ଦାରିଙ୍ଗବାଡ଼ିରେ ଧିମା ଚାଲିଛି କୋଭିଡ୍‌ ଟିକାକରଣ

ଦାରିଙ୍ଗବାଡ଼ି,୫ା୨(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ମାଗଣା ଟିକାକରଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏହି ଟିକାକରଣରେ ୧୫ରୁ ୧୭ବର୍ଷଙ୍କ ପାଇଁ ଯେଉଁ ଟିକାକରଣ ବ୍ୟବସ୍ଥା କରାଯାଇଛି ତାହା ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ସବୁଠାରୁ କମ୍‌ ପ୍ରତିଶତ ରହିଛି। ଏବେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ଖୋଲାଯିବାକୁ ରହିଥିବା ବେଳେ ଟିକାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇପାରିନାହିଁ। ବେଳ ଥାଉ ଥାଉ ଏହି ଟିକାକରଣ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ବୟସ୍କମାନଙ୍କ ଟିକକରଣ ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ଠାରୁ ଅଧିକ ସଫଳତାର ସହ ଟିକାକରଣ ହୋଇପାରିଛି। ରିପୋର୍ଟ ଅନୁସାରେ, ଦାରିଙ୍ଗବାଡ଼ିର ମୋଟ ଜନସଂଖ୍ୟା ୧ ଲକ୍ଷ ୨୫ ହଜାର ୭୦୧। ସେମାନଙ୍କ ମଧ୍ୟରୁ ୧୮ରୁ ଊର୍ଦ୍ଧ୍ୱ ମୋଟ୍‌ ୮୫ ହଜାର ୩୧୮ ଜଣଙ୍କୁ ଟିକାକରଣ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭ ହଜାର ୭୨ ଜଣଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ କରାଯାଇଛି। ଯାହାକି ୧୦୨ ପ୍ରତିଶତ ସଫଳତାର ସହ ଦିଆଯାଇପାରିଛି। କିନ୍ତୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ସେମାନଙ୍କ ମଧ୍ୟରୁ ସମୟର ବ୍ୟବଧାନ ଅନୁସାରେ ଏବେ ସୁଦ୍ଧା ୩୯ ହଜାର ୧୭୬ ଜଣଙ୍କୁ ଦିଆଯାଇଛି ଯାହାକି ଦ୍ୱିତୀୟ ଡୋଜ୍‌ ମାତ୍ର ୪୬ ପ୍ରତିଶ୍ରତ ଲୋକ ନେଇପାରିଛନ୍ତି। ଏହା ଜିଲାର ସବୁଠାରୁ କମ୍‌ ସଂଖ୍ୟକ ଲୋକ ଉକ୍ତ ବ୍ଲକ ଅଞ୍ଚଳରେ ଦ୍ୱିତୀୟ ଡୋଜ୍‌ ନେଇଥିବା ରିପୋର୍ଟରୁ ଜଣାପଡ଼ିଛି। ସେହିପରି ୧୫ ବର୍ଷରୁ ୧୭ ବର୍ଷଙ୍କ ମଧ୍ୟରୁ ମୋଟ୍‌ ୬ ହଜାର ୧୯୯ ଜଣଙ୍କୁୁ ଏହି ଟିକାକରଣ ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଡୋଜ୍‌ ମାତ୍ର ୨ ହଜାର ୨୨୧ ଜଣଙ୍କୁ ଦିଆସରିଛି ଏବଂ ଦ୍ୱିତୀୟ ଡୋଜ୍‌ ମାତ୍ର ୩୫ ଜଣଙ୍କୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହା ମୋଟାମୋଟି ଭାବେ ମାତ୍ର ୩୬ ପ୍ରତିଶତଙ୍କୁ ଟିକାକରଣ କରାଯାଇଛି। ଯାହାକି ଉଦ୍‌ବେଗ ଜନକ ରହିଛି। ଏହି ଟିକାକରଣକୁ ବ୍ୟାପକ ସଚେତନ କରାଗଲେ ଯାଇ ୧୫ ବର୍ଷରୁ ୧୭ ବର୍ଷଙ୍କୁ ଦିଆଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ତେବେ ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି, ଯେ ଜିଲାର ସର୍ଭେ ରିପୋର୍ଟ ଅନୁସାରେ ୧୫ରୁ ୧୭ ବର୍ଷଙ୍କ ସଂଖ୍ୟା ଯାହା ରହିଛି ତା’ଠାରୁ କମ୍‌ ସେହି ବୟସର ରହିଥିବା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗର ରିପୋର୍ଟ ଅନୁସାରେ ମାତ୍ର ୪ ହଜାର ୫୬୦ ଜଣ ରହିଛନ୍ତି। ଯଦି ଏହି ରିପୋର୍ଟ ଅନୁସାରେ ଦେଖାଯାଏ ତେବେ ପ୍ରଥମ ଡୋଜ ପ୍ରାୟ ୫୦ ପ୍ରତିଶତ ନେଇସାରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବାବେଳେ ସେଠାରେ ନିୟୋଜିତ ହେବାକୁ ରହିଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୯ରୁ ମାଟ୍ରିକ୍‌ ଖାତାଦେଖା

କଟକ ଅଫିସ,୩୦।୧୧: ସରିଲା ମାଟ୍ରିକ୍‌ ସମ୍ମେଟିଭ ୧ ପରୀକ୍ଷା। ଡିସେମ୍ବର ୯ରୁ ଖାତା ଦେଖା ଆରମ୍ଭ ହେବ। ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ।...

କୋର୍ଟ ଭିତରେ ଏସ୍‌ପିଙ୍କ ଉପସ୍ଥିତିକୁ ନେଇ ଆପତ୍ତି

ବଲାଙ୍ଗୀର ଅଫିସ,୧ା୧୦ ଶୁକ୍ରବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପ୍ରକ୍ରିୟାର ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ...

କୂଳ ଖାଉଛି ମହାନଦୀ: ବିପଦରେ ୨ କାରଖାନା

ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍‌ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା...

ଅନ୍ଧାରରେ ସାନଘାଗରା

କେନ୍ଦୁଝର,୭ା୧୧(ସ୍ବ.ପ୍ର.):ଶୀତର ଆଗମନ ସହିତ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସଜବାଜ ହେଉଛି। ତେବେ ରାଜ୍ୟର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ଅବସ୍ଥା...

ପରିବା ବିକ୍ରି ବନ୍ଦ କଲେ ବ୍ୟବସାୟୀ

ବାରିପଦା ଅଫିସ, ୧୧ା୪: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ କଚେରୀ ବଜାର ପରିବା ମାର୍କେଟକୁ ଶନିବାର ବ୍ୟବସାୟୀମାନେ ବନ୍ଦ କରି ଦେଇଥିଲେ।...

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ...

ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର...

ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି...

Advertisement
Archives

Model This Week