ନିଜ ନୀତି ନିଜକୁ ଅଡ଼ୁଆ

ପ୍ରେମାନନ୍ଦ ଖମାରୀ
ବରଗଡ଼ ଅଫିସ, ୨୬ା୧୦: ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରିଥାନ୍ତି। ହେଲେ ସେହି ନୀତି ବେଳେ ବେଳେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥାଏ। ଏଭଳି ଏକ ସ୍ଥିତି ବରଗଡ଼ ଜିଲାରେ ଦେଖିବାକୁ ମିଳିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, କୌଣସି ମିଲର୍ସ ପୂର୍ବବର୍ଷ କଷ୍ଟମ ମିଲିଂଭିତ୍ତିରେ ଉଠାଇଥିବା ଧାନ ପରିମାଣ ହାରରେ ଶତ ପ୍ରତିଶତ ଚାଉଳ ଜମା ନ ଦେଲେ, ଉକ୍ତ ମିଲର୍ସ ପରବର୍ତ୍ତୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ। ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଗତ ୨୦୨୧-୨୨ କେଏମ୍‌ଏସ୍‌ (ଖରିଫ ମାର୍କେଟିଂ ସିଜନ) ଗାଇଡ୍‌ ଲାଇନ୍‌ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ଇତିମଧ୍ୟରେ ୨୦୨୨-୨୩ କେଏମ୍‌ଏସ୍‌ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ମିଲର୍ସଙ୍କ ପାଖରୁ ଶତ ପ୍ରତିଶତ କଷ୍ଟମ ମିଲିଂ ଚାଉଳ ସଂଗ୍ରହ ହୋଇପାରିନାହିଁ। ୨୦୨୧-୨୨ ଖରିଫରେ ୯୯.୯୨ % ଚାଉଳ ସଂଗୃହୀତ ହୋଇଥିଲା। ଗତ ରବିରେ ଏପର୍ଯ୍ୟନ୍ତ (ନଭେମ୍ବର ୨୧ତାରିଖ ସୁଦ୍ଧା) ମାତ୍ର ୧୮.୬୧ % ଚାଉଳ ସଂଗ୍ରହ ହୋଇଥିବାବେଳେ ମିଲର୍ସଙ୍କ ପାଖରେ ଆହୁରି ୮୧.୩୯ % ଚାଉଳ ବାକି ପଡ଼ିଛି। ଅପରପକ୍ଷେ ପ୍ରତିବର୍ଷ ନଭେମ୍ବର ମାସରେ ହିଁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ। ଏଥର ପ୍ରଥମଥର ଲାଗି ଜିଲାରେ ଡିସେମ୍ବର ପହିଲାରୁ ଏହାକୁ ଆରମ୍ଭ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ମିଲର୍ସଙ୍କଠାରୁ ଚାଉଳ ସଂଗ୍ରହ କରାଯାଇ ପାରି ନ ଥିବାରୁ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ପ୍ରଶାସନ ଏଥର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏଭଳି ବିଳମ୍ବ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ନିଜ ନୀତି ସରକାରଙ୍କ ପାଇଁ ଅଡ଼ୁଆ ବୋଲି ସେମାନେ ସମାଲୋଚନା କରିଛନ୍ତି। ଏହା ବିରୋଧରେ ବିଭିନ୍ନ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ସଜବାଜ ହେଉଥିବା ଜଣାପଡିଛି।
ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ କେଏମ୍‌ଏସ୍‌-୨୦୨୧-୨୨ ଗାଇଡ୍‌ଲାଇନକୁ ଅନୁଧ୍ୟାନ କଲେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଖରିଫ ଏବଂ ମେ ୧ରୁ ଜୁନ ୩୦ତାରିଖ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥାଏ। ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଯୋଗ୍ୟ ବିବେଚିତ ମିଲର୍ସ ମଣ୍ଡିରୁ ଧାନ ଉଠାଇଥାନ୍ତି ଏବଂ ନିର୍ଦ୍ଧାରିତ ହାରରେ ଯୋଗାଣ ନିଗମକୁ ଚାଉଳ ଜମା ଦେଇଥାନ୍ତି। ଏହି କ୍ରମରେ କୌଣସି ମିଲର ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଉଠାଇଥିବା ଧାନ ଅନୁପାତରେ ଶତ ପ୍ରତିଶତ ଚାଉଳ କିମ୍ବା ବକେୟା ଚାଉଳ ହାରରେ ସଂରକ୍ଷିତ ରାଶି ଜମା ନ ଦେଲେ ସମ୍ପୃକ୍ତ ମିଲର ପରବର୍ତ୍ତୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେନାହିଁ। ମାତ୍ର ରାଜ୍ୟ ସରକାରଙ୍କ ଏହି ଗାଇଡ୍‌ଲାଇନର ବାସ୍ତବତା ଏବେ ପଦାରେ ପଡ଼ିଛି।
ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେଏମ୍‌ଏସ୍‌-୨୦୨୧-୨୨ର ଖରିଫରେ ୬ଲକ୍ଷ ୧୪ହଜାର ୧୦୨.୧୯୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏହି କ୍ରମରେ ଜିଲାର ୧୧୨ ମିଲର୍ସ କଷ୍ଟମ ମିଲିଂଭିତ୍ତିରେ ୪ଲକ୍ଷ ୧୭ହଜାର ୫୮୯.୪୮୯ ମେଟ୍ରିକ ଟନ୍‌ ଚାଉଳ ଜମା ଦେବା କଥା। କିନ୍ତୁ ମିଲର୍ସମାନେ ୪ଲକ୍ଷ ୧୭ହଜାର ୨୭୧.୫୯୪ ମେଟ୍ରିକ ଟନ୍‌ (୯୯.୯୨%) ଚାଉଳ ଜମା ଦେଇ ପରବର୍ତ୍ତୀ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାରେ ୫ଲକ୍ଷ ୨୪ହଜାର ୬୫୪.୫୩୫ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏହି ଅନୁପାତରେ ମିଲର୍ସଙ୍କଠାରୁ ୩ଲକ୍ଷ ୫୬ହଜାର ୭୬୫.୦୮୩ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ହେବା କଥା। କିନ୍ତୁ ଆଉ କିଛିଦିନ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ମିଲର୍ସଙ୍କଠାରୁ ନଭେମ୍ବର ୨୧ତାରିଖ ସୁଦ୍ଧା ମାତ୍ର ୬୬ହଜାର ୩୯୮.୩୯୯(୧୮.୬୧%) ମେଟ୍ରିକ ଟନ୍‌ ସଂଗ୍ରହ ହୋଇପାରିଛି। ଏଫ୍‌ସିଆଇ ଚାଉଳ ନ ଉଠାଇବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଇଛନ୍ତି। ଅନ୍ୟପଟେ ଏହା ଚାଉଳ ରିସାଇକ୍ଲିଂ ପାଇଁ ମିଲର୍ସଙ୍କୁ ଏକ ଅପୂର୍ବ ସୁଯୋଗ ଦିଆଯାଇଛି। ଗୋଦାମ ଖାଲି ନ ଥିବା ଆଳ କରି ମିଲର୍ସ ମଣ୍ଡିକୁ ଧାନ ଉଠାଇବାକୁ ଆସିବେନାହିଁ ଏବଂ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ପଚାରିବାରୁ ସେ କହିଥିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେଉଁ ସ୍ବାକ୍ଷରିତ ରାଜିନାମା (ଏମ୍‌ଓୟୁ) ହୋଇଥିଲା, ସେହି କ୍ରମରେ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଚାଉଳ ନେଉନାହିଁ। ଫଳରେ ସେହି ସମସ୍ୟା ଉପୁଜିଛି ବୋଲି କହିଥିଲେ। ଅନ୍ୟପଟେ ମିଲର୍ସ ଶତ ପ୍ରତିଶତ ଚାଉଳ ଜମା ଦେଇ ନ ପାରିଲେ, ସେମାନଙ୍କୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ କି ନାହିଁ ପଚାରିବାରୁ ସେ ଦିଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୋରେନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri