ବଢ଼ିବାରେ ଲାଗିଛି କୋଭିଡ୍‌ ପଜିଟିଭ୍‌ ହାର; ଆଜି କେନ୍ଦୁଝରରୁ ସର୍ବାଧିକ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ହାର ଧିରେ ଧିରେ ବଢ଼ିବାରେ ଲାଗିଛି। ରବିିବାର ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଚିହ୍ନଟ ୨୩ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ପୁରୁଷ ଓ ୪ ମହିଳା ଅଛନ୍ତି। ଚିହ୍ନଟ ୨୩ଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ। କେନ୍ଦୁଝର ଜିଲାରୁ ସର୍ବାଧିକ ୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି।