ପୁରୀରେ ପହଞ୍ଚିଲା କୋଭିଡ୍‌ ଟିକା

ପୁରୀ ଅଫିସ,୧୩।୧: ପୁରୀରେ କୋଭିଡ-୧୯ ଭାକ୍ସିନ ପହଞ୍ଚିଛି। ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଶୀତଳଭଣ୍ଡାରରେ ଭାକ୍ସିନ୍‌ ରହିଛି। ୭ଶହ ଫାଇଲରେ ୭ ହଜାର ଡୋଜ୍‌ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ। ୧୦,୭୭୯ କୋଭିଡ୍‌ ଯୋଦ୍ଧା ଏଥିପାଇଁ ପଞ୍ଜୀକରଣ କରିଛନ୍ତି। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ୨ଟି ସେଣ୍ଟର, ବ୍ରହ୍ମଗିରି, ନିମାପଡ଼ାର ଚାରିଛକ, ସତ୍ୟବାଦୀ, କଣାସ, ଗୋପ ଓ ଚନ୍ଦନପୁରର ଗୋଟିଏ ଲେଖାଏ ସେଣ୍ଟରରେ ଟିକାକରଣ ହେବ। ପ୍ରଥମ ପର୍ଯ୍ୟାୟ ଟିକାକରଣ ପରେ ଜିଲାର ସମୁଦାୟ ୫୯ଟି କେନ୍ଦ୍ରରେ ଟିକା ଦିଆଯିବ। ତେବେ ବୁଧବାର ଜିଲାପାଳଙ୍କ ନେତୃତ୍ୱରେ ଏକ ଟ୍ୟାକ୍ସଫୋର୍ସ ବୈଠକ ଅନୁଷ୍ଠିତ ହେବ। କିଭଳି ଭାବେ ଟିକାକରଣ ପ୍ରକ୍ରିୟାକୁ ସରଳ ଓ ସମୟସାପେକ୍ଷ କରାଯାଇପାରିବ ସେନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବା ସହ ଆସନ୍ତା ସମୟର ଟିକାକରଣ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହେବ।