ୱାକାଥନ୍‌ ଜରିଆରେ ଜାଗରୁକତା ସୃଷ୍ଟି

ଭୁବନେଶ୍ୱର,୫।୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କଟକ ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ମଣ୍ଡଳ ପରିସରରେ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପିଏନ୍‌ବି କଟକ ମଣ୍ଡଳର ମଣ୍ଡଳ ମୁଖ୍ୟ ଜଗବନ୍ଧୁ ପାଢ଼ୀଙ୍କ ନେତୃତ୍ୱରେ ଏକ ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଏହି ୱାକାଥନ୍‌ ସିଡିଏ ସେକ୍ଟର-୬ ରୁ ଆରମ୍ଭ ହୋଇ ସତୀଚଉରା ଛକ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପହଞ୍ଚତ୍ଥିଲା। ଏପରିକି ଏହି ୱାକାଥନ୍‌ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଉପରେ ସଚେତନତା ଆଣିବା ପାଇଁ ଚେଷ୍ଟା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ କଟକ ସିଟି ଶାଖାର କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ। ଏହିପରି କାର୍ଯ୍ୟକ୍ରମ କରି ଲୋକମାନଙ୍କ ମଧ୍ୟରେ ଜାଗରୁକତା ସୃଷ୍ଟି କରିବାକୁ ପାଢ଼ୀ ଆହ୍ବାନ ଦେଇଥିଲାବେଳେ ମୁଖ୍ୟ ପ୍ରବନ୍ଧକ ଲୋପାମୁଦ୍ରା କାନୁନ୍‌ଗୋ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ,୬।୧୨: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ...

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା...

ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ର ଅନାବରଣ

ନୂଆଦିଲ୍ଲୀ,୫।୧୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଆମେଜ୍‌ (ଥାର୍ଡ ଜେନେରେଶନ ହୋଣ୍ଡା ଆମେଜ)ର...

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍‌ ଛୁଇଁବ

ନୂଆଦିଲ୍ଲୀ,୪।୧୨:ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ...

ଏବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଯୋଡ଼ି ପାରିବେ ୪ ନୋମିନି, ଲୋକ ସଭାରେ ପାରିତ ହେଲା ବିଲ୍‌

ନୂଆଦିଲ୍ଲୀ, ୩।୧୨: ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍‌ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର...

ବନ୍ଦ EPFO ଖାତାରୁ କେମିତି ଉଠାଇବେ ଜମା ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୩: ଇପିଏଫଓକୁ ନେଇ ଜରୁରୀ ସୂଚନା। ଯଦି ଇପିଏଫଓ ଆକାଉଣ୍ଟ ବନ୍ଦ ହୋଇଯାଇଛି, ସେଥିରୁ ଜମା ଟଙ୍କା କିପରି ଉଠାଇବାକୁ ନେଇ ଅସୁବିଧାରେ ପଡିଛନ୍ତି। ଜାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri