ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର (୨୮ ନଭେମ୍ବର) ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୩୫୬ ରନର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ପ୍ରଥମ ଓଭରରେ ହିଁ ଓପନର୍ ଯଶସ୍ବୀ ଜୟସ୍ବାଲଙ୍କ ଉଇକେଟ୍ ହରାଇଛି। ୬ଟି ବଲର ସାମ୍ନା କରିଥିଲେ ମଧ୍ୟ ଖାତା ଖୋଲି ନପାରି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନ୍ରୀଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଛନ୍ତି ଜୟସ୍ବାଲ।
ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ବ୍ଲଣ୍ଡେଲ ୮୯ ରନର ଲଢୁଆ ଇନିଂସ ଖେଳିଥିବା ବେଳେ ଭାରତର ଆକାଶ ଦୀପ ୫ଟି ଉଇକେଟ୍ ନେଇ ଘରୋଇ ଦଳର ପ୍ରଥମ ଇନିଂସକୁ ୩୫୬ ରନ୍ରେ ସୀମିତ ରଖିଥିଲେ। ଏହାପରେ ଭାରତକୁ ଭଲ ଆରମ୍ଭର ଆବଶ୍ୟକତା ଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ହେନ୍ରୀ ନିଜ ଚତୁର ବୋଲିଂରେ ଜୟସ୍ବାଲଙ୍କୁ ଫସାଇ ଦେଇଥିଲେ।
ଫଳରେ ଯଶସ୍ବୀ ଜୟସ୍ବାଲଙ୍କ ନାମରେ ଏକ ଅଲୋ ରେକର୍ଡ ଯୋଡି ହୋଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଇତିହାସରେ ଏହା ଜୟସ୍ବାଲଙ୍କ ଅଷ୍ଟମ ଡକ। ଏଥିସହ ସେ WTCରେ ଭାରତ ପକ୍ଷରୁ ସର୍ବାଧିକ ଥର ଶୂନରେ ଆଉଟ ହୋଇଥିବା ବ୍ୟାଟର୍ ହୋଇଛନ୍ତି।
ଏହି ତାଲିକାରେ ଜୟସ୍ବାଲଙ୍କ ଭାରତୀୟ ଦଳର ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। WTCରେ କୋହଲି ୭ ଥର ଶୂନରେ ଆଉଟ ହୋଇଥିବା ବେଳେ ଜୟସ୍ବାଲଙ୍କ ନାମରେ ଏବେ ୮ଟି ଡକ ରହିଛି। ଅନ୍ୟପକ୍ଷରେ ଏହି ଅଲୋଡା ତାଲିକାର ତୃତୀୟ ସ୍ଥାନରେ ପୂର୍ବତନ ଟେଷ୍ଟ ବ୍ୟାଟର୍ ଚେତେଶ୍ୱର ପୂଜାରା ଅଛନ୍ତି। WTCରେ ସେ ୬ ଥର ଶୂନରେ ଆଉଟ ହୋଇଛନ୍ତି।