ସେବାୟତଙ୍କ କୋଭିଡ୍‌ ଟେଷ୍ଟ୍‌ ଆରମ୍ଭ

ପୁରୀ ଅଫିସ,୨୮।୧: ଶ୍ରୀମନ୍ଦିର ସେବାୟତ ମାନଙ୍କର ବୁଧବାର ଠାରୁ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୫୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇ ସ୍ବାବ୍‌ ସଂଗ୍ରହ ହେବ। ଏଥିଲାଗି ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ପରିସରରେ କ୍ୟାମ୍ପ ଖୋଲାଯାଇଛି। ସମସ୍ତ ନିଯୋଗର ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀ ଏବଂ ଭକ୍ତନିବାସର କର୍ମଚାରୀମାନେ ଏହି ଟେଷ୍ଟ ପ୍ରକ୍ରିୟାରେ ସାମିଲ ହେବେ।
ସୁଆର-ମହାସୁଆର ନିଯୋଗର ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଫେବୃୟାରୀ ୧ରୁ ପୁଷ୍ପାଳକ ନିଯୋଗ ଓ ୩ ତାରିଖରେ ପୂଜାପଣ୍ଡା ନିଯୋଗର ପାଳି ପଡ଼ିବ। ସେହିଭଳି ସେବାୟତଙ୍କ ପାଳି ସରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ସାନିଟାଇଜ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଭକ୍ତନିବାସ କର୍ମଚାରୀଙ୍କ ଟେଷ୍ଟ ହେବ। ଶେଷରେ ଧାର୍ଯ୍ୟ ଦିନରେ ଟେଷ୍ଟ କରିପାରି ନ ଥିବା ସେବାୟତଙ୍କୁ ପୁଣି ଥରେ ସୁଯୋଗ ମିଳିବ। କେଉଁ ତାରିଖରେ କେଉଁ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ତାଲିକା ପ୍ରକାଶ କରିଛି। ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେବାୟତଙ୍କ ମଧ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଆଶଙ୍କା ମଧ୍ୟ ବଢ଼ିଛି। ଏଣୁ ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ବୁଧବାର ପ୍ରଥମ ଦିନରେ ସୁଆର-ମହାସୁଆର ନିଯୋଗର ସେବାୟତମାନେ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପହଞ୍ଚି ନିଜର କୋଭିଡ୍‌ ଟେଷ୍ଟ କରାଇଛନ୍ତି। କୋଭିଡ୍‌ ଟେଷ୍ଟ କ୍ୟାମ୍ପ ଦାୟିତ୍ୱରେ ଥିବା ନୋଡାଲ୍‌ ଅଫିସରଙ୍କ କହିବା ଅନୁଯାୟୀ, ଆର୍‌ଟିପିସିଆର୍‌ ଟେଷ୍ଟ ପ୍ରକ୍ରିୟା ଚାଲୁ ରହିବ। ସଂକ୍ରମିତ ଚିହ୍ନଟ ହେବା ପରେ ଏମାନଙ୍କୁ କୋଭିଡ୍‌ ହସ୍ପଟିଲାରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ, ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲା। ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ସେବାୟତଙ୍କୁ ଆଇସୋଲେଶନରେ ରଖିବା ନେଇ ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri