ସୃଜନାମତ୍କ ବିନାଶ

ପୁରାତନ ଚାଇନାର ୟିନ୍‌ ଏବଂ ୟାଙ୍ଗ୍‌ ବିଚାର ପୃଥିବୀରେ ଆମ ଚାରିପାଖରେ ଥିବା ପରସ୍ପର ସମ୍ପର୍କିତ ବିପରୀତ ଢାଞ୍ଚା ଦେଖିବାର ମାନବୀୟ ପ୍ରବୃତ୍ତିକୁ ପ୍ରମାଣିତ କରେ। ଏହା ଏକ ଆକଳନ ଯାହା ସାମାଜିକ ଏବଂ ଅର୍ଥନୈତିକ ଘଟଣାରେ ପ୍ରାକୃତିକ ପ୍ରକ୍ରିୟାର ବିଭିନ୍ନ ସିଦ୍ଧାନ୍ତ ପାଇଁ ଉପଯୋଗୀ। ତେବେ କାର୍ଲ ମାର୍କ୍ସଙ୍କ ସିଦ୍ଧାନ୍ତ ଉତ୍ପାଦନକାରୀ ସମ୍ପର୍କର ଗୋଟିଏ ସ୍ଥିତିର ଧ୍ୱଂସକୁ ଆଉ ଏକ ସର୍ଜନା ସହ ଯୋଡ଼ିଥାଏ।
୧୯୧୩ରେ ଜର୍ମାନ୍‌ ଅର୍ଥନୀତିଜ୍ଞ ୱେର୍ନର ସୋମବାର୍ଟ ବି କହିଥିଲେ ଯେ, ବିନାଶରୁ ସୃଷ୍ଟିର ଏକ ନୂତନ ଆତ୍ମା ଉତ୍ପନ୍ନ ହୁଏ। ଅଷ୍ଟ୍ରେଲୀୟ ଅର୍ଥନୀତିଜ୍ଞ ଜୋସେଫ୍‌ ସ୍କୁମ୍ପେଟର ଯିଏ ଯୁକ୍ତିର ପରିସରକୁ ବ୍ୟାପକ କରିବା ସହ ପ୍ରଚାର କରିଥିଲେ ଯେ ନୂତନ ଉଦ୍ଭାବନଗୁଡ଼ିକ ସର୍ବଦା ପୂର୍ବର ପ୍ରାଧାନ୍ୟ ବିସ୍ତାର କରିଥିବା ପ୍ରଯୁକ୍ତିବିଦ୍ୟାକୁ ବଦଳାଇଥାଏ ଏବଂ ପୁରାତନ ବୃହତ୍‌ ଓଦ୍ୟୋଗିକ ସଂସ୍ଥାର ପତନ ଘଟାଇଥାଏ। ଅନେକ ସାମାଜିକ ବିଜ୍ଞାନୀ ନୂତନତ୍ୱ ଏବଂ ଏହାର ବ୍ୟାପକ କାର୍ଯ୍ୟକାରିତାକୁ ବୁଝାଇବାକୁ ଯାଇ ସ୍କୁମ୍ପେଟରଙ୍କ ‘ସୃଜନାମତ୍କ ବିନାଶ’ ବିଚାରକୁ ଆଧାର ଭାବେ ବ୍ୟବହାର କରିଥାନ୍ତି।
ଅର୍ଥନୀତିରେ ସ୍କୁମ୍ପେଟରଙ୍କ ଧାରଣା ଅର୍ଥନୈତିକ ଅଭିବୃଦ୍ଧି, ଉତ୍ପାଦ ପ୍ରକ୍ରିୟା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟର ସିଦ୍ଧାନ୍ତର ମୂଳଦୁଆ ସୃଷ୍ଟିକଲା। କିନ୍ତୁ ଦୁଇଟି ପରସ୍ପର ସମ୍ପର୍କିତ ଘଟଣା ଗତ କିଛି ଦଶନ୍ଧି ମଧ୍ୟରେ ସୃଜନାମତ୍କ ବିନାଶର ସଂକଳ୍ପକୁ ସାମ୍ନାକୁ ଆଣିିଛି। ପ୍ରଥମଟି ହେଲା ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ ପ୍ରଫେସର କ୍ଲାଏଟନ କ୍ରିଷ୍ଟେନ୍‌ସେନ ୧୯୯୭ ପୁସ୍ତକ ‘ଇନୋଭେଟର୍ସ ଡିଲେମା’ ବା ଉଦ୍ଭାବକଙ୍କ ଦ୍ୱନ୍ଦ୍ୱ ‘ବ୍ୟାଘାତକାରୀ ନୂତନତ୍ୱ’ର ଧାରଣାକୁ ଆଗକୁ ବଢ଼ାଇଥିଲା। ମୁଖ୍ୟତଃ ବ୍ୟବସାୟିକ ମଡେଲଗୁଡ଼ିକ ଅନୁସରଣ କରୁଥିବା ନୂତନ ସଂସ୍ଥାଗୁଡ଼ିକରୁ ବ୍ୟାଘାତକାରୀ ଉଦ୍ଭାବନଗୁଡ଼ିକ ଆସିଥାଏ, ଯାହାକୁ ପଦାଧିକାରୀମାନେ ଅନାକର୍ଷଣ ମନେକରନ୍ତି। ଦ୍ୱିତୀୟଟି ହେଲା ସିଲିକନ୍‌ ଭ୍ୟାଲିର ଉତ୍‌ଥାନ, ଯେଉଁଠି ଟେକ୍‌ ଉଦ୍ୟୋଗୀମାନେ ଆରମ୍ଭରୁ ‘ ବ୍ୟାଘାତ’ କୁ ଏକ ରଣନୀତି କରିଦେଲେ। ଇଣ୍ଟରନେଟ୍‌ ସନ୍ଧାନର ବ୍ୟବସାୟରେ ବ୍ୟାଘାତ କରିବାକୁ ଗୁଗଲକୁ ସ୍ଥିର କରାଗଲା ।
ପୁସ୍ତକ ବିକ୍ରୟ ବ୍ୟବସାୟରେ ବ୍ୟାଘାତ ସୃଷ୍ଟି କରିବାକୁ ଆମାଜନ ଆରମ୍ଭ କରାଗଲା। ଏହା ପରେ ଅଧିକାଂଶ ଖୁଚୁରା ବ୍ୟବସାୟ କ୍ଷେତ୍ରରେ ବି ଏହା ଘଟିଲା। ତା’ପରେ ଫେସ୍‌ବୁକ୍‌ ‘ଶୀଘ୍ର ଗତି କର ଏବଂ ସବୁଥିରେ ବ୍ୟାଘାତ ସୃଷ୍ଟି କର’ ମନ୍ତ୍ର ନେଇ ଆସିଲା । ସାମାଜିକ ଗଣମାଧ୍ୟମ ଆମର ସାମାଜିକ ସମ୍ପର୍କକୁ ପରିବର୍ତ୍ତନ କଲା ଏବଂ ଉଭୟ ସୃଜନାମତ୍କ ବିନାଶ ଏବଂ ବ୍ୟାଘାତର ଶ୍ରେଷ୍ଠ ଉଦାହରଣ ପାଲଟିଲା।
ଏହି ତତ୍ତ୍ୱଗୁଡ଼ିକର ଲକ୍ଷ୍ୟ ହେଉଛି ବିନାଶ ଏବଂ ବ୍ୟାଘାତଜନିତ କ୍ଷତିରୁ ଲାଭ ଉଠାଇବା। କିନ୍ତୁ ବିନାଶ ପ୍ରକ୍ରିୟା ଯନ୍ତ୍ରଣାଦାୟକ ଏବଂ ଖୁବ୍‌ ବିପଜ୍ଜନକ ବୋଲି ସ୍କୁମ୍ପେଟର ସ୍ବୀକାର କରୁଥିବାବେଳେ ଆଜିର ବ୍ୟାଘାତକାରୀ ଉଦ୍ଭାବକମାନେ କେବଳ ଲାଭକୁ ଦେଖନ୍ତି । ତେଣୁ ଟେକ୍ନୋଲୋଜିଷ୍ଟ ମାର୍କ ଆଣ୍ଡ୍ରେସେନ୍‌ ଲେଖିଛନ୍ତି: ପ୍ରଯୁକ୍ତିବିଦ୍ୟା ଦ୍ୱାରା ଉତ୍ପାଦକତା ଅଭିବୃଦ୍ଧି ଘଟେ। ଏହା ଆର୍ଥିକ ଅଭିବୃଦ୍ଧି, ମଜୁରି ବୃଦ୍ଧି ଏବଂ ନୂତନ ଶିଳ୍ପ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ମୁଖ୍ୟ ସଞ୍ଚାଳକ ସାଜିଥାଏ। କାରଣ ଲୋକମାନେ ଏବଂ ପୁଞ୍ଜି ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ୍‌ ଜିନିଷ ଭାବେ କାର୍ଯ୍ୟ କରିବାରୁ ଏହା ସମ୍ଭବ ହୋଇଥାଏ। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ପାଇଁ ଯେଉଁ ଆଶା ସଞ୍ଚାର ହୋଇଛି ତାହା ଫେସ୍‌ବୁକ୍‌ର ପ୍ରାରମ୍ଭିକ ସମୟକୁ ଟପିଯାଇଛି। କେବଳ ସେତିକି ନୁହେଁ, ଉଦ୍ଭାବନ ବେଳେବେଳେ ପ୍ରକୃତି ଦ୍ୱାରା ବ୍ୟାଘାତକାରୀ ହୋଇଥାଏ। ସୃଷ୍ଟି ପ୍ରକ୍ରିୟାକୁ ସ୍କୁମ୍ପେଟର ଯେପରି ଭାବିଥିଲେ ତାହା ସେତିକି ବିନାଶକାରୀ ହୋଇପାରେ।
ଇତିହାସ ଦର୍ଶାଏ , ସୃଜନାତ୍ମକ ବିନାଶକୁ ଦୃଢ଼ ବିରୋଧ କଲେ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଗତିକରେ। ଏହା ପରିବର୍ତ୍ତେ, ଆମେ ଏହାକୁ ଏକ ମୂଲ୍ୟ ଭାବରେ ଦେଖିବା ଉଚିତ ଯାହା ବେଳେବେଳେ ହ୍ରାସ ହୋଇପାରେ। କେବଳ ଯେଉଁମାନଙ୍କର କ୍ଷତି ହୋଇଛି ତାହାକୁ ପୂରଣ କରିବା ପାଇଁ ପଦକ୍ଷେପ ନେବା ସହ ଅନେକ ସମୟରେ ବୈଷୟିକ ପରିବର୍ତ୍ତନ ପ୍ରକ୍ରିୟା ପରିଚାଳନାକରି ସୃଜନାମତ୍କ ବିନାଶକୁ ରୋକାଯାଇପାରିବ।
ଜଗତୀକରଣକୁ ବିଚାର କରାଯାଉ। ଏହା ଆର୍ଥିକ ଲାଭ ସୃଷ୍ଟି କରୁଥିବାବେଳେ କମ୍ପାନୀ, ଚାକିରି ଏବଂ ଜୀବିକାକୁ ମଧ୍ୟ ନଷ୍ଟ କରିଥାଏ । ଯଦି ଆମେ ସେହି କ୍ଷତି ଉପରେ ଗୁରୁତ୍ୱ ଦେବା ତେବେ ସେଗୁଡ଼ିକୁ ହ୍ରାସ କରିବା ପ୍ରୟାସରେ ସଫଳ ହୋଇ ପାରିବାନାହିଁ। ତଥାପି, ପ୍ରଭାବିତ ହୋଇଥିବା କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବା (ନୂଆ ଜାଗାରେ ଶାଖା ପାଇଁ ନିବେଶ କରି),ଚାକିରି ହରାଇଥିବା ଶ୍ରମିକମାନଙ୍କୁ ସାହାଯ୍ୟ କରିବା (ପୁନଃ ତାଲିମ ଏବଂ ସୁରକ୍ଷା ମାଧ୍ୟମରେ) ଏବଂ କ୍ଷତିଗ୍ରସ୍ତ ସମ୍ପ୍ରଦାୟକୁ ସମର୍ଥନ କରିବା ପାଇଁ ଅନେକ କିଛି କରିପାରିବା। କିନ୍ତୁ ଏହିସବୁ ସୂକ୍ଷ୍ମ ଅନ୍ତରକୁ ଚିହ୍ନିବାରେ ବିଫଳତା ଅତ୍ୟଧିକ ସୃଜନଶୀଳ ବିନାଶ ଏବଂ ବ୍ୟାଘାତର ଦ୍ୱାର ଖୋଲିଦେବ ,ଯାହା ଗତ କିଛି ଦଶନ୍ଧି ମଧ୍ୟରେ ସିଲିକନ୍‌ ଭ୍ୟାଲି କରିବା ଲାଗି ଆମକୁ ପ୍ରେରିତ କରିଥିଲା। ଏଣୁ ଏଆଇ ପରିପ୍ରେକ୍ଷୀରେ ତିନୋଟି ନୀତି ଆଗକୁ ଆମର ଆଭିମୁଖ୍ୟକୁ ମାର୍ଗଦର୍ଶନ କରିବା ଆବଶ୍ୟକ।
ପ୍ରଥମତଃ, ଜଗତୀକରଣ ଭଳି, ଯେଉଁମାନେ ପ୍ରତିକୂଳ ଭାବେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବା ଦରକାର। ଦ୍ୱିତୀୟତଃ, ଆମେ ଭାବିବା ଉଚିତ ନୁହେଁ ଯେ ବ୍ୟାଘାତ ଅପରିହାର୍ଯ୍ୟ । ମୁଁ ପୂର୍ବରୁ ଯୁକ୍ତି କରିସାରିଛି, ଏଆଇ ବହୁ ଚାକିରି ନଷ୍ଟ କରିବ ନାହିଁ। ଯଦି ଏହାକୁ ଡିଜାଇନ ଏବଂ ନିୟୋଜନ କରୁଥିବା ବ୍ୟକ୍ତିମାନେ କେବଳ ସ୍ବୟଂଚାଳିତତାକୁ ଦୃଷ୍ଟିରେ ରଖି ତାହା କରନ୍ତି (ଯାହା ସିଲିକନ୍‌ ଭ୍ୟାଲି ମୁଖ୍ୟମାନେ ଚାହାନ୍ତି),ତେବେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଟେକ୍ନୋଲୋଜି ଅଧିକ ଦୁଃଖ ସୃଷ୍ଟି କରିବ । କିନ୍ତୁ ଏହା ଅଧିକ ଆକର୍ଷଣୀୟ ବିକଳ୍ପ ପଥ ଗ୍ରହଣ କରାଯାଇପାରେ ।
ସର୍ବଶେଷରେ, ଶ୍ରମିକମାନଙ୍କୁ ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ଏଆଇର ଅପାର ସମ୍ଭାବନା ଅଛି, ଯେପରିକି ସେମାନଙ୍କୁ ଉତ୍ତମ ସୂଚନା ପ୍ରଦାନ କରିବା ଏବଂ ଅଧିକ ଜଟିଳ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଇବା। ସୃଜନଶୀଳ ବିନାଶ ଉପରେ ବଢ଼େଇ କହି ଆମେ ଏହି ଅଧିକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତି ପ୍ରତି ଆଖି ବୁଜିଦେବା କିମ୍ବା ବର୍ତ୍ତମାନ ଯେଉଁ ପଥରେ ଅଛେ ସେଥିରୁ ବିଚ୍ୟୁତ ହେବା ଉଚିତ ନୁହେଁ। ବଜାର ସାମାଜିକ ଲାଭଦାୟକ ଦିଗରେ ଅଭିନବ ଶକ୍ତିକୁ ସଞ୍ଚାଳନ ନ କଲେ ବି ସରକାରୀ ନୀତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଏହାକୁ ପୁନଃ ନିର୍ଦ୍ଦେଶ କରିବା ପାଇଁ ବହୁ କିଛି କରିପାରିବ । ଯେପରି ଅନେକ ଦେଶ ଅକ୍ଷୟ ଶକ୍ତିରେ ଅଧିକ ନୂତନତ୍ୱକୁ ଉତ୍ସାହିତ କରିବା ପାଇଁ ସବ୍‌ସିଡି ପ୍ରବର୍ତ୍ତନ କରିସାରିଛନ୍ତି, ସେହିଭଳି ଏଆଇ ଏବଂ ଅନ୍ୟାନ୍ୟ ଡିଜିଟାଲ ଟେକ୍ନୋଲୋଜିର କ୍ଷତି ହ୍ରାସ କରିବା ପାଇଁ ଅଧିକ କାର୍ଯ୍ୟ କରାଯାଇପାରିବ । ତୃତୀୟରେ, ଆମେ ମନେରଖିବା ଉଚିତ ଯେ, ଏବକାର ସାମାଜିକ ଓ ଆର୍ଥିକ ସମ୍ପର୍କ ଅତ୍ୟନ୍ତ ଜଟିଳ। ସେଗୁଡ଼ିରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ସବୁ ପ୍ରକାର ଅପ୍ରତ୍ୟାଶିତ ପରିଣାମ ଆସିପାରେ। ଫେସ୍‌ବୁକ୍‌ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକ ଆମର ସାଧାରଣ ବକ୍ତବ୍ୟକୁ ଉଗ୍ରବାଦ, ଭୁଲ୍‌ ତଥ୍ୟ ଏବଂ ଦୁର୍ବଳତା ସହ ଯୋଡ଼ି ବିଷାକ୍ତ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇ ନ ଥିଲା। କିନ୍ତୁ ଏବେ ସେଗୁଡ଼ିକ ସୃଷ୍ଟି କରୁଥିବା ବ୍ୟାଘାତ ଭିତରେ ଆମେ କିପରି ଯୋଗାଯୋଗ କରିବା।
ପରବର୍ତ୍ତୀ ନୂତନତ୍ୱର ପୀଡ଼ାଦାୟକ ତଥା ଅଣାୟତ୍ତ ଧାରା ଆମର ସାମାଜିକ, ଗଣତାନ୍ତ୍ରିକ ଏବଂ ନାଗରିକ ଅନୁଷ୍ଠାନ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ସେଥିପ୍ରତି ଅଧିକ ଦୃଷ୍ଟି ରଖିବା ଜରୁରୀ। ସୃଜନଶୀଳ ବିନାଶରୁ ଅଧିକ ଲାଭ ପାଇବା ପାଇଁ ନୂତନତ୍ୱ ସପକ୍ଷବାଦୀ ସାର୍ବଜନୀନ ନୀତି ଏବଂ ଗଣତାନ୍ତ୍ରିକ ପଦକ୍ଷେପ ମଧ୍ୟରେ ଠିକ୍‌ ସନ୍ତୁଳନ ଆବଶ୍ୟକ। ଯଦି ଆମେ ଏହାକୁ ଆମ ଅନୁଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ବୈଷୟିକ ଉଦ୍ୟୋଗୀମାନଙ୍କ ଉପରେ ଏହାକୁ ଛାଡ଼ିଦେଉ, ତେବେ ଆମେ ଆଶାଠାରୁ ଅଧିକ ବିନାଶର ବିପଦକୁ ସମ୍ମୁଖୀନ ହେବା।

  • ଡାରୋନ୍‌ ଆକେମୋଗ୍ଲୁ
    ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରଫେସର(ଅର୍ଥନୀତି), ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri