Posted inଜାତୀୟ

ଆନ୍ଦୋଳନରେ ଫାଟ

ନୂଆଦିଲ୍ଲୀ,୨୮।୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ଫାଟ ସୃଷ୍ଟି ହୋଇଛି। ସାଧାରଣତନ୍ତ୍ର ଦିବସରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀ ସୀମାରୁ ଜାତୀୟ ରାଜଧାନୀର ରାଜପଥକୁ ଯାଇଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଓ ଭଙ୍ଗାରୁଜା ଯୋଗୁ ଏହି ଆନ୍ଦୋଳନ ସମର୍ଥନ ହରାଇଛି। ଦିଲ୍ଲୀ ପୋଲିସର ଅନୁମତିକ୍ରମେ ନିର୍ଦ୍ଧାରିତ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଉପାୟରେ ଟ୍ରାକ୍ଟର ପରେଡ୍‌ କରିବା ପାଇଁ ଯୋଜନା ହୋଇଥିବାବେଳେ କେତେକ ଅସାମଜିକ ତତ୍ତ୍ୱଙ୍କ ଅଭାବନୀୟ କାଣ୍ଡ ଉକ୍ତ ଅଭିଯାନକୁ ବାଟବଣା କରିଦେଇଛି। ଏଥିଯୋଗୁ ବୁଧବାର ୨ଟି ପ୍ରମୁଖ କୃଷକ ସଙ୍ଗଠନ ଏଥିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ କୃଷକ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସାଧାରଣତନ୍ତ୍ର ଦିବସରେ ହିଂସାତ୍ମକ ଟ୍ରାକ୍ଟର ଶୋଭାଯାତ୍ରା କରାଯିବା ଦିନକ ପରେ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଫାଟ ପଦାକୁ ଆସିଛି। ଦିଲ୍ଲୀରେ ଭଙ୍ଗାରୁଜା, ହିଂସା, ପୋଲିସକୁ ଆକ୍ରମଣ ଓ ଲାଲକିଲ୍ଲାରେ ପତାକା ଉଡ଼ାଇବା ଭଳି ନିନ୍ଦନୀୟ ତଥା କୁକାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ୨ଟି ଚାଷୀ ସଂଗଠନ କୃଷି ଆଇନ ବିରୋଧୀ ଆନ୍ଦୋଳନରୁ ଓହରିଯାଇଛନ୍ତି। ଯେଉଁମାନଙ୍କ ନିର୍ଦ୍ଦେଶ ଭିନ୍ନ ସେମାନଙ୍କ ସହ ଆନ୍ଦୋଳନରେ ଆଗକୁ ବଢ଼ିପାରିବୁ ନାହିଁ ବୋଲି କିଷାନ ସଂଘର୍ଷ କମିଟିର ଭି.ଏମ୍‌. ସିଂ କହିଛନ୍ତି। ସେହିପରି ଭାରତୀୟ କିଷାନ ସଂଘର ଏକ ଗୋଷ୍ଠୀ ମଧ୍ୟ ଆନ୍ଦୋଳନଠାରୁ ଦୂରେଇ ଯାଇଛି। ଚାଷୀମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା କୃଷକ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଯାହା ଘଟିଲା ସେଥିପାଇଁ ଗଭୀର ମର୍ମାହତ ବୋଲି ଭାରତୀୟ କିଷାନ ସଂଘ (ଭାନୁ)ର ଅଧ୍ୟକ୍ଷ ଠାକୁର ଭାନୁପ୍ରତାପ ସିଂ କହିଛନ୍ତି। ଷଡ଼ଯନ୍ତ୍ର ଆଶଙ୍କା କରି ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା ମଙ୍ଗଳବାର ହିଂସାଠାରୁ ନିଜକୁ ଦୂରେଇ ରଖିଥିଲା। ଲାଲ୍‌କିଲ୍ଲାରେ ଯେଉଁମାନେ ଜାତୀୟ ପତାକାକୁ ଅପମାନିତ କଲେ ସେମାନେ ସର୍ଦ୍ଦାର ନୁହନ୍ତି, ଗଦ୍ଦାର ବୋଲି ଜଣେ କୃଷକ ନେତା କହିଛନ୍ତି। ପଞ୍ଜାବୀ ଅଭିନେତା ଦୀପୁ ସିଦ୍ଧୁ ସଂଘର୍ଷ ପାଇଁ ଲୋକଙ୍କୁ ମତାଇବା ସହ ଲାଲ୍‌କିଲ୍ଲାରେ ଶିଖ୍‌ ଧର୍ମୀୟ ପତାକା ଲଗାଇଥିବା କେତେଜଣ କୃଷକ ନେତା ଅଭିଯୋଗ କରିଛନ୍ତି। ଦୀପୁ ସିଦ୍ଧୁ ଜଣେ ସରକାରୀ ଲୋକ। ସେମାନେ କିପରି ଲାଲ୍‌କିଲ୍ଲାରେ ପହଞ୍ଚତ୍ଲେ? ପୋଲିସ ସେମାନଙ୍କୁ କାହିଁକି ଅନୁମତି ଦେଲା ବୋଲି ଜଣେ ଚାଷୀ ନେତା ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ରାକେଶ ଟିକାଏତ୍‌ ଏବଂ ଏସ୍‌. ଏସ୍‌. ପାନ୍ଧେରଙ୍କ ଭଳି ବରିଷ୍ଠ କୃଷକ ନେତାମାନେ ମଧ୍ୟ ଦୀପ ସିଦ୍ଧୁଙ୍କୁ ଭାଜପା କର୍ମୀ ଭାବେ ଅଭିହିତ କରି ଦିଲ୍ଲୀ ହିଂସା ପାଇଁ ଦାୟୀ କରିଥିଲେ। ପାନ୍ଧେରଙ୍କ ମତରେ ପୋଲିସର ନିର୍ଦ୍ଧାରିତ ମାର୍ଗରେ ଟ୍ରାକ୍ଟର ରାଲି କରିବାକୁ ଯୋଜନା ହୋଇଥିଲା। ଲାଲକିଲ୍ଲାକୁ ଯିବା ସେମାନଙ୍କ କାର୍ଯ୍ୟସୂଚୀରେ ନ ଥିଲା। କିନ୍ତୁ କେତେଜଣ ଦୁର୍ବୃତ୍ତ ଲାଲକିଲ୍ଲାକୁ ମାଡ଼ିଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୀପ ସିଦ୍ଧୁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତିଙ୍କ ଉପରେ ଆମର ପୂର୍ବରୁ ସନ୍ଦେହ ଥିଲା ବୋଲି କିଷାନ ମଜଦୁର ସଂଘର୍ଷ କମିଟିର ପାନ୍ଧେର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri