କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ନାଁରେ ମାମଲା

ଲଖନପୁର,୨।୮(ଡି.ଏନ୍‌.ଏ) ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋଭିଡ୍‌ ୧୯ ନିୟମକୁ କଡାକଡି କରିଛନ୍ତି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାଇ ଦଣ୍ଡିତ ହେବା ନିୟମ ରହିଛି । ଏ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ସ୍ତରରେ ବିଭିନ୍ନ ସଚେତନତା କାଯର୍‌ୟକ୍ରମ କରାଯାଉଛି । ତଥାପି ଅମାନିଆମାନେ ନିୟମ ମାନୁନାହାନ୍ତି । ଅନେକ ସମୟରେ ନିୟମ ଉଲଙ୍ଘନକାରୀ ଦଣ୍ଡିତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ। କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଜିଲା ପ୍ରଶାସନ ତରଫରୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ବନ୍ଧବାହାଲ ମା’ ସମଲେଇ ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାଙ୍କ ନାମରେ ବନହରପାଲି ଥାନାରେ ଶୁକ୍ରବାର ରାତିରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଶାସନର ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୧୪/୨୦) ରୁଜୁ କରି ତଦନ୍ତ ଚଳାଇଛି। ଜିଲା ପ୍ରଶାସନର ବିନାନୁମତିରେ ବନ୍ଧବାହାଲ ସ୍ଥିତ ବିଓସିଏମ୍‌ ଛକରେ ଥିବା ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟରେ ଟ୍ରକ୍‌ମାଲିକଙ୍କୁ ନେଇ ଗତ ଗୁରୁବାର ଏକ ବୈଠକ ହୋଇଥିଲା। ଏଥିରେ ଶତାଧିକ ଟ୍ରକ୍‌ ମାଲିକ ଉପସ୍ଥିତ ଥିଲେ। ଫଳରେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିଲା। ଏ ନେଇ ଜିଲା ପ୍ରଶାସନ ସଂଘର ୬ଜଣ କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାଲିକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ମୁଖା ପିନ୍ଧା ଯୁବକ: ସ୍ବାମୀଙ୍କୁ ଲାତ ମାରି…

ଝାରସୁଗୁଡା,୨୧।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ସରବାହାଲ ତଳିପଡାଠାରେ ଭଡା ରହୁଥିବା ଧୀରେନ୍ଦ୍ର ମହାରଣାଙ୍କ ଘରକୁ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖା ପିନ୍ଧି ଏକ ବାଇକରେ…

ଆକ୍ସନରେ ଜିଲାପାଳ: ଛାତ୍ରୀଛାତ୍ରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କଡ଼ା ନିର୍ଦ୍ଦେଶ

ଝାରସୁଗୁଡ଼ା,୧୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଶିକ୍ଷା ଅଧିକାରୀ…

ଶୋଇଥିଲେ ସ୍ବାମୀ-ସ୍ତ୍ରୀ: ଘରେ ପଶିଲେ ୫ ମୁଖା ପିନ୍ଧା ଯୁବକ, ଆଉ ତା’ପରେ…

ଲଇକେରା,୩।୩(ରଞ୍ଜନ କୁମାର ମେହେର): ଲଇକେରା ଥାନା ତାଳମୁଣ୍ଡାଠାରେ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି…

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ…

ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

ତ୍ରିରଙ୍ଗା ପତାକାରେ ନାହିଁ ଅଶୋକ ଚକ୍ର ଚିହ୍ନ: ଖୋଲାଖୋଲି ସମ୍ଭିଧାନ

ଝାରସୁଗୁଡ଼ା,୨୬ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ରେଳଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଝାରସୁଗୁଡାର ଟିମ୍‌ ସେଭ୍‌ ସଦସ୍ୟମାନେ…

ଝାରସୁଗୁଡ଼ା ସାରସମାଲ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଚୋରି, କବାଟ ତାଡ଼ି ଲୁଟିନେଲେ ଲକ୍ଷାଧିକ….

ଝାରସୁଗୁଡା,୨୪।୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡ଼ା ସହର ଉପକଣ୍ଠ ସାରସମାଲ ସ୍ଥିତ ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କବାଟ ତାଡ଼ି ବ୍ୟାପକ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri