ଆଠମଲ୍ଲିକରେ ହେଉ କୋଭିଡ୍‌ କେୟାର ସେଣ୍ଟର

ମାଧପୁର,୨୦ା୫:  ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଗଁା କୋଭିଡ୍‌ କବଳକୁ ଯାଉଥିବାବେଳେ ସଂକ୍ରମିତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ କୋଭିଡ୍‌ କେୟାର ସେଣ୍ଟର ନ ଥିବାରୁ ଏଠାକାର ଗୁରୁତରଙ୍କୁ ୧୦୦ କିଲୋମିଟର ଦୂର ଅନୁଗୋଳ କୋଭିଡ୍‌ କେୟାର ସେଣ୍ଟର ନଚେତ ତାଳଚେର କୋଭିଡ୍‌ ହସ୍ପିଟାଲକୁ ପଠାଯାଉଛି। ଫଳରେ ଏକାଧିକ ସଂକ୍ରମିତଙ୍କ ରାସ୍ତାରେ ହଁି ମୃତ୍ୟୁ ହୋଇଯାଉଛି। ତେଣୁ ଆଠମଲ୍ଲିକ ଉପଖଣ୍ଡରେ ଏକ କୋଭିଡ୍‌ କେୟାର ସେଣ୍ଟର (ସିସିସି) ପାଇଁ ଦାବି ହେଉଛି।

ଆଠମଲ୍ଲିକ ଉପଖଣ୍ଡରେ ସ୍ବାସ୍ଥ୍ୟସେବା ଦୀର୍ଘଦିନରୁ ଅବହେଳିତ ଅବସ୍ଥାରେ ରହିଛି। ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ପଦବୀ ଖାଲି ଥିବାବେଳେ ଅନ୍ୟ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, କର୍ମଚାରୀଙ୍କ ଅଭାବ ଥିଲେ ମଧ୍ୟ ତାହାକୁ ପୂରଣ କରାଯାଉ ନାହିଁ। କରୋନାର ପ୍ରଥମ ଲହର ଉପଖଣ୍ଡକୁ ଅଧିକ ପ୍ରଭାବିତ କରି ନ ଥିଲା। ତେବେ ଦ୍ୱିତୀୟ ଲହରରେ ଆଠମଲ୍ଲିକ ଏନ୍‌ଏସିର ବିଭିନ୍ନ ଓ୍ବାର୍ଡ ସହ ବହୁ ଗଁାରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଆଠମଲ୍ଲିକ ବ୍ଲକର ୧୧୬ ଗ୍ରାମକୁ ସଂକ୍ରମଣ ଛୁଇଁ ସାରିଛି। ୫୭୦ରୁ ଅଧିକ ପଜିଟିଭ୍‌ ଏଠାରୁ ଚିହ୍ନଟ ହୋଇଥିବାବେଳେ ୧୭ଟି ଗାଁକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିବା ନୋଡାଲ ଅଫିସର ଏବିଡିଓ ଦିଲୀପ ପ୍ରଧାନ ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତମାନଙ୍କ ମଧ୍ୟରୁ ଅନେକେ ଘରେ ସଙ୍ଗରୋଧରେ ଥିବାବେଳେ କେତେଜଣଙ୍କୁ କୋଭିଡ୍‌ କେୟାର ସେଣ୍ଟର ଓ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ମାଧପୁର ପଞ୍ଚାୟତ କୁନ୍ଦନାଳୀ ଗ୍ରାମର ଜଣେ ଯୁବକଙ୍କ କରୋନାରେ ପ୍ରାଣହାନି ଘଟିଥିଲା। ତାଙ୍କ ମା’ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଡାକ୍ତରଖାନା ନିଆଯିବା ବାଟରେ ମୃତ୍ୟୁ ହୋଇଯାଇଥିଲା। ସେହିପରି କିଶୋରନଗର ବ୍ଲକରେ ମଧ୍ୟ କରୋନା କାୟା ବିସ୍ତାର କରିଛି। ବଇଣ୍ଡା ବଜାର ସହ ଆଖପାଖ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବ୍ଲକର ୨୨୫ ଗାଁରେ ସଂକ୍ରମଣ ପହଞ୍ଚି ସାରିଥିବାବେଳେ ୧୦୦୦ରୁ ଅଧିକ ପଜିଟିଭ୍‌ ବାହାରି ସାରିଲେଣି। ବର୍ତ୍ତମାନ ୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବିଡିଓ ଶ୍ୟାମଳ କୁମାର ରାୟ ସୂଚନା ଦେଇଛନ୍ତି। ତେଣୁ ଉପଖଣ୍ଡର ୩୫୦ ଗ୍ରାମରୁ ୧୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। କରୋନାର ତୃତୀୟ ଲହରକୁ ନେଇ ଏବେ ସମସ୍ତେ ଚିନ୍ତିତ ଥିବାବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଉଛି। ତେଣୁ ଉପଖଣ୍ଡରେ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଏଠାରେ ୫୦ ଅକ୍ସିଜେନ ବେଡ୍‌ ବିଶିଷ୍ଟ ଏକ କୋଭିଡ୍‌ କେୟାର ସେଣ୍ଟର ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସିସିସି ସ୍ଥାପନ ଅପରିହାର୍ଯ୍ୟ
ବର୍ତ୍ତମାନ ଉପଖଣ୍ଡର ବିଭିନ୍ନ ଗାଁରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ଘର ଘର ବୁଲି ଟେଷ୍ଟିଂ କରାଗଲେ ଏହାକୁ ଆୟତ୍ତ କରାଯାଇପାରିବ। ଏଥିସହ ସଂକ୍ରମିତଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ହେଲେ ଆଠମଲ୍ଲିକରେ ଏକ କୋଭିଡ୍‌ କେୟାର ସେଣ୍ଟର (ସିସିସି) ସ୍ଥାପନ ଅପରିହାର୍ଯ୍ୟ ହୋଇପଡ଼ିଛି।
-ଡାକ୍ତର ଅଲେଖ ପ୍ରଧାନ, ଭାଜପା ନେତା, ନାକିଚି

ବହୁ ଗୁରୁତରଙ୍କ ଜୀବନ ଗଲାଣି
କରୋନା ସଂକ୍ରମିତ ହୋଇ କେହି ଗୁରୁତର ହେଲେ ଆଠମଲ୍ଲିକ ଉପଖଣ୍ଡରେ ଚିକିତ୍ସା ବ୍ୟବସ୍ଥା ନାହିଁ। ଏପରି କି ଅକ୍ସିଜେନ ଅଭାବରୁ ଉପଖଣ୍ଡର ବହୁ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହେଲେଣି। ସରକାର ତୁରନ୍ତ ଆଠମଲ୍ଲିକ ଉପଖଣ୍ଡରେ ଏକ କୋଭିଡ୍‌ କେୟାର ସେଣ୍ଟର ବ୍ୟବସ୍ଥା କରନ୍ତୁ।
-ମନୋଜ କୁମାର ମହାପାତ୍ର,ସାମାଜିକ କର୍ମୀ ବଇଣ୍ଡା

ସ୍ବର ଉଠାଉନାହାନ୍ତି ଜନପ୍ରତିନିଧି
ଆଠମଲ୍ଲିକ ଉପଖଣ୍ଡରେ ଦିନକୁ ଦିନ କରୋନା ତାହାର କାୟା ବିସ୍ତାର କରିଚାଲିଛି। ଏକାଧିକ ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ। ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି। କିନ୍ତୁ କୋଭିଡ୍‌ କେୟାର ସେଣ୍ଟରଟିଏ ପାଇଁ ଜନପ୍ରତିନିଧିମାନେ ସ୍ବର ଉଠାଉ ନାହାନ୍ତି।
-ବସନ୍ତ ମହାନ୍ତି, ଶିକ୍ଷାବିତ୍‌, ମାଧପୁର

ଆଶ୍ୱାସନା ଦେଇଛି ଅଟୋ ଆମ୍ବୁଲାନ୍ସ
କିଆକଟା ଠାରୁ ଅନୁଗୋଳର ଦୂରତା ୧୧୫ କିଲୋମିଟର। କୋଭିଡ୍‌ ପୀଡ଼ିତ ଗୁରୁତରଙ୍କୁ ଏତେ ଦୂର ନିଆଯିବା ବେଳେ କିଛି ବି ଘଟିପାରେ। ତେଣୁ ଉପଖଣ୍ଡରେ ଚିକିତ୍ସା ବ୍ୟବସ୍ଥା କରାଗଲେ ଭଲ ହେବ। ତେବେ ପ୍ରଶାସନ କରିଥିବା ଅକ୍ସିଜେନ ବ୍ୟବସ୍ଥା ଥିବା ଅଟୋ ଆମ୍ବୁଲାନ୍ସ ଏକମାତ୍ର ଆଶ୍ୱାସନା।
-ଜୟାନନ୍ଦ ପ୍ରଧାନ, କିଆକଟା

ସିସିସି ସହ ଗାଁ ଗାଁରେ ଟେଷ୍ଟ ଜରୁରୀ
ଉପଖଣ୍ଡରେ କରୋନା ବ୍ୟାପୁଥିବାରୁ ସାହିବସ୍ତି, ଗାଁ ଗାଁ ବୁଲି ସର୍ଭେ ସହ ଟେଷ୍ଟ ଜରୁରୀ ହୋଇପଡ଼ିଛି। ଠିକଣା ସମୟରେ ଚିକିତ୍ସା ମିଳୁ ନ ଥିବାରୁ ଆଠମଲ୍ଲିକ ଅଞ୍ଚଳର ବହୁ ରୋଗୀଙ୍କ ମୃତ୍ୟୁ ହେଲାଣି। ସରକାର ତୁରନ୍ତ ଆଠମଲ୍ଲିକ ଓ କିଶୋରନଗରରେ ସିସିସି ସ୍ଥାପନ କରନ୍ତୁ।
-ବିଜୟାନନ୍ଦ ଚାଉଳିଆ, ପୂର୍ବତନ ପିସିସି ସମ୍ପାଦକ, ଆଠମଲ୍ଲିକ

ପ୍ରଶାସନିକସ୍ତରରେ ଉଦ୍ୟମ ଚାଲିଛି
ଏକ ସପ୍ତାହ ମଧ୍ୟରେ ଆଠମଲ୍ଲିକ ମହାବିଦ୍ୟାଳୟ ପରିସରରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଜିଲାପାଳଙ୍କୁ ରିପୋର୍ଟ ଦିଆଯାଇଛି। ଉପଖଣ୍ଡବାସୀ କିପରି ଭଲରେ ଚିକିତ୍ସା ପାଇବେ ସେ ନେଇ ଉଦ୍ୟମ ଜାରି ରହିଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ଡାକ୍ତର ଆସିଲେ କାର୍ଯ୍ୟକ୍ଷମ
ଆଠମଲ୍ଲିକ ଉପଖଣ୍ଡରେ ଏକ କୋଭିଡ୍‌ କେୟାର ସେଣ୍ଟର ଖୋଲାଯିବ। ଏ ନେଇ ସ୍ଥାନ ନିରୂପଣ ଶେଷ ହୋଇଛି। କେବଳ ସରକାର ନିଯୁକ୍ତି ଦେଇଥିବା ଡାକ୍ତରମାନେ ଆସି କାର୍ଯ୍ୟରେ ଯୋଗଦେବା ପରେ ଏହା କାର୍ଯ୍ୟକ୍ଷମ ହେବ। ଫଳରେ କୋଭିଡ୍‌ ପରିଚାଳନା ଶୃଙ୍ଖଳିତ ଭାବେ ହୋଇପାରିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri