ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର ବୁଦ୍ଧିମତ୍ତା ହ୍ରାସ ପାଉଛି। କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ଲୋକେ ଯୋଜନା ପ୍ରସ୍ତୁତ କରିବା, ସମସ୍ୟା ସମାଧାନ ଏବଂ ବିତର୍କରେ କମ୍‌ଜୋର ହେଉଥିବା ଦେଖାଯାଉଛି। ଲଣ୍ଡନ ଇମ୍ପେରିଆଲ କଲେଜର ଆସୋସିଏଟ୍‌ ପ୍ରଫେସର ତଥା କଗ୍‌ନିଟିଭ୍‌ ନ୍ୟୁରୋସାଇଣ୍ଟିଷ୍ଟ ଆଡାମ ହାମ୍ପଶାୟାର ଓ ତାଙ୍କ ଟିମ୍‌ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ସେମାନେ କରୋନାରେ ଆରୋଗ୍ୟ ହୋଇଥିବା କେତେଜଣଙ୍କର ବୁଦ୍ଧିମତ୍ତା ଓ ତାର୍କିକ ଜ୍ଞାନର ପରୀକ୍ଷା କରାଇଥିଲେ। ଗତବର୍ଷ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ସେମାନେ ବ୍ରିଟେନର ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପରୀକ୍ଷା କରାଇଥିବାବେଳେ ସେଥିରୁ ୧୩,୦୦୦ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଦୀର୍ଘଦିନ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ହୋଇଥିବା ପରୀକ୍ଷାର୍ଥୀ ପ୍ଲାନିଂ, ସମସ୍ୟା ସମାଧାନ, ବିତର୍କ ଆଦିରେ ଦୁର୍ବଳ ପ୍ରଦର୍ଶନ କରିଥିଲେ। ସେହିପରି ଭେଣ୍ଟିଲେଟର ସପୋର୍ଟରେ ଥିବା କରୋନା ରୋଗୀଙ୍କ ବୁଦ୍ଧିମତ୍ତା ୭ ପଏଣ୍ଟ ହ୍ରାସ ପାଇଥିବା ଦେଖାଯାଇଥିଲା। ହୃଦ୍‌ଘାତରୁ ଆରୋଗ୍ୟ କିମ୍ବା ଶିକ୍ଷାଗ୍ରହଣରେ ଅସାମର୍ଥ୍ୟ ଥିବା ବ୍ୟକ୍ତିଙ୍କଠାରେ ଦେଖାଦେଇଥିବା ଆଇକ୍ୟୁ ହ୍ରାସଠାରୁ ମଧ୍ୟ ଏହା ଅଧିକ। ୨୭୫ ଜଣ କୋଭିଡ୍‌ ପୂର୍ବରୁ ଏବଂ ପରବର୍ତ୍ତୀ ପରୀକ୍ଷା ସମ୍ପୂର୍ଣ୍ଣ କରିଥିଲେ। ତେବେ କୋଭିଡ୍‌ ସହ ବୁଦ୍ଧିମତ୍ତା ହ୍ରାସର କିପରି ସମ୍ପର୍କ ରହିଛି ଓ ଏହା କେତେଦିନ ପର୍ଯ୍ୟନ୍ତ ରହିବ ତାହା ଜଣାପଡ଼ି ନ ଥିବା ହାମ୍ପଶାୟାର ଏକ ସାକ୍ଷାତ୍‌କାରରେ କହିଛନ୍ତି। କରୋନା ଭୂତାଣୁ ରୂପ ବଦଳାଇ ଚାଲିଥିବାବେଳେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଛନ୍ତି। ମାନବ ମସ୍ତିଷ୍କ ଓ ଜ୍ଞାନ ଉପରେ କରୋନାର ଗୋପନ ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିବା ପରେ ଅନେକଙ୍କ ଚିନ୍ତା ବଢ଼ିଯାଇଛି। କୋଭିଡ୍‌ ସଂକ୍ରମିତଙ୍କଠାରେ ଷ୍ଟ୍ରୋକ୍‌ ବଢ଼ିବା ଆଶଙ୍କା ଥିବା କାନାଡାର ଏକ ଅଧ୍ୟୟନରୁ ଜଣାପଡ଼ିଛି।

ହାଡ଼ଫୁଟି ଭଳି ସଂକ୍ରାମକ ଡେଲ୍ଟା

କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ହାଡ଼ଫୁଟି ଭଳି ଅତି ସହଜରେ ଓ ଦ୍ରୁତ ବେଗରେ ସଂକ୍ରମିତ ହୋଇଥାଏ। ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ଗୁରୁତର ଅସୁସ୍ଥ କରିପାରେ ବୋଲି ଆମେରିକା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଏକ ଆଭ୍ୟନ୍ତରୀଣ ଦସ୍ତାବିଜ୍‌ରୁ ଜଣାପଡ଼ିଛି। ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି) ପ୍ରକାଶ କରି ନ ଥିବା କେତେକ ତଥ୍ୟ ଅନୁଯାୟୀ ଟିକା ନ ନେଇଥିବା ବ୍ୟକ୍ତିଙ୍କ ଭଳି ସମ୍ପୂର୍ଣ୍ଣ ଟିକା ନେଇସାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରିଥାନ୍ତି। ସିଡିସି ନିର୍ଦ୍ଦେଶକ ଡ. ରୋଚେଲେ ପି. ଓ୍ବାଲେନ୍‌ସ୍କି ଏହା ସ୍ବୀକାର କରିଛନ୍ତି।
ଏମ୍‌ଇଆର୍‌ଏସ୍‌, ସାର୍ସ, ଇବୋଲା, ସାଧାରଣ ଥଣ୍ଡା, ଋତୁକାଳୀନ ଜ୍ୱର, ବସନ୍ତ ତୁଳନାରେ ଡେଲ୍ଟା ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ହାଡ଼ଫୁଟି ଭଳି ଦ୍ରୁତ ବେଗରେ ବ୍ୟାପିଥାଏ ବୋଲି ଦସ୍ତାବିଜ୍‌ରେ କୁହାଯାଇଛି। ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ (ବି.୧.୬୧୭.୨) ଅଧିକ ଗୁରୁତର ରୋଗ ସୃଷ୍ଟି କରୁଛି। ଭୂତାଣୁର ସାଧାରଣ ଭର୍ସନ ଅପେକ୍ଷା ଡେଲ୍ଟା ଭାରିଆଣ୍ଟରେ ହଜାର ଗୁଣ ଅଧିକ ସଂକ୍ରମିତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମଧ୍ୟପ୍ରାଚ୍ୟରେ ଚତୁର୍ଥ ଲହର ଆଣିଲା ଡେଲ୍ଟା

ଡେଲ୍ଟା ଭାରିଆଣ୍ଟ ଯୋଗୁ ବିଭିନ୍ନ ଦେଶରେ ସଂକ୍ରମଣ ବଢ଼ିଚାଲିଛି। କୋଭିଡ୍‌ ଟିକାକରଣରେ ପଛୁଆ ଥିବା ମଧ୍ୟପ୍ରାଚ୍ୟରେ ଏହି ଭାରିଆଣ୍ଟ ଚତୁର୍ଥ ଲହର ଆଣିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି। ଉକ୍ତ ଅଞ୍ଚଳର ମରକ୍କୋଠାରୁ ପାକିସ୍ତାନ ପର୍ଯ୍ୟନ୍ତ ୨୨ ଦେଶ ମଧ୍ୟରୁ ୧୫ଟିରେ ଡେଲ୍ଟା ଭାରିଆଣ୍ଟ ବ୍ୟାପିଥିବା ରେକର୍ଡ କରାଯାଇଛି। ଡଲ୍ଟା ଭାରିଆଣ୍ଟ ଯୋଗୁ ଡବ୍ଲ୍ୟୁଏଚ୍‌ଓର ପୂର୍ବ ମେଡିଟେରିଆନ୍‌ ଅଞ୍ଚଳରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ନୂଆ ମାମଲା ଏବଂ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଟିକା ନେଇ ନ ଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ କୋଭିଡ୍‌-୧୯ର ଚତୁର୍ଥ ଲହର ଚାଲିଥିବା ଡବ୍ଲ୍ୟୁଏଚ୍‌ଓ ପୂର୍ବ ମେଡିଟେରିଆନ ନିର୍ଦ୍ଦେଶକ ଅହମଦ ଅଲ୍‌-ମନ୍ଧାରି କହିଛନ୍ତି। ଡବ୍ଲ୍ୟୁଏଚ୍‌ଓ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ମଧ୍ୟପ୍ରାଚ୍ୟରେ ୪୧ ନିୟୁତ ଲୋକ କୋଭିଡ୍‌ ଟିକା ନେଇଛନ୍ତି, ଯାହାକି ମୋଟ ଲୋକସଂଖ୍ୟାର ୫.୫ ପ୍ରତିଶତ। ସେପଟେ ଉକ୍ତ ଅଞ୍ଚଳରେ ସଂକ୍ରମଣ ୫୫ ପ୍ରତିଶତ ବଢ଼ିଥିବାବେଳେ ମୃତ୍ୟୁସଂଖ୍ୟା ୧୫ ପ୍ରତିଶତ ବୃଦ୍ଧି ପାଇଛି। ସପ୍ତାହକୁ ସେଠାରେ ୩.୧ ଲକ୍ଷ ସଂକ୍ରମିତ ହେଉଥିବାବେଳେ ୩,୫୦୦ ଲୋକଙ୍କ ଜୀବନ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri