Posted inଖେଳ

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ସେ ୨୮ ବଲ୍‌ରେ ଅପରାଜିତ ୬୮ ରନ୍‌ର ଇନିଂସ ଖେଳି ‘ଷ୍ଟାର’ ଭାବେ ଉଭା ହୋଇଛନ୍ତି। ନିଜ ଇନିଂସରେ ସେ ୨ ଚୌକା ଏବଂ ୮ ଛକା ଲଗାଇଥିଲେ। ୩ୟ ଉଇକେଟ ପାଇଁ ସେ ଜନି ବେୟରେଷ୍ଟୋଙ୍କ ସହ ମିଶି ୩୭ ବଲ୍‌ରେ ଅପରାଜିତ ୮୪ ରନ୍‌ ଯୋଡ଼ିଥିଲେ। ତାଙ୍କ ଇନିଂସ ବଳରେ ପଞ୍ଜାବ ଐତିହାସିକ ବିଜୟ ହାସଲ କରିଥିଲା।

କଥାରେ ଅଛି କଷ୍ଟ ସହିବା ପରେ ହିରା ଚମକିଥାଏ। ସେହିଭଳି ପଞ୍ଜାବର ଚିନ୍ତାଜନକ ସ୍କୋର ସମୟରେ ଶଶାଙ୍କ ଇନିଂସକୁ ସମ୍ଭାଳିଥିଲେ। ୧୨.୩ ଓଭରରେ ଦଳର ସ୍କୋର ୧୭୮ ରନ୍‌ ଥିଲା। ସେତେବେଳେ ବିଜୟ ଲାଗି ୪୫ ବଲରେ ୮୪ ରନ୍‌ର ଆବଶ୍ୟକତା ଥିଲା। ଶଶାଙ୍କ ମଇଦାନକୁ ଆସିବା ପରେ ଏଭଳି ଇନିଂସ ଖେଳିଥିଲେ ଯେ ପଞ୍ଜାବ ୮ ବଲ୍‌ ଥାଇ ବିଜେତା ହୋଇଥିଲା। ମ୍ୟାଚ୍‌ ପରେ ୧୦୦ ଟେଷ୍ଟ ଖେଳିଥିବା ଜନି ବେୟରେଷ୍ଟୋ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ତାଙ୍କର ଶଟ୍‌କୁ ଉପଭୋଗ କରୁଥିବା ସେ କହିଛନ୍ତି।

ତେବେ ଆଇପିଏଲ୍‌ରେ ଶଶାଙ୍କ ଅନେକ ସ୍ମରଣୀୟ ଇନିଂସ ଖେଳି ସାରିଲେଣି। ସେ ଏଯାବତ ୯ ମ୍ୟାଚ୍‌ରେ ୬୫.୭୫ ହାରରେ ୧୮୨.୬୩ ଷ୍ଟ୍ରାଇକ୍‌ ରେଟ୍‌ ସହ ୨୬୩ ରନ୍‌ କରିଛନ୍ତି। କେକେଆର୍‌ ବିପକ୍ଷ ସ୍କୋର ତାଙ୍କର ସର୍ବାଧିକ ସ୍କୋର।

ଶଶାଙ୍କ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦୨୨ରେ ଚେନ୍ନାଇ ବିପକ୍ଷରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କୁ ବ୍ୟାଟିଂ କରିବା ସୁଯୋଗ ମିଳିଥିଲା। ପଞ୍ଜାବ ତାଙ୍କର ୪ର୍ଥ ଟିମ୍‌। ଏହାପୂର୍ବରୁ ସେ ଦିଲ୍ଲୀ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିସାରିଛନ୍ତି। ସେ ଛତିଶଗଡ଼ର ଖେଳାଳି। ତାଙ୍କ ନାମରେ ୫୮ ଘରୋଇ ଟି୨୦ ମ୍ୟାଚ୍‌ରେ ୧୩୭.୩୪ ରେଟ୍‌ରେ ୭୫୪ ରନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri