ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ ସେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି। ଓ୍ବାଶିଂଟନ ପୋଷ୍ଟ ଏବଂ ଏବିସି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଅନୁଯାୟୀ କରୋନା ମହାମାରୀ ଟ୍ରମ୍ପ୍‌ଙ୍କ ଜିତିବା ସମ୍ଭାବନାକୁ ଯଥେଷ୍ଟ ହ୍ରାସ କରିଛି। କୋଭିଡ୍‌ ପରିଚାଳନା ରାଷ୍ଟ୍ରପତି ନିିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି। ଟ୍ରମ୍ପ୍‌ଙ୍କ ପୁନଃ ନିର୍ବାଚିତ ହେବା ଆଶା ଏବେ ତାଙ୍କ ସମର୍ଥକମାନଙ୍କ ମୁଖ୍ୟ ବେସ୍‌ରେ ସୀମିତ ରହିଛି। ଜୁଲାଇ ୧୨ରୁ ୧୫ ମଧ୍ୟରେ ହୋଇଥିବା ସର୍ଭେ ଅନୁଯାୟୀ ଟ୍ରମ୍ପ୍‌ଙ୍କୁ ୪୦ ପ୍ରତିଶତ ପଞ୍ଜୀକୃତ ଭୋଟର ସମର୍ଥନ କରିଥିବାବେଳେ ବିଡେନଙ୍କ ପ୍ରତି ୫୫ ପ୍ରତିଶତଙ୍କ ସମର୍ଥନ ରହିଛି। ମାର୍ଚ୍ଚରେ ବିଡେନ ଟ୍ରମ୍ପ୍‌ଙ୍କଠାରୁ ୨ ପଏଣ୍ଟ ଆଗରେ ଥିବାବେଳେ ମେ’ରେ ୧୦ ପଏଣ୍ଟ ଆଗୁଆ ଥିଲେ।
ସର୍ଭେ ଅନୁଯାୟୀ ପାରମ୍ପରିକ ରିପବ୍ଲିକାନ ଓ ଡେମୋକ୍ରାଟ ଭୋଟରମାନେ ନଭେମ୍ବର ନିର୍ବାଚନକୁ ଟ୍ରମ୍ପଙ୍କ ଉପରେ ଗଣଭୋଟ ଭାବେ ବିବେଚନା କରୁଛନ୍ତି, ବିଡେନ୍‌ଙ୍କୁ ଅଧିକ ଉପଯୁକ୍ତ ପ୍ରାର୍ଥୀ ବିଚାର କରି ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି। ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କର ୭୨ପ୍ରତିଶତ ସମର୍ଥକ ଭୋଟର ମତ ଦେଇଥିବାବେଳେ ତାଙ୍କୁ ହରାଇବା ଏକମାତ୍ର ଲକ୍ଷ୍ୟ ବୋଲି ବିଡେନଙ୍କ ୬୨ ପ୍ରତିଶତ ସମର୍ଥକ କହିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ବିଡେନ୍‌ ଭଲଭାବେ ନିୟନ୍ତ୍ରଣ କରିପାରିବେ ବୋଲି ୫୪ ପ୍ରତିଶତ ଆମେରିକୀୟ ବିଶ୍ୱାସ କରୁଥିବାବେଳେ ମାତ୍ର ୩୪ ପ୍ରତିଶତ ଟ୍ରମ୍ପ୍‌ଙ୍କ ସପକ୍ଷରେ ମତ ଦେଇଛନ୍ତି। ସେହିପରି ଅର୍ଥନୀତି ପରିଚାଳନାରେ ବିଡେନ୍‌ ବେଶ୍‌ ଉନ୍ନତି କରି ଜନମତ ସର୍ଭେରେ ଟ୍ରମ୍ପ୍‌ଙ୍କ ପାଖାପାଖି ପହଞ୍ଚତ୍ଛନ୍ତି। ଅର୍ଥନୀତି ପରିଚାଳନାରେ ଟ୍ରମ୍ପ୍‌ଙ୍କ ପ୍ରତି ସକାରାତ୍ମକ ମତ ରହିଛି। ଅର୍ଥନୀତି ପରିଚାଳନାରେ ଖୁସି ଥିବା ୫୦ ପ୍ରତିଶତ କହିଥିବାବେଳେ ୪୭ ପ୍ରତିଶତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗତ ଦୁଇମାସ ମଧ୍ୟରେ ଆମେରିକାରେ ଶହ ଶହ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ହୋଇଥିବାବେଳେ ଅପରାଧ ଓ ସୁରକ୍ଷା ସେଠାରେ ବଡ଼ ପ୍ରସଙ୍ଗ ରହିଆସିଛି। ଏକ୍ଷେତ୍ରରେ ମଧ୍ୟ ଡେମୋକ୍ରାଟ ପ୍ରାର୍ଥୀ ବିଡେନ୍‌ ରିପବ୍ଲିକ୍‌ ପ୍ରାର୍ଥୀ ଟ୍ରମ୍ପ୍‌ଙ୍କଠାରୁ ୯ ପଏଣ୍ଟ ଆଗରେ ଅଛନ୍ତି। ସେହିପରି ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ରଖିବାରେ ବିଡେନ୍‌ ତାଙ୍କ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୫ ପଏଣ୍ଟ ଆଗରେ ରହିଛନ୍ତି। ଟ୍ରମ୍ପ୍‌ଙ୍କର ନିଯୁକ୍ତି ଅନୁମୋଦନ ରେଟିଂ ମଧ୍ୟ ଦୁଇମାସ ମଧ୍ୟରେ ଦ୍ରୁତ ହ୍ରାସ ପାଇ ୩୯ ପ୍ରତିଶତ ପଜିଟିଭ୍‌ ଓ ୫୭ ପ୍ରତିଶତ ନେଗେଟିଭ୍‌ ରହିଛି। ଟ୍ରମ୍ପ୍‌ଙ୍କ କାର୍ଯ୍ୟଧାରାକୁ ୪୮ ପ୍ରତିଶତ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଉତ୍ତମ ବ୍ୟକ୍ତିତ୍ୱ ଏବଂ ସ୍ବଭାବ ପାଇଁ ବିଡେନ୍‌ ଟ୍ରମ୍ପ୍‌ଙ୍କଠାରୁ ୨୬ ପଏଣ୍ଟ ଆଗରେ ଥିବା ଓ୍ବାଶିଂଟନ ପୋଷ୍ଟ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri