ପରିବେଶ ପାଇଁ ଅନୁକୂଳ ହେନ୍ତାଳ ଜଙ୍ଗଲ ସୃଷ୍ଟି

ମହାକାଳପଡ଼ା,୨୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନରେ ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇଛି। ପୂର୍ବ ଅପେକ୍ଷା ପରିବେଶ ବିଗିଡ଼ିବାରେ ଲାଗିଛି। ଗ୍ରୀନ୍‌ଲ୍ୟାଣ୍ଡରୁ ବରଫ ତରଳି ସମୁଦ୍ର ଜଳ ପତ୍ତନ ବୃଦ୍ଧି, ମୃତ୍ତିକା ଓ ଜଙ୍ଗଲ ଅବକ୍ଷୟ, ବୃହତ୍‌ ଜଙ୍ଗଲ ସହିତ ପାହାଡ଼ରେ ନିଆଁ ଲାଗିବା, ରାସାୟନିକ ଶିଳ୍ପ, କାରଖାନା ପ୍ରତିଷ୍ଠା, ଚାଷ ଜମି ହ୍ରାସ ପାଇବା, ଶାଗୁଣା, ଚିଲଙ୍କ ବଂଶ ବିଲୋପ ପ୍ରମୁଖ କାରଣ ପାଲଟିଛି। ବିଗିଡ଼ିଥିବା ପରିବେଶ ସନ୍ତୁଳନ ରକ୍ଷା କରିବାକୁ କେବଳ ବୃହତ୍‌ ସବୁଜ ବଳୟ ସୃଷ୍ଟି କରିବା ଉପରେ କେନ୍ଦ୍ର, ରାଜ୍ୟ ସରକାର ଓ ବିଭିନ୍ନ ସ୍ବେଚ୍ଛସେବୀ ଅନୁଷ୍ଠାନ ଆଗଭର ହେବା ଆବଶ୍ୟକତା ରହିଛି। ନଚେତ୍‌ ଉତ୍ତର ଦାୟାଦମାନଙ୍କ ପାଇଁ ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ସମୁଦ୍ର ଉପକୂଳ ଆର୍ଦ୍ରଭୂମି ଅଞ୍ଚଳରେ ବିଶାଳ ଜଙ୍ଗଲ ସୃଷ୍ଟି କରିବାକୁ ଲୁଣା ହେନ୍ତାଳ ଚାରା ରୋପଣ କରାଯିବା ଆବଶ୍ୟକ। ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ବ୍ୟାପକ ପରିମାଣରେ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ନୂଆ ଚାରା ରୋପଣ କରାଯାଇଛି। ସେହିପରି ଗହୀରମଥା, ଭିତରକନିକା ଆର୍ଦ୍ରଭୂମି ଅଞ୍ଚଳରେ ଲୁଣା ଜଙ୍ଗଲ ସୃଷ୍ଟି ହେଉଛି। ପୂର୍ବ ଅପେକ୍ଷା ଏହି ଅଞ୍ଚଳରେ ୨ ପ୍ରତିଶତ ଜଙ୍ଗଲ ବୃଦ୍ଧି ପାଇଛି। ଏହାଦ୍ୱାରା ପରିବେଶ ସନ୍ତୁଳନ ରକ୍ଷା ହେବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଜୀବ ଜଗତ ରକ୍ଷା ପାଇପାରିବେ ବୋଲି ପରିବେଶପ୍ରେମୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ପାରାଦୀପ ଶିଳ୍ପ, କାରଖାନାର ଧୂଆଁ ପାଉଁଶ ପରିବେଶ ପ୍ରଦୂଷିତ କରୁଥିବା ବେଳେ ଲୁଣା ଜଙ୍ଗଲ ପତ୍ରରେ ଆସ୍ତରଣ ଜମୁଛି। ଯାହାକି ଲୁଣା ଜଙ୍ଗଲ ପ୍ରତି ବିପଦ ସାଜିଛି। ଲୁଣା ଜଙ୍ଗଲରେ ଜୀବଜନ୍ତୁ ଓ ପକ୍ଷୀ ବଂଶ ବିସ୍ତାର କରୁଛନ୍ତି।
ଅପରପକ୍ଷରେ ବନ ବିଭାଗ ପକ୍ଷରୁ ବତିଘର ସଂରକ୍ଷିତ ଜଙ୍ଗଲରେ ଶହେ ହେକ୍ଟର ଜମିରେ ୪ ଲକ୍ଷ ୪୫ ହଜାର ଲୁଣା ଚାରା ଓ ୧୨ ହେକ୍ଟର ଜଙ୍ଗଲ ଜମିରେ ୩୦ ହଜାର ଝାଉଁ ଚାରା ରୋପଣ କରିଛି। କେତେକ ବେଆଇନ ଜମି ଦଖଲକାରୀଙ୍କଠାରୁ ଜଙ୍ଗଲ ଜମି ଉଚ୍ଛେଦ କରାଯାଇ ଲୁଣା ଜାତୀୟ ଚାରା ରୋପଣ କରାଯାଉଛି। ଲୁଣା ଜାତୀୟ ଗୁଆଁ, ରାଇ, ବନି, ସୁନ୍ଦରୀ, ସିନ୍ଦୂକା, କାଳିଆ ଚୁଆଁ, ଗରାଣି ଓ ଡଟ୍‌ ଆଦି ଚାରା ବ୍ୟାପକ ପରିମାଣରେ ରୋପଣ କରାଯାଇଛି। ଏ ନେଇ ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ବନ ବିଭାଗ ପକ୍ଷରୁ ବ୍ୟାପକ ପରିମାଣରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଇଛି। ହେଲେ ଲୁଣା ଜଙ୍ଗଲ ତଟବର୍ତ୍ତୀ ପଡ଼ୋଶୀ ଜିଲାର ଶିଳ୍ପ, କାରଖାନାରୁ ବର୍ଜ୍ୟବସ୍ତୁ ଓ ନିର୍ଗତ ବିଷାକ୍ତ ନିଆଁ, ଧୂଆଁ , ପାଉଁଶ ମହାକାଳପଡ଼ାବାସୀଙ୍କୁ ଅଣନିଃଶ୍ୱାସୀ କରି ପକାଉଛି। ଫଳରେ ଲୁଣା ଜଙ୍ଗଲ ଯେଉଁ ପରିମାଣରେ ବୃଦ୍ଧି ହେବା କଥା ସେଥିରେ ବାଧା ସୃଷ୍ଟି ହେଉଛି। ଏଥିପ୍ରତି ଯତ୍ନବାନ ହେବାର ସମୟ ଆସିଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ଚଳିତ ବର୍ଷ ନୂଆ ଲୁଣା ଜଙ୍ଗଲ ଚାରା ରୋପଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri