କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ ବାଣ ବିସ୍ଫୋରଣ ପାଇଁ କ୍ରନ୍ଦନ ସ୍ଥଳ ହୋଇଯାଇଛି । ଜଣେ ବ୍ୟକ୍ତି ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ସେହିପରି ୪ଜଣ ଶିଶୁଙ୍କ ସମେତ ୫ରୁ ଉର୍ଦ୍ଧ୍ବ ଲୋକ ଆହତ ଅବସ୍ଥାରେ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ୧୦୮ କଳସ ଯାତ୍ରା ନିକଟସ୍ଥ ଗୋବରୀ ନଦୀକୁ ଯାଉଥିଲା ।ଏଥିରେ ତିନି ଶହରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଶିଶୁ ମାନେ ଥିଲେ । ନଦୀ କୂଳରେ ପାଣି ଉଠାଇବା ପାଇଁ ପୂଜା ଚାଲିଥିବା ସମୟରେ କେତେକ ଲୋକ ଅତି ଉତ୍ସାହିତ ହୋଇ ନିକଟ ଅଞ୍ଚଳରେ ସଟ୍ସ ବାଣ ଲଗାଇ ଥିଲେ । ବାଣ ସଠିକ ସ୍ଥାନରେ ନଥିବାରୁ ଗୋଟିଏ ପାର୍ଶ୍ୱକୁ ଢଳି ପଡିଥିଲା। ଫଳରେ ବାଣ ନିକଟସ୍ଥ ଜନ ଗହଳିରେ ପଡିଥିଲା। ବାଣ ବିସ୍ଫୋରଣ ଘଟିବାରୁ ପାଖରେ ଥିବା ଅନେକ ଆହତ ହୋଇଥିଲେ । ଏକ ବଡ଼ ଦୁର୍ଘଟଣା ଟଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ହେବ ବିକାଶ’

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ସକ୍ଷମ କେନ୍ଦ୍ର ସ୍ଥାପନ…

ଭାରତ-ଇସ୍ରାଏଲ ବନ୍ଧୁତାକୁ ‘ବିଶେଷ’ ମାନ୍ୟତା: ‘ଆତଙ୍କବାଦ ବିରୋଧୀ’ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ମୋଦି-ନେତାନ୍ୟାହୁ

ଜେରୁଜେଲମ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକକୁ ଐତିହାସିକ ବୋଲି ବର୍ଣ୍ଣନା…

DGCAର ନୂଆ ନିୟମ, ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ….

ନୂଆଦିଲ୍ଲୀ,୨୬।୨: ଲକ୍ଷ ଲକ୍ଷ ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍…

୨୦ରୁ ଊର୍ଦ୍ଧ୍ୱ ଶହୀଦସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି,୨୬।୨: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଶାନ୍ତି ଫେରୁଛି। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳର ମାଥିଲି, କାଲିମେଳା ଏବଂ ଖଇରପୁଟରେ ଥିବା…

‘ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ’, NCERT ପୁସ୍ତକ ବିବାଦକୁ ନେଇ ବଡ଼ ବୟାନ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଯାହା…

୧ ଏପ୍ରିଲରୁ ସାରା ଦେଶରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ପ୍ରତିଶତ…

ଦକ୍ଷିଣ ଆଫ୍ରିକାର ବିଜୟ ପାଇଁ ସାରା ଦେଶରେ କରାଯାଉଛି ପ୍ରାର୍ଥନା! ଏମିତି ହେଲେ କ’ଣ ହେବ? ଚମକାଇ ଦେଉଛି ସମୀକରଣ

ନୂଆଦିଲ୍ଲୀ,୨୬।୨: ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ ଦଳର ସେମିଫାଇନାଲ ସ୍ଥାନର ଚାବିକାଠି ଧରିଛି। ଗୁରୁବାର, ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ…

OTET ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା: ଆସନ୍ତା ୫ରେ ହେବ ଶୁଣାଣି

କଟକ,୨୬ା୨(ପ୍ରଭୁ କଲ୍ୟାଣ ମହାପାତ୍ର): ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri