ପରିବେଶ ପାଇଁ ଅନୁକୂଳ ହେନ୍ତାଳ ଜଙ୍ଗଲ ସୃଷ୍ଟି

ମହାକାଳପଡ଼ା,୨୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନରେ ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇଛି। ପୂର୍ବ ଅପେକ୍ଷା ପରିବେଶ ବିଗିଡ଼ିବାରେ ଲାଗିଛି। ଗ୍ରୀନ୍‌ଲ୍ୟାଣ୍ଡରୁ ବରଫ ତରଳି ସମୁଦ୍ର ଜଳ ପତ୍ତନ ବୃଦ୍ଧି, ମୃତ୍ତିକା ଓ ଜଙ୍ଗଲ ଅବକ୍ଷୟ, ବୃହତ୍‌ ଜଙ୍ଗଲ ସହିତ ପାହାଡ଼ରେ ନିଆଁ ଲାଗିବା, ରାସାୟନିକ ଶିଳ୍ପ, କାରଖାନା ପ୍ରତିଷ୍ଠା, ଚାଷ ଜମି ହ୍ରାସ ପାଇବା, ଶାଗୁଣା, ଚିଲଙ୍କ ବଂଶ ବିଲୋପ ପ୍ରମୁଖ କାରଣ ପାଲଟିଛି। ବିଗିଡ଼ିଥିବା ପରିବେଶ ସନ୍ତୁଳନ ରକ୍ଷା କରିବାକୁ କେବଳ ବୃହତ୍‌ ସବୁଜ ବଳୟ ସୃଷ୍ଟି କରିବା ଉପରେ କେନ୍ଦ୍ର, ରାଜ୍ୟ ସରକାର ଓ ବିଭିନ୍ନ ସ୍ବେଚ୍ଛସେବୀ ଅନୁଷ୍ଠାନ ଆଗଭର ହେବା ଆବଶ୍ୟକତା ରହିଛି। ନଚେତ୍‌ ଉତ୍ତର ଦାୟାଦମାନଙ୍କ ପାଇଁ ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ସମୁଦ୍ର ଉପକୂଳ ଆର୍ଦ୍ରଭୂମି ଅଞ୍ଚଳରେ ବିଶାଳ ଜଙ୍ଗଲ ସୃଷ୍ଟି କରିବାକୁ ଲୁଣା ହେନ୍ତାଳ ଚାରା ରୋପଣ କରାଯିବା ଆବଶ୍ୟକ। ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ବ୍ୟାପକ ପରିମାଣରେ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ନୂଆ ଚାରା ରୋପଣ କରାଯାଇଛି। ସେହିପରି ଗହୀରମଥା, ଭିତରକନିକା ଆର୍ଦ୍ରଭୂମି ଅଞ୍ଚଳରେ ଲୁଣା ଜଙ୍ଗଲ ସୃଷ୍ଟି ହେଉଛି। ପୂର୍ବ ଅପେକ୍ଷା ଏହି ଅଞ୍ଚଳରେ ୨ ପ୍ରତିଶତ ଜଙ୍ଗଲ ବୃଦ୍ଧି ପାଇଛି। ଏହାଦ୍ୱାରା ପରିବେଶ ସନ୍ତୁଳନ ରକ୍ଷା ହେବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଜୀବ ଜଗତ ରକ୍ଷା ପାଇପାରିବେ ବୋଲି ପରିବେଶପ୍ରେମୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ପାରାଦୀପ ଶିଳ୍ପ, କାରଖାନାର ଧୂଆଁ ପାଉଁଶ ପରିବେଶ ପ୍ରଦୂଷିତ କରୁଥିବା ବେଳେ ଲୁଣା ଜଙ୍ଗଲ ପତ୍ରରେ ଆସ୍ତରଣ ଜମୁଛି। ଯାହାକି ଲୁଣା ଜଙ୍ଗଲ ପ୍ରତି ବିପଦ ସାଜିଛି। ଲୁଣା ଜଙ୍ଗଲରେ ଜୀବଜନ୍ତୁ ଓ ପକ୍ଷୀ ବଂଶ ବିସ୍ତାର କରୁଛନ୍ତି।
ଅପରପକ୍ଷରେ ବନ ବିଭାଗ ପକ୍ଷରୁ ବତିଘର ସଂରକ୍ଷିତ ଜଙ୍ଗଲରେ ଶହେ ହେକ୍ଟର ଜମିରେ ୪ ଲକ୍ଷ ୪୫ ହଜାର ଲୁଣା ଚାରା ଓ ୧୨ ହେକ୍ଟର ଜଙ୍ଗଲ ଜମିରେ ୩୦ ହଜାର ଝାଉଁ ଚାରା ରୋପଣ କରିଛି। କେତେକ ବେଆଇନ ଜମି ଦଖଲକାରୀଙ୍କଠାରୁ ଜଙ୍ଗଲ ଜମି ଉଚ୍ଛେଦ କରାଯାଇ ଲୁଣା ଜାତୀୟ ଚାରା ରୋପଣ କରାଯାଉଛି। ଲୁଣା ଜାତୀୟ ଗୁଆଁ, ରାଇ, ବନି, ସୁନ୍ଦରୀ, ସିନ୍ଦୂକା, କାଳିଆ ଚୁଆଁ, ଗରାଣି ଓ ଡଟ୍‌ ଆଦି ଚାରା ବ୍ୟାପକ ପରିମାଣରେ ରୋପଣ କରାଯାଇଛି। ଏ ନେଇ ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ବନ ବିଭାଗ ପକ୍ଷରୁ ବ୍ୟାପକ ପରିମାଣରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଇଛି। ହେଲେ ଲୁଣା ଜଙ୍ଗଲ ତଟବର୍ତ୍ତୀ ପଡ଼ୋଶୀ ଜିଲାର ଶିଳ୍ପ, କାରଖାନାରୁ ବର୍ଜ୍ୟବସ୍ତୁ ଓ ନିର୍ଗତ ବିଷାକ୍ତ ନିଆଁ, ଧୂଆଁ , ପାଉଁଶ ମହାକାଳପଡ଼ାବାସୀଙ୍କୁ ଅଣନିଃଶ୍ୱାସୀ କରି ପକାଉଛି। ଫଳରେ ଲୁଣା ଜଙ୍ଗଲ ଯେଉଁ ପରିମାଣରେ ବୃଦ୍ଧି ହେବା କଥା ସେଥିରେ ବାଧା ସୃଷ୍ଟି ହେଉଛି। ଏଥିପ୍ରତି ଯତ୍ନବାନ ହେବାର ସମୟ ଆସିଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ଚଳିତ ବର୍ଷ ନୂଆ ଲୁଣା ଜଙ୍ଗଲ ଚାରା ରୋପଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?