ନଭେମ୍ବର ପହିଲାରୁ ଗହୀରମଥାରେ କଟକଣା

କେନ୍ଦ୍ରାପଡ଼ା,୨୧ା୧୦(ଜଗନ୍ନାଥ ଧଳ): ଆଗାମୀ କିଛିଦିନ ମଧ୍ୟରେ ବିରଳ ଅଲିଭ ରିଡ୍‌ଲେ କଇଁଛ ବିଶ୍ୱପ୍ରସିଦ୍ଧ ଗହୀରମଥାରେ ଚଳପ୍ରଚଳ ହେବେ। ଅନୁକୂଳ ପାଗ ଓ ପରିବେଶ ଥିଲେ ଏହି ପ୍ରଜନନସ୍ଥଳ ଲକ୍ଷ ଲକ୍ଷ ଶାବକରେ ପରିପୂର୍ଣ୍ଣ ହେବ। ବିରଳ କଇଁଛଙ୍କ ସୁରକ୍ଷା ପାଇଁ ଗହୀରମଥାର ସାମୁଦ୍ରିକ ଅଞ୍ଚଳ ଆସନ୍ତା ନଭେମ୍ବର ପହିଲାରୁ ମେ’ ଶେଷ ପର୍ଯ୍ୟନ୍ତ କଟକଣା ରହିବ। ଏହି କଟକଣା ଅଲିଭ ରିଡ୍‌ଲେ କଇଁଛଙ୍କୁ ସୁରକ୍ଷା ଦେଉଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ଏଥିରେ ଥିବା କେତେକ ସମସ୍ୟା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମୁଦ୍ର ମଧ୍ୟରେ ୨୦ କିମି ସୀମାରେଖା ଥିଲେ ମଧ୍ୟ ଏହାର ବାସ୍ତବିକ ଚିହ୍ନଟ ବ୍ୟବସ୍ଥା କରାଯାଉନାହିଁ। ସେହିପରି ବିଭିନ୍ନ ସମୟରେ ଏହି ସୀମାରେଖା ପାଇଁ ବନ ବିଭାଗ, ତଟରକ୍ଷୀ ବାହିନୀ ସହିତ ମତ୍ସ୍ୟଜୀବୀଙ୍କ ମତଭେଦ ସୃଷ୍ଟି ହେଉଛି। ଏପରିକି ସମୁଦ୍ର ମଝିରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକ ସୀମିତ ଓ ନିର୍ଦ୍ଦିଷ୍ଟ ଅଞ୍ଚଳ ହୋଇଥିବାରୁ ସମୁଦ୍ରର ସୀମାରେଖା ପାଇଁ ଅଧିକ ସଂଖ୍ୟକ ବଇଁଆ (ପ୍ଲାଷ୍ଟିକର ଭାସମାନ ବଲ ସମୂହ) ବ୍ୟବହାର ପାଇଁ ମତ୍ସ୍ୟଜୀବୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ମତ୍ସ୍ୟଜୀବୀ ସଙ୍ଗଠନର କର୍ମକର୍ତ୍ତା ଅର୍ଜୁନ ମଣ୍ଡଳ, ସୁମନ୍ତ ବିଶ୍ୱାଳ, ରତ୍ନାକର ଦାସ ପ୍ରମୁଖ କହିଛନ୍ତି, କଇଁଛଙ୍କ ପାଇଁ ଗହୀରମଥାରେ ୭ମାସ ଧରି କଟକଣା ଜାରି କରାଯାଉଛି। ଏହି ସମୟରେ ମହାନଦୀ ମୁହାଣରୁ ଧାମରା ପର୍ଯ୍ୟନ୍ତ ସମୁଦ୍ର ତଟଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମନା ହେଉଛି। ତେବେ ୨୦ କିମିର ସୀମାରେଖାର ବ୍ୟାପକ ଚିହ୍ନଟ ବ୍ୟବସ୍ଥା ବନ ବିଭାଗ କରୁନାହାନ୍ତି। ଫଳରେ ମତ୍ସ୍ୟଜୀବୀଙ୍କ ସହ ସୁରକ୍ଷାବଳର ମତଭେଦ ହେଉଛି। ଏହିପରି ଏକ ଘଟଣାରେ ସମୁଦ୍ର ତଟରକ୍ଷୀ ବାହିନୀ ସହିତ ସଂଘର୍ଷ ସମୟରେ ବାଲେଶ୍ୱରର ଜଣେ ମତ୍ସ୍ୟଜୀବୀଙ୍କର ସମୁଦ୍ର ମଝିରେ ମୃତ୍ୟୁ ହୋଇଛି। ଏପରି ଗୁଳି ବିନିମୟରେ ପୂର୍ବରୁ ମଧ୍ୟ ୩ ମତ୍ସ୍ୟଜୀବୀ ଓ ଜଣେ ବନ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେହିପରି ସୀମାରେଖା ଚିହ୍ନଟ ହେଉ ନ ଥିବାରୁ ବିଭିନ୍ନ ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀର ଆକ୍ରୋଶର ଶିକାର ହେଉଛନ୍ତି। ପ୍ରତିବର୍ଷ ୫ରୁ ଅଧିକ ଗିରଫ ହେଉଛନ୍ତି। ସୀମା ଚିହ୍ନଟ ଦ୍ୱାରା ଏହାର ସମାଧାନ ହୋଇପାରିବ। ସେହିପରି ସ୍ଥାନୀୟ ଅଧିବାସୀ ସାମୁଦ୍ରିକ ମାଛ ଉପରେ ନିର୍ଭର କରିଥାନ୍ତି। ତେବେ କଟକଣା ବାବଦ ମିଳୁଥିବା ଅର୍ଥ ପର୍ଯ୍ୟାପ୍ତ ହେଉନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ ପ୍ରତ୍ୟେକ ବୋଟ, ଟ୍ରଲରରେ ଏବେ ଜିପିଏସ ଲାଗୁଛି। ଏଥିରୁ ସୀମା ଆକଳନ କରିବା କଥା। ତେବେ କୌଣସି ଏକ ଆଳ ଦେଖାଇ ସମୁଦ୍ରର ନିଷିଦ୍ଧାଞ୍ଚଳକୁ ପଶି ମାଛ ମାରିବା ଏମାନଙ୍କର ପ୍ରକୃତ ଉଦ୍ଦେଶ୍ୟ। ଏଥିପାଇଁ କଟକଣା ସମୟରେ ଶତାଧିକ ମାମଲା ରୁଜୁ ହେଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri