‘ସ୍ଥାୟୀ ଜୀବିକା ସହ ଗୋପାଳନ ଉଦ୍ୟୋଗ ସୃଷ୍ଟି ମୂଳ ଲକ୍ଷ୍ୟ’

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଚଳିତ ମାସ ୨୧ ଓ ୨୨ ତାରିଖ ଓଡ଼ିଶାର ବଲାଙ୍ଗୀରଠାରେ ହେବାକୁ ଯାଉଛି। ଏପରିକି ବଲାଙ୍ଗୀର ଜିଲା ପ୍ରଶାସନ ଓ ବିକେଏନ୍‌ ଆଞ୍ଚଳିକ ଦୁଗ୍ଧ ସଂଘର ମିଳିତ ସହଯୋଗରେ ଓଡ଼ିଶାର ପ୍ରଥମ ଗୋପାଳନ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ବିଶେଷଜ୍ଞଙ୍କ ଅଭିଭାଷଣ ସହିତ ସାରା ଭାରତରୁ ଗୋପାଳନ ଓ ଏହାସହ ଜଡ଼ିତ ବିଭିନ୍ନ ଉତ୍ପାଦ ମଧ୍ୟ ପ୍ରଦର୍ଶନ କରାଯିବ। ସେହିଭଳି ଗୋପାଳନ ସମ୍ପର୍କିତ ବିଭିନ୍ନ କେସ୍‌ ଷ୍ଟଡିଜ୍‌ ଓ ଗୋପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ନେଟଓ୍ବର୍କିଂ ଫୋରମ୍‌ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ। ଏଥିସହିତ ‘ଗୋପାଳନ ସାହିତ୍ୟ ଓ କବିତା’ ପରି ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଜଣାପଡିଛି। ସେହିପରି ରାଜ୍ୟରେ ଗୋପାଳନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଉକ୍ତ ସମ୍ମିଳନୀ ସ୍ଥାୟୀ ଜୀବିକା ସୃଷ୍ଟି କରିବା ସହ ଗୋପାଳନ-ଉଦ୍ୟୋଗ ସୃଷ୍ଟି କରିବାରେ ଏକ ମାଇଲଖୁଣ୍ଟ ପାଲଟିବ ବୋଲି କୁହାଯାଉଛି।
ଉକ୍ତ ସମ୍ମିଳନୀରେ ସାରା ଦେଶରୁ ଏନ୍‌ଡିଡିବି, ଏନ୍‌ଡିଆରଆଇ, ଆଇଭିଆରଆଇ, ସିସିବିଏଫ୍‌, ଏପିକୋଲ୍‌, ଆଇସିଏଆର, ସିଇଡିଏସଆଇ, ଏନଏସଡିସି ଭଳି ବିିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ଗୋପାଳନ ଓ ଗୋ-ପ୍ରଜନନର ବିଶେଷଜ୍ଞ ଓ ଉଦ୍ୟୋଗୀମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ, ଡ. ଅଶୋକ ପଟ୍ଟନାୟକ, ଡ. ଟି.କେ. ମହାନ୍ତି, ଡ.ରମାଦେବୀ ନିମ୍ମାନାପାଲ୍ଲୀ, ଡ. ଚନ୍ଦ୍ର ହାସ ଏବଂ ମହିଳା ଉଦ୍ୟୋଗୀ ପଲ୍ଲବୀ ବ୍ୟାସଙ୍କ ସମେତ ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ, ଦୁଗ୍ଧ ସମବାୟ ସମିତି ଓ ସଫଳ ଗୋପାଳନ ଉଦ୍ୟୋଗର ପ୍ରତିନିଧିମାନେ ମଧ୍ୟ ଭାଗ ନେବେ। ବିଶେଷ କରି ସମବାୟ ପରିଚାଳନା ବାବଦରେ ବିସ୍ତୃତ ଆଲୋକପାତ କରିବା ସହ ସରକାରୀ ଯୋଜନା ଓ ସୁବିଧା ସାଙ୍ଗକୁ ଟେକ୍ନୋଲୋଜିକାଲର ସଫଳତା ଓ ଉଦ୍ଭାବନ ଏବଂ କୁଶଳୀ ବ୍ୟବସ୍ଥାର ବିକାଶ ବାବଦରେ ମଧ୍ୟ ଅବଗତ କରାଯିବ। ଏଥିସହିତ ଏ କ୍ଷେତ୍ରରେ ଟେକ୍ନୋଲୋଜିକାଲ ବିକାଶକୁ ନେଇ ମଧ୍ୟ ଏକ ପ୍ରଦର୍ଶନୀ ଆୟୋଜିତ ହେବ। ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏକ ଜିଲାସ୍ତରୀୟ କୁଇଜ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇ ବିଜେତାମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ ପୁରସ୍କୃତ କରାଯିବ ବୋଲି ଆୟୋଜନ କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri