Posted inଖେଳ

ତିନି ବର୍ଷ ପରେ ଏବେ ପୁଣି ସେହି ମଇଦାନ, ପୁଣି ସେହି ତାରିଖ; ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ,୧୨।୮: ଲଣ୍ଡନରେ ଥିବା ଲଡ୍ସ କ୍ରିକେଟ ଗ୍ରାଉଣ୍ଡ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଭଲ ସାବ୍ୟସ୍ତ ହୋଇନାହିଁ। ଏଠାରେ ଖେଳାଯାଇଥିବା ଟେଷ୍ଟ ଇତିହାସରେ ଭାରତ କେବଳ ଦୁଇଟି ମ୍ୟାଚ୍‌ ଜିତିଛି। ଏଯାବତ ୧୮ ଟେଷ୍ଟ ଖେଳିଥିଲେ ହେଁ ଦଳ ସର୍ବଦା ସଂଘର୍ଷ କରିଥିବା ନଜର ଆସିଛି। ସାତ ବର୍ଷ ପୂର୍ବେ ଏହି ଗ୍ରାଉଣ୍ଡରେ ଶେଷ ଥର ପାଇଁ ଭାରତ ଏକ ଟେଷ୍ଟ ମ୍ୟାଚ୍‌ ଜିତିଥିଲା।

୨୦୧୮ ମସିହାରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିଥିଲା। ସେତେବେଳେ ଏହି ଲଡ୍ସରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଇଥିଲା। ଉକ୍ତ ଦିନ ମଧ୍ୟ ଅଗଷ୍ଟ ୧୨ ଥିଲା। ସେହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ ଭାରତୀୟ ଦଳକୁ ଶୋଚନୀୟ ଭାବେ ହରାଇଥିଲା। ଏଥର ଖେଳାଳିମାନଙ୍କୁ ସେହି ପରାଜୟରୁ ଶିକ୍ଷା କରି ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ ବୋଲି କୁହାଯାଉଛି।

ଉକ୍ତ ଟେଷ୍ଟରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୧୦୭ରେ ଅଲଆଉଟ୍‌ ହୋଇଥିଲା। ଜବାବରେ ଜୋ ରୁଟ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଟିମ୍‌ ୭ ଉଇକେଟ ହରାଇ ୩୯୬ ରନ୍‌ କରି ଇନିଂସ ଘୋଷଣା କରିଥିଲେ। ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ୍‌ ୪୭ ଓଭର ଖେଳି ମାତ୍ର ୧୩୦ ରନ୍‌ କରିଥିଲା। ଶେଷରେ ଇଂଲଣ୍ଡ ସେହି ମ୍ୟାଚ୍‌କୁ ଏକ ଇନିଂସ ଏବଂ ୧୫୯ରନ୍‌ରେ ଜିତିଥିଲା।

ସେହି ମ୍ୟାଚ୍‌ରେ ହିରୋ ଥିଲେ ଇଂଲଣ୍ଡର କ୍ରିସ୍‌ ଓ୍ବୋକ୍ସ। ସେ ପ୍ରଥମ ଥର ପାଇଁ ନିଜର ବ୍ୟାଟିଂ ଦକ୍ଷତା ଦେଖାଇଥିଲେ। ଦଳ ୮୯ ରନ୍‌ରେ ୪ ଉଇକେଟ ହରାଇଥିବା ବେଳେ ଓ୍ବୋକ୍ସ ସାତ ନମ୍ବରରେ ଖେଳିବାକୁ ଆସି ଅପରାଜିତ ୧୩୭ ରନ୍‌ କରି ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ। ଅପରପକ୍ଷେ ଭାରତର ପରାଜୟ ପାଇଁ ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ମାନେ ଦାୟୀ ଥିଲେ। ବୋଲର୍‌ଙ୍କ ଇଶାନ୍ତ ଶର୍ମା ଖରାପ ବୋଲିଂ କରି ଇଂଲଣ୍ଡକୁ ଅଧିକ ରନ୍‌ କରିବାକୁ ସୁଯୋଗ ଦେଇଥିଲେ।

ଏବେ ଏହି ମ୍ୟାଚ୍‌କୁ ତିନି ବର୍ଷ ବିତିଯାଇଥିବା ବେଳେ ପୁଣି ଥରେ ଉଭୟ ଟିମ୍‌ ମଧ୍ୟରେ ସମାନ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ ହେବାକୁ ଯାଉଛି। ପୂର୍ବ ମ୍ୟାଚ୍‌ର ପୁନରାବୃତ୍ତି ଯେପରି ନ ହେଉ ତାହା ପ୍ରଶଂସକ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri