Categories: ଖେଳ

କ୍ରିକେଟ ଟୁର୍ନାମେଣ୍ଟ: ଅଙ୍କରିଆପଦର ଚାମ୍ପିୟନ

ଲୋଇସିଂହା,୩୦।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲିଠାରେ ଚାଳିଥିବା ଜୟ ବାରପାହାଡ଼ ବୁଢା କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ୧୩ ରନ୍‌ରେ କଦଳୀପାଲି ଦଳକୁ ହରାଇ ଅଙ୍କରିଆପଦର ଦଳ ବିଜୟୀ ହୋଇଥିଲା। ଗାଁ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଙ୍କରିଆପଦର ବ୍ୟାଟିଂ କରି ୪ ଉଇକେଟ ହରାଇ ୫୮ ରନ୍‌ କରିଥିଲା। ୫୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ କଦଳୀପାଲି ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୪୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସରପଞ୍ଚ ଉର୍କୁଲୀ ଧରୁଆ, ସୁଶାନ୍ତ ବାରିକ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳକୁ ୩ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ୨ ହଜାର ଟଙ୍କା ପୁରସ୍କୃତ କରିଥିଲେ।

Share