ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ ସଭା ସମେତ ୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।

ସୂଚନାନୁସାରେ, ସିପିଆଇଏମ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ନେତା ସୁରେଶ ପାଣିଗ୍ରାହୀ ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ବଣାଇ ବିଧାନସଭା ଆସନରୁ ଦଳ ପୁଣିଥରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ପ୍ରାର୍ଥୀ କରିଛି । ସେହିପରି ନୀଳଗିରିରୁ ଯୋଗାନନ୍ଦ ଦାସ,ରଣପୁରରୁ ସରୋଜ ନାୟକ, ଖୋର୍ଦ୍ଧାରୁ ଗିରିଶ ମହାରଣା, ସାଲେପୁରରୁ ବଦ୍ରିନାରାୟଣ ଦାସ, ମୋରଡାରୁ ମୃତ୍ୟୁଞ୍ଜୟ ବେହେରା, ଚିତ୍ରକୋଣ୍ଡାରୁ ରଘୁନାଥ ହେନ୍ତାଳଙ୍କୁ ଦଳ ପ୍ରାର୍ଥୀ କରିଛି ।