Posted inଜାତୀୟ

ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୫।୬: ସ୍ବାଧୀନତା ପରେ ପ୍ରଥମଥର ପାଇଁ ଲୋକ ସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ଏମପି କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି। ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ ଏନଡିଏ ଗ୍ରହଣ କରି ନ ଥିବାରୁ ସେମାନେ ବାଧ୍ୟ ହୋଇ ପ୍ରାର୍ଥୀ ଦେଇଥିବା କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ କେ ସୁରେଶଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। କେ ସୁରେଶଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଏକ ପାକ୍ଷିଆ ନିଷ୍ପତ୍ତି ବୋଲି ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି।

ସେହିପରି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବରିଷ୍ଠ ନେତା ଶରଦ ପାୱାର କହିଛନ୍ତି ଯେ, ମୁଁ ବିରୋଧୀଙ୍କ ଲୋକଙ୍କ ସହ କଥା ହୋଇଛି। ମୁଁ ତାଙ୍କୁ ପରାମର୍ଶ ଦେଇଛି ଯେ ତୁମେ ବାଚସ୍ପତି ନିର୍ବାଚନକୁ ବିନା ଦ୍ୱିଧାରେ ଛାଡିବାକୁ ଦିଅ। କାରଣ ଏହି ପୋଷ୍ଟ ସବୁବେଳେ ଶାସକ ଦଳକୁ ଯାଇଛି।
ଯେତେବେଳେ ବିରୋଧୀ ଦେଇଥିବା ପ୍ରାର୍ଥୀଙ୍କ ବିଷୟରେ ପଚରାଯାଇଥିଲା, ସେ କହିଲେ, ବର୍ତ୍ତମାନ ମୁଁ ସମ୍ପର୍କରେ ଅଧିକ ଜାଣେ ନାହିଁ। ମୁଁ ଦିଲ୍ଲୀ ଯିବି ଏବଂ ଏହା ବିଷୟରେ ଆଲୋଚନା କରିବି।

ତେବେ କଂଗ୍ରେସର କହିବା କଥା ଯେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିଲା। ମଧ୍ୟାହ୍ନ ଡେଡ ଲାଇନର ୧୦ ମିନିଟ ପୂର୍ବରୁ ସୁରେଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିନାହିଁ।

ପ୍ରାର୍ଥିପତ୍ର ଦାଖଲ ପରେ ସୁରେଶ ଟିଏମସି ସଦସ୍ୟମାନଙ୍କୁ ପାଖକୁ ଯାଇ ସମର୍ଥନ କାମନା କରିଛନ୍ତି। ଟିଏମସିର ସେକେଣ୍ଡ ଇନ କମାଣ୍ଡ ଅଭିଷେକ ବାନାର୍ଜୀଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ କଥା ହୋଇଛନ୍ତି। କ’ଣ ପାଇଁ ବିନା ଆଲୋଚନାରେ ସୁରେଶଙ୍କୁ ପ୍ରାର୍ଥୀ କରାଗଲା, ସେକଥା ରାହୁଲ ଗାନ୍ଧି ବିସ୍ତୃତ ଭାବେ ଅଭିଷେକଙ୍କୁ ବୁଝାଇଛନ୍ତି।

ବରିଷ୍ଠ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଦଳ ସହ ଆଲୋଚନା ହୋଇନି। ମୁଁ ଟିଭିରୁ ଦେଖିଲି ଓ ଏ ସମ୍ପର୍କରେ ଜାଣିଲି। ରାଜ୍ୟ ସଭା ଏମପି ଡେରେକ ଓବ୍ରାଏନ ମଧ୍ୟ ମୋ ପାଖକୁ ଆସିଥିଲେ ଓ ଏ ବିଷୟରେ ପଚାରିଥିଲେ। ମୁଁ ତାଙ୍କୁ ଆଲୋଚନା ହୋଇ ନ ଥିବା କହିଥିଲି। କଂଗ୍ରେସ ଏହା ପଛର କାରଣ ଆମକୁ କହିବା ଦରକାର।

କ’ଣ ଟିଏମସି ଏମପିମାନେ କେ ସୁରେଶଙ୍କୁ ସମର୍ଥନ କରିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଆମେ ଗୋଟିଏ ବୈଠକ କରିବୁ। ଏ ସମ୍ପର୍କରେ ଆଲୋଚନା ହେବ। ଆମ ନେତା ଏହା ଉପରେ ନିଷ୍ପତ୍ତି ନେବେ। ଦଳର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri