କୋଭିଡ୍‌ ଦାୟିତ୍ୱରେ ୨୧ ଆଇଏଏସ୍‌ ଅଧିକାରୀ

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଓଡ଼ିଶା ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲାସ୍ତରରେ କୋଭିଡ୍‌ ପରିଚାଳନା ଦାୟିତ୍ୱ ଗୁରୁବାର ପ୍ରଦାନ କରିଛନ୍ତି। ୨୧ ଜଣ ଆଇଏଏସ୍‌ ଅଫିସର କୋଭିଡ୍‌ ପର୍ଯ୍ୟବେକ୍ଷକ ଭାବେ ଜିଲାସ୍ତରରେ କାମ କରିବେ। ଉକ୍ତ ଅଧିକାରୀମାନଙ୍କ ଭିତରୁ ଭୁବନେଶ୍ୱର ମହାନଗର ନିଗମରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ଆଇଏଏସ୍‌ ଅଧିକାରୀ ଅନୁ ଗର୍ଗ ଓ ଡ. ଏନ୍‌. ତିରୁମାଲା ନାୟକ ନେବେ। ସେହିପରି ବାଲେଶ୍ୱର ଏବଂ ଭଦ୍ରକ ଜିଲା ଦାୟିତ୍ୱ ମଧୁସୂଦନ ପାଢ଼ୀଙ୍କୁ ଦିଆଯାଇଥିବା ବେଳେ ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡ଼ା ଜିଲା ଦାୟିତ୍ୱ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ଦିଆଯାଇଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲା ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତ କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲାରେ ଜି. ମାଥିଭାଥାନନ, ଯାଜପୁର-ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ସମ୍ବଲପୁର ଓ ସୋନପୁର ଜିଲାରେ ଚିତ୍ରା ଅରୁମ୍‌ଗମଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଶାଶ୍ୱତ ମିଶ୍ର ଓ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲା ଦାୟିତ୍ୱ ଦିଆଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲା ପାଇଁ ଭି.ଭି.ଯାଦବ ଓ ରସିଦ୍‌ ଖାନ୍‌ ଦାୟିତ୍ୱ ତୁଲାଇବେ। ଗଜପତି ଜିଲା ପାଇଁ ଟି. ୱାପଙ୍ଗ ଆଓଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅନିଲ କୁମାର ସାମଲଙ୍କୁ କଟକ, ନୟାଗଡ଼,ପୁରୀ ଓ ଖୋର୍ଦ୍ଧା ଜିଲା ଦାୟିତ୍ୱ ଦିଆଯାଇଛି । କଟକ ନଗର ଓ ଗ୍ରାମାଞ୍ଚଳ ପାଇଁ କୋଭିଡ୍‌ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ସୁଶାନ୍ତ ମହାପାତ୍ର ରହିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।