କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ନାଁରେ ମାମଲା

ଲଖନପୁର,୨।୮(ଡି.ଏନ୍‌.ଏ) ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋଭିଡ୍‌ ୧୯ ନିୟମକୁ କଡାକଡି କରିଛନ୍ତି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାଇ ଦଣ୍ଡିତ ହେବା ନିୟମ ରହିଛି । ଏ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ସ୍ତରରେ ବିଭିନ୍ନ ସଚେତନତା କାଯର୍‌ୟକ୍ରମ କରାଯାଉଛି । ତଥାପି ଅମାନିଆମାନେ ନିୟମ ମାନୁନାହାନ୍ତି । ଅନେକ ସମୟରେ ନିୟମ ଉଲଙ୍ଘନକାରୀ ଦଣ୍ଡିତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ। କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଜିଲା ପ୍ରଶାସନ ତରଫରୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ବନ୍ଧବାହାଲ ମା’ ସମଲେଇ ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାଙ୍କ ନାମରେ ବନହରପାଲି ଥାନାରେ ଶୁକ୍ରବାର ରାତିରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଶାସନର ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୧୪/୨୦) ରୁଜୁ କରି ତଦନ୍ତ ଚଳାଇଛି। ଜିଲା ପ୍ରଶାସନର ବିନାନୁମତିରେ ବନ୍ଧବାହାଲ ସ୍ଥିତ ବିଓସିଏମ୍‌ ଛକରେ ଥିବା ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟରେ ଟ୍ରକ୍‌ମାଲିକଙ୍କୁ ନେଇ ଗତ ଗୁରୁବାର ଏକ ବୈଠକ ହୋଇଥିଲା। ଏଥିରେ ଶତାଧିକ ଟ୍ରକ୍‌ ମାଲିକ ଉପସ୍ଥିତ ଥିଲେ। ଫଳରେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିଲା। ଏ ନେଇ ଜିଲା ପ୍ରଶାସନ ସଂଘର ୬ଜଣ କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାଲିକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ଶ୍ରେଣୀଗୃହ ଅଭାବ, ସ୍କୁଲ ବାରଣ୍ଡାରେ ଚାଲିଛି ପାଠପଢ଼ା

ଲଖନପୁର,୭ା୧୧(ଗୌତମ ସାହୁ)- ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରି କି ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରାଯାଉଛି।...

ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ସହ ସୁନା ଗହଣା

ଝାରସୁଗୁଡ଼ା,୨୩।୧୦: ଝାରସୁଗୁଡ଼ା ଜିଲା ଲଇକେରା ଥାନା କୁଅଁରମାଲ ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘର ଲୋକଙ୍କୁ ବାନ୍ଧି ବନ୍ଧୁକ ଏବଂ ଭୁଜାଲି ଦେଖାଇ...

ଡଷ୍ଟର ଫିଙ୍ଗି ଛାତ୍ରୀଙ୍କ ମୁଣ୍ଡ ଫଟାଇ ଦେଲେ ପିଇଟି ଶିକ୍ଷକ

ଝାରସୁଗୁଡ଼ା,୧୪।୧୦: ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ଉପରକୁ ଡଷ୍ଟର ଫିଙ୍ଗି ମୁଣ୍ଡ ଫଟାଇ ଦେଇଛନ୍ତି ଜଣେ ପିଇଟି...

ମୋଦିଙ୍କ ଉପସ୍ଥିତିରେ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଆମେ ଗୋଟିଏ ଦିନରେ…

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ...

ମୋଦିଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ଦେଖିକି ଖୁସିରେ…

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ...

ମୋଦିଙ୍କ ଗସ୍ତକୁ ନେଇ କାନ୍ଦିଲେ ବିଧାୟକ: କୋହଭରା କଣ୍ଠରେ କହିଲେ..

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତକୁ ନେଇ ଅମରାପାଲି ପଡିଆରେ ଭାଷଣ ରଖୁଥିବାବେଳେ ବିଧାୟକ ଟଙ୍କଧର ତ୍ରିପାଠୀ କୋହଭରା ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri