ସୃଷ୍ଟିକରୁ ନିଜ ସୁରକ୍ଷାବଳୟ

ମୀରା ବେଉରା

ଫ୍ରାନ୍ସର ଲେଖକ ରୁଷୋ ଯୁକ୍ତି କରିଥିଲେ, ମଣିଷ ବଞ୍ଚତ୍ରହୁ ନିଜର ସ୍ବର ଓ ସ୍ବାଭିମାନକୁ ନେଇ। ଯଦି ସେତକ ସିଏ ହରେଇ ଦିଏ ତେବେ ସେ ପାଲଟିଯିବ ଏକ ଆମତ୍ପ୍ରତ୍ୟୟହୀନ ଭିକ୍ଷୁକରେ। ଏଇଠି ପ୍ରଶ୍ନ ଉଠୁଛି ଆଜିର ସଭ୍ୟ ମଣିଷର ସ୍ବର ଓ ସ୍ବାଭିମାନ ଅଛି ତ?
କେବଳ ଭାରତରେ ନୁହେଁ, ସମଗ୍ର ପୃଥିବୀରେ ନାରୀ ଓ ପୁରୁଷ ସମାନ ବୋଲି ପ୍ରକମ୍ପିତ ହେଉଛି। ପ୍ରକୃତରେ ଏହା ସତ୍ୟ ନୁହେଁ । ନାରୀ’ର ସ୍ବାଭିମାନ ଏବଂ ଆମତ୍ମର୍ଯ୍ୟାଦାକୁ କ୍ଷୁଣ୍ଣ କରାଯାଉଛି। ତା’ର ଦୁର୍ବଳତା ଓ ଅସହାୟତାକୁ ନେଇ ତାକୁ ନିର୍ଯାତନା ଦିଆଯାଉଛି। ଦିଲ୍ଲୀରୁ ସୁରଟ ପର୍ଯ୍ୟନ୍ତ ଏବଂ ଉତ୍ତରପ୍ରଦେଶର ହାଥରସ୍‌ଠାରୁ ହରିୟାଣାର ଫରିଦାବାଦ ପର୍ଯ୍ୟନ୍ତ ଓ ଓଡ଼ିଶାର ବଲାଙ୍ଗୀର ଗୋଲାମୁଣ୍ଡାଠାରୁ କେନ୍ଦୁଝର ପର୍ଯ୍ୟନ୍ତ ସବୁଠି ନାରୀର ବର୍ବରତାର ନାରକୀୟକାଣ୍ଡର ଜୀବନଯାତ୍ରା କେତେ କଣ୍ଟକିତ, କେତେ ବିପଦପୂର୍ଣ୍ଣ ତାହା ଆମେ ଦେଖୁଛୁ। ସ୍ବାଧୀନତାର ୭୫ ବର୍ଷ ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ମହିଳାମାନଙ୍କ ସୁରକ୍ଷା ପାଇଁ ଆମେ ଗୋଟିଏ ଆଖିଦୃଶିଆ ଆଇନ ଆଣିପାରିଲୁ ନାହିଁ। ଆଶ୍ଚର୍ଯ୍ୟ ଲାଗେ, ଗୋଟିଏ ଜାତି ଜନସଂଖ୍ୟାର ଅର୍ଦ୍ଧେକ ମହିଳାମାନଙ୍କୁ ସେମାନଙ୍କର ବଞ୍ଚତ୍ବାର ଅଧିକାର ଦେବା ପାଇଁ ଏତେ କାର୍ପଣ୍ୟତା ଓ ଉଦାସୀନ କାହିଁକି? ନାରୀ ଚାହିଁଲେ ନିଜର ସୁରକ୍ଷା ବଳୟ ସୃଷ୍ଟି କରିପାରିବ। ପୁରାଣରେ ଆମେ ମହିଷମର୍ଦ୍ଦିନୀ ଦୁର୍ଗା ମହିଷାସୁରକୁ ମାରିବାର ଜାଣିଛୁ। ଭାରତବର୍ଷର ସ୍ବାଧୀନତା ସଂଗ୍ରାମରେ ଆମେ ବୀରାଙ୍ଗନା ରାଣୀ ଦୁର୍ଗାବତୀ ଓ ଝାନ୍‌ସୀରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱର କାହାଣୀ ବି ଶୁଣିଛୁ।
ଏକବିଂଶ ଶତାବ୍ଦୀରେ ନାରୀ ତା’ ଶକ୍ତିକୁ ଯଥାସମ୍ଭବ ପରିବାର ଏବଂ ରାଷ୍ଟ୍ର ଗଠନରେ ବିନିଯୋଗ କରୁଛି। ନିଜକୁ ସ୍ବୟଂସିଦ୍ଧା କରି ଗଢ଼ିତୋଳିବା ପାଇଁ ଓ ସମାଜରେ ପ୍ରତିଷ୍ଠା କରିବା ଲାଗି ସଂଘର୍ଷ ଏବଂ ପ୍ରଚେଷ୍ଟା ଜାରି ରଖିଛି। ଦୁଃଖର କଥା କେତେକ ସାମାଜିକ ସମସ୍ୟା ନାରୀର ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ସ୍ତ୍ରୀଶକ୍ତି ସମ୍ପର୍କରେ ଏକ ବଦ୍ଧମୂଳ ଭ୍ରମାମତ୍କ ଧାରଣା ଆଜି ବି ରକ୍ଷଣଶୀଳ ସମାଜରେ ରହିଛି; ଯେଉଁଥିପାଇଁ ନାରୀ ବାରମ୍ବାର ନିର୍ଯାତିତ ହେଉଛି। ରାଷ୍ଟ୍ରର ପିତା ମହାତ୍ମା ଗାନ୍ଧୀ କହିଥିଲେ- ଯେଉଁ ଜାତି ତା’ର ମହିଳାଙ୍କୁ ସମାଜ ଗଠନ ତଥା ରାଷ୍ଟ୍ର ଗଠନ କାର୍ଯ୍ୟରେ ଲଗାଇବାରେ ଅସମର୍ଥ, ସେ ରାଷ୍ଟ୍ର କଦାପି ବିକାଶ ଲାଭ କରିପାରେ ନାହିଁ।
ସେଦିନ ଗାନ୍ଧୀ, ଗୋପବନ୍ଧୁ, ସ୍ବାମୀ ବିବେକାନନ୍ଦ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସୁଭାଷ ବୋଷ ଚିନ୍ତା କରିଥିଲେ ନାରୀମାନଙ୍କୁ ଗୃହକୋଣରୁ ବିକାଶ କ୍ଷେତ୍ରକୁ ଯଦି ଅଣାଯାଏ ତେବେ ଦେଶର ପ୍ରଗତି ସମ୍ଭବ ହେବ। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଦେଖାଯାଉଛି, ପ୍ରଗତି ପଥରେ ନାରୀର ସ୍ଥିତି ସମ୍ମାନଜନକ ନ ହୋଇ ଲଜ୍ଜାଜନକ ହୋଇଯାଉଛି। ପ୍ରତିଦିନର ନାରକୀୟ କାର୍ଯ୍ୟାବଳୀ ସୂଚାଇ ଦେଉଛି ଯେ ଆଜି ମଧ୍ୟ ନାରୀଟିଏ ବା ଝିଅଟିଏ ନିର୍ଯାତିତ, ଶୋଷିତ, ପୀଡ଼ିତ ହୋଇ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛି। ନିଜର ସ୍ଥିତି ପାଇଁ ସଂଗ୍ରାମ କରି ନ ପାରି ମୃତ୍ୟୁମୁଖରେ ପଡ଼ୁଛି। ଉପଯୁକ୍ତ ଶିକ୍ଷା ସେମାନେ ପାଇପାରୁନାହାନ୍ତି। ସାମାଜିକ ମର୍ଯ୍ୟାଦା ପାଇଁ ସେ ସଂଘର୍ଷରତ। ନିଜର ସୁରକ୍ଷା ଖୋଜି ଖୋଜି ସେ ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଛି। ନାରୀଟିଏ ହୀନମନ୍ୟତାର ଶିକାର ହେଉଛି। ନିଜ ଭିତରେ ଆମତ୍ପ୍ରତ୍ୟୟ ସୃଷ୍ଟି କରିପାରିନାହିଁ ବୋଲି ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ସହ ଲଢ଼ି ହାରିଯାଉଛି। ନେତୃତ୍ୱ ନେବା ତ ଦୂରର କଥା, କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ପରିସ୍ଥିତିର ଦାସ ହୋଇ କାମନା ମୋହରେ କବଳିତ ହୋଇ କ୍ରୀଡ଼ନକ ସାଜୁଛି। ପରିସ୍ଥିତି ଯାହା ହେଉନା କାହିଁକି ସବୁ ପ୍ରତିକୂଳ ପରିବେଶକୁ ଆହ୍ବାନ ଭାବି ଯଦି ପ୍ରତିଟି ଅସମୟର ମୁହୂର୍ତ୍ତକୁ ନାରୀଟିଏ ସାମ୍‌ନା କରିବ ତେବେ ନାରୀ ହିଁ ସୃଷ୍ଟି କରିବାକୁ ସମର୍ଥ ହେବ ନିଜର ସୁରକ୍ଷାବଳୟ।
ଆମ ସାମାଜିକ ଚଳଣି, ପ୍ରଥା, ପରମ୍ପରା ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ। ନାରୀ ଯଦି ଭୋଗବିଳାସ ପ୍ରତି ଆକୃଷ୍ଟ ହୋଇ ନିଜକୁ ଭୋଗ୍ୟବସ୍ତୁ ପରି ସଜାଇ ପୁରୁଷକୁ ଆକର୍ଷିତ କରିବାରେ ନିଜର ସମସ୍ତ ଶକ୍ତିକୁ ବିନିଯୋଗ କରେ ତେବେ ତା’ର ସେହି ଦୁର୍ବଳ ମୁହୂର୍ତ୍ତରେ ସେ କାମନାର ଶିକାର ହେବ। ତେଣୁ ନାରୀ ସର୍ବଦା ନିଜକୁ ସଂଯତ କରି ପୁରୁଷ ସମାଜର ସାଥୀ ହୋଇ ପ୍ରଗତିରେ ଅଂଶୀଦାର ହେବା ଆବଶ୍ୟକ।
ଲୋକ ଦେଖାଣିଆ ରାତାରାତି ଆଇନ ଗଢ଼ିଦେଲେ ପୀଡ଼ିତା ନ୍ୟାୟ ପାଇପାରିବେ ନାହିଁ। ଏହି ସମସ୍ୟା ପାଇଁ ରାଜନୀତି ନ କରି ଏହାର ପ୍ରକୃତ ସମାଧାନର ସୂତ୍ର ବାହାରିବା ଆବଶ୍ୟକ। ସମ୍ବିଧାନର ଧାରା ୨୧ କହେ ଆମତ୍ମର୍ଯ୍ୟାଦା ସହ ବଞ୍ଚତ୍ବା ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ସାମ୍ବିଧାନିକ ଅଧିକାର। ଏଥିରୁ ତାକୁ କେହି ବଞ୍ଚତ୍ତ କରିପାରିବେ ନାହିଁ। ଏହା ସତ୍ୟ କିନ୍ତୁ ବାସ୍ତବରେ ହୋଇଛି କ’ଣ? ଯେଉଁ ନାରୀକୁ ‘ମାତୃ ଦେବ ଭବ’ କହି ପୂଜାର୍ଚ୍ଚନା କରୁଛେ ତାକୁ ପାଶବିକ ଅତ୍ୟାଚାର କରି ପୋଡ଼ି, ଖଣ୍ଡଖଣ୍ଡ କରି କାଟି ମାଟିରେ ପୋତି ଦିଆଯାଉଛି। ଏହାଠାରୁ ଭଳି ହିଂସା, ଅପରାଧ ଆଉ କ’ଣ ଥାଇପାରେ। ଆମ ସଭ୍ୟ ସମାଜରେ ପାଶବିକ ଅତ୍ୟାଚାରର ବୈମାତୃକ ମନୋବୃତ୍ତି ଏତେ ବୃଦ୍ଧି ପାଇଛି ଯେ ପୁରାଣଯୁଗର କଂସ, ମହିଷାସୁର, ରାବଣ, ଦୁର୍ଯ୍ୟୋଧନଠାରୁ ଆହୁରି ବର୍ବରତାର କାଣ୍ଡ ଭିଆଇ ପାରୁଛୁ। ପୁଣି ମରିଗଲା ପରେ ତା’ର ମୂଲ୍ୟ ନିର୍ଦ୍ଧାରଣ ମଧ୍ୟ କରୁଛୁ।
ସତରେ କେତେ ଅସହାୟ ପ୍ରତିଟି କନ୍ୟାରତ୍ନ। ମାତୃଶକ୍ତିକୁ ପାଶବିକ ଅତ୍ୟାଚାର କରି ତାକୁ ହତ୍ୟା କରିବା ମାନେ ନିଜ ସଂସ୍କୃତିର ଗଳାଚିପି ହତ୍ୟାକରିବା । ଯେଉଁଦିନ ଭାରତର ପ୍ରତ୍ୟେକ ନାରୀ ସ୍ବାଭିମାନକୁ ଆଦରି ମର୍ଯ୍ୟାଦା ଏବଂ ନିର୍ଭୀକତାର ସହ ବଞ୍ଚତ୍ବାର ଅଧିକାର ପାଇବେ, ଆମେ ସେହିଦିନ ଦାବି କରିବା ଆମେ ଏ ଦେବଭୂମି, ସାଧନାର ଭୂମି, ଅଖଣ୍ଡ ଭାରତବର୍ଷର ଉପଯୁକ୍ତ ଦାୟାଦ। ମାତୃଜାତି ମଧ୍ୟ ନିଜକୁ ସଂଯତ କରି ନିଜର ଲକ୍ଷ୍ମଣରେଖାକୁ ବିସ୍ମରି ନ ଯାଉ। ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ଆଳରେ ନିଜର ସ୍ବାଭିମାନକୁ ହରାଇ କୌଣସି ଦୁର୍ବଳ ମୁହୂର୍ତ୍ତର ବଶବର୍ତ୍ତୀ ହୋଇ ପୁରୁଷର ଅଦମିତ କାମନାକୁ ଚରିତାର୍ଥ ନ କରୁ। ନିଜର ସ୍ବାଭିମାନ ଓ ଆମତ୍ମର୍ଯ୍ୟାଦାକୁ ଉଲ୍ଲଂଘନ କରିବା ଅର୍ଥ ନିଜ ପ୍ରତି ବିପଦକୁ ନିମନ୍ତ୍ରଣ କରିବା। ନାରୀ ନିଜେ ହିଁ ସୃଷ୍ଟି କରୁ ନିଜର ସୁରକ୍ଷାବଳୟ। ଏଥିରେ ହିଁ ଉଭୟ ରାଷ୍ଟ୍ର ଏବଂ ସୃଷ୍ଟିର ମଙ୍ଗଳ।
ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳ ସାହି, ତୁଳସୀପୁର, କଟକ
ମୋ-୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri