ଦାରିଙ୍ଗବାଡ଼ିରେ ଧିମା ଚାଲିଛି କୋଭିଡ୍‌ ଟିକାକରଣ

ଦାରିଙ୍ଗବାଡ଼ି,୫ା୨(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ମାଗଣା ଟିକାକରଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏହି ଟିକାକରଣରେ ୧୫ରୁ ୧୭ବର୍ଷଙ୍କ ପାଇଁ ଯେଉଁ ଟିକାକରଣ ବ୍ୟବସ୍ଥା କରାଯାଇଛି ତାହା ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ସବୁଠାରୁ କମ୍‌ ପ୍ରତିଶତ ରହିଛି। ଏବେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ଖୋଲାଯିବାକୁ ରହିଥିବା ବେଳେ ଟିକାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇପାରିନାହିଁ। ବେଳ ଥାଉ ଥାଉ ଏହି ଟିକାକରଣ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ବୟସ୍କମାନଙ୍କ ଟିକକରଣ ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ଠାରୁ ଅଧିକ ସଫଳତାର ସହ ଟିକାକରଣ ହୋଇପାରିଛି। ରିପୋର୍ଟ ଅନୁସାରେ, ଦାରିଙ୍ଗବାଡ଼ିର ମୋଟ ଜନସଂଖ୍ୟା ୧ ଲକ୍ଷ ୨୫ ହଜାର ୭୦୧। ସେମାନଙ୍କ ମଧ୍ୟରୁ ୧୮ରୁ ଊର୍ଦ୍ଧ୍ୱ ମୋଟ୍‌ ୮୫ ହଜାର ୩୧୮ ଜଣଙ୍କୁ ଟିକାକରଣ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭ ହଜାର ୭୨ ଜଣଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ କରାଯାଇଛି। ଯାହାକି ୧୦୨ ପ୍ରତିଶତ ସଫଳତାର ସହ ଦିଆଯାଇପାରିଛି। କିନ୍ତୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ସେମାନଙ୍କ ମଧ୍ୟରୁ ସମୟର ବ୍ୟବଧାନ ଅନୁସାରେ ଏବେ ସୁଦ୍ଧା ୩୯ ହଜାର ୧୭୬ ଜଣଙ୍କୁ ଦିଆଯାଇଛି ଯାହାକି ଦ୍ୱିତୀୟ ଡୋଜ୍‌ ମାତ୍ର ୪୬ ପ୍ରତିଶ୍ରତ ଲୋକ ନେଇପାରିଛନ୍ତି। ଏହା ଜିଲାର ସବୁଠାରୁ କମ୍‌ ସଂଖ୍ୟକ ଲୋକ ଉକ୍ତ ବ୍ଲକ ଅଞ୍ଚଳରେ ଦ୍ୱିତୀୟ ଡୋଜ୍‌ ନେଇଥିବା ରିପୋର୍ଟରୁ ଜଣାପଡ଼ିଛି। ସେହିପରି ୧୫ ବର୍ଷରୁ ୧୭ ବର୍ଷଙ୍କ ମଧ୍ୟରୁ ମୋଟ୍‌ ୬ ହଜାର ୧୯୯ ଜଣଙ୍କୁୁ ଏହି ଟିକାକରଣ ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଡୋଜ୍‌ ମାତ୍ର ୨ ହଜାର ୨୨୧ ଜଣଙ୍କୁ ଦିଆସରିଛି ଏବଂ ଦ୍ୱିତୀୟ ଡୋଜ୍‌ ମାତ୍ର ୩୫ ଜଣଙ୍କୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହା ମୋଟାମୋଟି ଭାବେ ମାତ୍ର ୩୬ ପ୍ରତିଶତଙ୍କୁ ଟିକାକରଣ କରାଯାଇଛି। ଯାହାକି ଉଦ୍‌ବେଗ ଜନକ ରହିଛି। ଏହି ଟିକାକରଣକୁ ବ୍ୟାପକ ସଚେତନ କରାଗଲେ ଯାଇ ୧୫ ବର୍ଷରୁ ୧୭ ବର୍ଷଙ୍କୁ ଦିଆଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ତେବେ ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି, ଯେ ଜିଲାର ସର୍ଭେ ରିପୋର୍ଟ ଅନୁସାରେ ୧୫ରୁ ୧୭ ବର୍ଷଙ୍କ ସଂଖ୍ୟା ଯାହା ରହିଛି ତା’ଠାରୁ କମ୍‌ ସେହି ବୟସର ରହିଥିବା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗର ରିପୋର୍ଟ ଅନୁସାରେ ମାତ୍ର ୪ ହଜାର ୫୬୦ ଜଣ ରହିଛନ୍ତି। ଯଦି ଏହି ରିପୋର୍ଟ ଅନୁସାରେ ଦେଖାଯାଏ ତେବେ ପ୍ରଥମ ଡୋଜ ପ୍ରାୟ ୫୦ ପ୍ରତିଶତ ନେଇସାରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବାବେଳେ ସେଠାରେ ନିୟୋଜିତ ହେବାକୁ ରହିଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?