଛି। ଯୁବତୀଙ୍କ ମା’ ଘଟଣା ସମ୍ପର୍କରେ କହିଛନ୍ତି, ନିରୀହ ଲୋକ ଦେଖି ଆମକୁ ଟାର୍ଗେଟ କରାଯାଉଛି। ଚିତ୍ତରଞ୍ଜନଙ୍କ ହତ୍ୟା ସହ ଆମର କୌଣସି ସଂପୃକ୍ତି ନାହିଁ। ମୋ ଝିଅ ଘଟଣା ସହ ଆଦୌ ସଂଶ୍ଳିଷ୍ଟ ନୁହେଁ। ଜଗନ୍ନାଥ ମୋତେ ସେହିଦିନ ବିଳମ୍ବିତ ରାତ୍ରରେ କଲ୍‌ କରିଥିବା କଥା ସତ। ମୋତେ କଲ୍‌ ଆସିବା ପରେ ମୁଁ ବାରମ୍ବାର ତାଙ୍କୁ ପଚାରିଛି, ସେ ଏକା ଅବା ତାଙ୍କ ସହ କିଏ ଅଛନ୍ତି। ଜଗନ୍ନାଥ ଏକା ମୋ’ ଘରକୁ ଆସୁଥିବା କହିଛନ୍ତି। ରାତ୍ର ୩ଟା ୪୭ ମିନିଟ୍‌ ପର୍ଯ୍ୟନ୍ତ ସେ ନ ଆସିବା ପରେ ମୁଁ ବାଧ୍ୟ ହୋଇ ଜଗନ୍ନାଥ ସମେତ ଅନେକ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଛି। ତେବେ ଚିତ୍ତରଞ୍ଜନ ତାଙ୍କ ସହ ଥିବା କଥା ମୋ ଜାଣତରେ ନ ଥିଲା। ଏଣୁ ମୋତେ କିମ୍ବା ମୋ’ ଝିଅକୁ ଅଯଥା ଏହି ମାମଲାକୁ ଟଣା ନ ଯାଉ ବୋଲି ସେ ନିବେଦନ କରିଛନ୍ତି। ସେହିପରି ଗତ ୧୩ ତାରିଖରେ ଚିତ୍ତରଞ୍ଜନଙ୍କ ସ୍ତ୍ରୀ ସୁଭଦ୍ରା ଉକ୍ତ ଘଟଣା ନେଇ ଦାସବର୍ମାଙ୍କ ବିରୋଧରେ ଗଣମାଧ୍ୟମରେ ଅଭିଯୋଗ ଆଣିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା କହିଥିଲେ। ମାତ୍ର ଏବେ ସେ କହିଛନ୍ତି କ୍ରାଇମବ୍ରାଞ୍ଚ ଉପରେ ମୋର ବିଶ୍ୱାସ ରହିଛି। ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ମଧ୍ୟ ମୋର ଭରସା ରହିଛି। ସ୍ବାମୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ମାତ୍ର ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ। ମୋତେ ନ୍ୟାୟ ଦେବା ପାଇଁ ବ୍ୟବସ୍ଥା କରାଯାଉ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଦିଆଯାଉ ବୋଲି ସୁଭଦ୍ରା କହିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାଜପା ଏବଂ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ସହ ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି। ଏ ନେଇ ଦାସବର୍ମା କହିଛନ୍ତି, ଉକ୍ତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ପ୍ରକ୍ରିୟା ସରିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଘଟଣା ପରେ ସଞ୍ଜୟଙ୍କ ସହ ଚିତ୍ତରଞ୍ଜନଙ୍କ ବାପା, ବଡ଼ବାପା ଓ ଭଉଣୀ ଏସ୍‌ପିଙ୍କ ପାଖକୁ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚକୁ ଏପର୍ଯ୍ୟନ୍ତ ଭିସେରା ଓ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିନାହିଁ। ଏହି ଦୁଇ ରିପୋର୍ଟ ଉକ୍ତ ଘଟଣା ଉପରୁ ପରଦା ହଟାଇବାରେ ସହାୟକ ହେବ ବୋଲି କୁହାଯାଉଛି। ଜଗନ୍ନାଥ ଓ ଚିତ୍ତରଞ୍ଜନଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି। ଫରେନ୍ସିକ୍‌ ଟିମ୍‌ ଦୁର୍ଘଟଣାସ୍ଥଳରୁ ସଂଗ୍ରହ କରିଥିବା ରକ୍ତନମୁନା ସହ ଏବେକାର ରକ୍ତନମୁନାକୁ ମେଳ କରାଯିବ। ଫଳରେ ରକ୍ତ କାହାର ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri