ବଜେଟ ଅଧିବେଶନ ପୂର୍ବରୁ କରାଯିବ କୋଭଡ ଟେଷ୍ଟ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୩ରୁ ବସିବ ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ସେ କହିଛନ୍ତି, କୋଭଡ କଟକଣାରେ ଚାଲିବ ବଜେଟ ଅଧିବେଶନ । ପୂର୍ବରୁ ଯେଉଁଭଳି ଭାବେ ଚାଲୁଥିଲା ଏବେ ମଧ୍ୟ ସେହିଭଳି ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀଙ୍କର କୋଭଡ ଟେଷ୍ଟ କରାଯିବ । ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି।