କୋଭିଡ୍‌ ୧୯: ଧ୍ରୁବୀକରଣ ସମସ୍ୟା

ବିଗତ କିଛି ମାସ ଧରି ଆମ ଦେଶରେ କୋଭିଡ୍‌ ୧୯ ସଂକ୍ରମଣ ହ୍ରାସ ପାଇଥିଲାବେଳେ ଏବେ ପୁଣି କେରଳ, ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ସ୍ଥାନରେ ଏହା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ ଟିକାଦାନ ପ୍ରକ୍ରିୟା କ୍ରମେ ବ୍ୟାପକ ହେବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଲୋକଙ୍କଠାରେ ଏ ଭୂତାଣୁ ପ୍ରତି ପ୍ରାକୃତିକ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବା ମନରେ କିଛିଟା ଆଶା ସଞ୍ଚାର କରୁଛି। ତେବେ, ଏ କ୍ଷେତ୍ରରେ ଏ ନୂତନ ସମସ୍ୟା ରୂପେ ମୁଣ୍ଡ ଟେକିଛି ଲୋକଙ୍କଠାରେ ମୂଳ ଭୂତାଣୁର ତିନୋଟି ବିଷୟ ଧ୍ରୁବୀକରଣ ହୋଇଥିବା ପ୍ରତିରୂପ ବା ମଧୁଟାଣ୍ଟଙ୍କ ସନ୍ଧାନ। ଏଗୁଡ଼ିକ ସୃଷ୍ଟି ହୋଇଛନ୍ତି ବ୍ରିଟେନର କେଣ୍ଟ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ର ମାନାଅସ୍‌ଠାରେ। ବର୍ତ୍ତମାନ ଆମ ଦେଶରେ ଏଗୁଡ଼ିକର ସଂକ୍ରମଣ ସୀମିତ ଅଛି ସତ, କିନ୍ତୁ ତାହା ଯଦି ବ୍ୟାପକ ହୁଏ, ତା’ହେଲେ ଏ ଟିକା କେତେଦୂର ଫଳପ୍ରଦ ହେବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସ୍ବାଭାବିକ। ସେହିପରି କେତେକଙ୍କଠାରେ ସୃଷ୍ଟି ହୋଇଥିବା ପ୍ରାକୃତିକ ପ୍ରତିରୋଧ ଶକ୍ତି ମଧ୍ୟ ଏଗୁଡ଼ିକଠାରୁ ସୁରକ୍ଷା ଦେବା ସମ୍ଭବ ହୋଇ ନ ପାରେ ବୋଲି ମନେ କରାଯାଉଛି।
ଧ୍ରୁବୀକରଣ ବା ମ୍ୟୁଟେସନ ଘଟିଥାଏ କୌଣସି ଜୀବର ଜିନୀୟ ଅନୁକ୍ରମରେ ପରିବର୍ତ୍ତନ ହେତୁ ସାଧାରଣତଃ ପରିବେଶ ପ୍ରଭାବରୁ। ଭୂତାଣୁମାନଙ୍କ କ୍ଷେତ୍ରରେ ଏହା ଦ୍ରୁତ ଏବଂ ରହଣି। ସେମାନେ ବଂଶ ବିସ୍ତାର ସମୟରେ ନିଜର ନିକୃଷ୍ଟ ପ୍ରତିରୂପମାନ ଉତ୍ପନ୍ନ କରିବା ଫଳରେ ଏପରି ଘଟେ। ତେଣୁ ସେମାନେ ନୂତନ ରୂପ ଧାରଣ କରନ୍ତି। ଏହାଙ୍କୁ କୁହନ୍ତି ବିକଳ୍ପ ବା ଭେରିଆଣ୍ଟ। ତେବେ ଏହି ଭେରିଆଣ୍ଟ୍‌ରେ ବହୁବାର ଧ୍ରୁବୀକରଣ ଘଟିଲେ ଏହାର ଆଚରଣ ବହୁମାତ୍ରାରେ ବଦଳିଯାଏ। ତାହାକୁ କୁହାଯାଏ ନୂତନ ବଂଶ ବା ଷ୍ଟ୍ରେନ। ଜିନୀୟ ଧ୍ରୁବୀକରଣ ହେତୁ ସୃଷ୍ଟି ହେଉଥିବା ନୂତନ ଭେରିଆଣ୍ଟମାନଙ୍କ ମଧ୍ୟରୁ ଅନେକ ଗୁରୁତ୍ୱହୀନ। ସେଗୁଡ଼ିକ ଆମଠାରେ ରୋଗ ସୃଷ୍ଟି କରିପାରନ୍ତି ନାହିଁ। ଏପରି କି ତହିଁର କେତେକ ମୂଳ ଭୂତାଣୁ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରନ୍ତି। ଅନ୍ୟଗୁଡ଼ିକ ମାରାତ୍ମକ ହୋଇଥାନ୍ତି ଏବଂ ଖୁବ୍‌ ଶୀଘ୍ର ବ୍ୟାପିଥାନ୍ତି। ଏପରି କି ଥରେ ସଂକ୍ରମିତ ହୋଇଥିବା ଲୋକର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଅତିକ୍ରମ କରି ତାହାକୁ ପୁନଃ ସଂକ୍ରମଣ କରିପାରନ୍ତି। ଉଦାହରଣ ସ୍ବରୂପ, ବର୍ତ୍ତମାନର ମୂଳ ‘କୋଭିଡ୍‌-୧୯’ ଭୂତାଣୁର ପ୍ରାୟ ୪୦୦ରୁ ଅଧିକ ଚଉରିଆଣ୍ଟ ସୃଷ୍ଟି ହୋଇ ସାରିଲେଣି। ତେବେ, ତନ୍ମଧ୍ୟରୁ ୩/୪ଟି ‘ମାରାତ୍ମକ’ ବା ଭେରିଆଣ୍ଟ ଅଫ୍‌ କନସର୍ଣ୍ଣ ବୋଲି କୁହାଯାଏ, କେଣ୍ଟ (ବ୍ରିଟେନ୍‌), ଦକ୍ଷିଣଆଫ୍ରିକା ଏବଂ ବ୍ରାଜିଲ (ମାନାଅସ୍‌)ଠାରେ ଦେଖାଦେଇଥିବା ଭେରିଆଣ୍ଟମାନେ ଏବର ଶ୍ରେଣୀର।
କେଣ୍ଟ୍‌ ଭେରିଆଣ୍ଟ : ପ୍ରଥମେ ଏହା ବି୍ରିଟେନ୍‌ର କେଣ୍ଟ୍‌ଠାରେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିଲା। ମୂଳ ଭୂତାଣୁରେ ୧୭ଟି ଧ୍ରୁବୀକରଣ ଘଟିବା ଫଳରେ ଏହା ସୃଷ୍ଟି ହୋଇଥିଲା, ଯାହା କି ନଭେମ୍ବର ଶେଷ ବେଳକୁ ବାଡ଼ବାଗ୍ନୀ ଭଳି ଅନ୍ୟ ଦେଶମାନଙ୍କୁ ମାଡ଼ିଗଲା। ‘ବି.୧.୧.୭’ ରୂପେ ନାମିତ ଏହି ଭୂତାଣୁକୁ ଏକ ‘ମହାବିସ୍ତାରକାରୀ’ରେ ପରିଣତ କରିବାରେ ମୁଖ୍ୟ ଧ୍ରୁବୀକରଣକୁ ‘N501r ’ବୋଲି କୁହାଯାଏ। ଦକ୍ଷିଣଆଫ୍ରିକା ଏବଂ ବ୍ରାଜିଲ୍‌ ଭେରିଆଣ୍ଟ୍‌ରେ ମଧ୍ୟ ଏହା ଦେଖାଯାଏ। ଏଥିରେ ଭୂତାଣୁର ତାହାକୁ ମଣିଷର ଜୀବକୋଷ ସହ ସଂଯୁକ୍ତ କରୁଥିବା କଣ୍ଟକରୂପୀ ପ୍ରୋଟିନ୍‌ରେ ପରିବର୍ତ୍ତନ ଆସେ। ଫଳରେ ମୂଳ ‘କୋଭିଡ -୧୯’ ଭୂତାଣୁ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ସଂକ୍ରାମକ ପାଲଟିଯାଏ ଏବଂ ମୃତ୍ୟୁର ଆଶଙ୍କା ୩୦ ପ୍ରତିଶତ ବୃଦ୍ଧି କରେ ବୋଲି ବୈଜ୍ଞାନିକମାନଙ୍କ ମତ।
ଦକ୍ଷିଣ ଆଫ୍ରିକା ଭେରିଆଣ୍ଟ : ଏହା (ବି.୧.୧୫୧) ଚିହ୍ନଟ ହୋଇଥିଲା ଅକ୍ଟୋବର, ୨୦୨୦ରେ। ପ୍ରାୟ ୧୦ଟି ଧ୍ରୁବୀକରଣ ହେତୁ ସୃଷ୍ଟି ହୋଇଥିବା ଏ ଭୂତାଣୁ ଦକ୍ଷିଣ ଆଫ୍ରିକାର ପ୍ରାୟ ୮୦ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ। ବର୍ତ୍ତମାନ ଏହା ଅତିକମ୍‌ରେ ୩୨ଟି ଦେଶକୁ ବ୍ୟାପିସାରିଛି। ଏଥିରେ ଘଟିଥିବା ‘N501r’ ଧ୍ରୁବୀକରଣ ଏହାକୁ ସଂକ୍ରମଣ ଦୃଷ୍ଟିରୁ କେଣ୍ଟ୍‌ ଭେରିଆଣ୍ଟର ସମକକ୍ଷ କରିଛି। କିନ୍ତୁ ଏହାର ଆଉ ଏକ ‘E 488K’ ଧ୍ରୁବୀକରଣ ମଧ୍ୟ ଘଟିଛି। ବୈଜ୍ଞାନିକମାନେ ଏହାକୁ ‘ଅତର୍କିତ ପଳାୟନ ବିକଳ୍ପ’ ବା ‘ଏସ୍‌କେପ୍‌ ମ୍ୟୁଟେସନ’ ବୋଲି କହୁଛନ୍ତି। କାରଣ, ଏହା ଭୂତାଣୁଟିକୁ ଆଗରୁ ଘଟିଥିବା ସଂକ୍ରମଣ ଯୋଗୁଁ ବିକଶିତ ହୋଇଥିତ୍ବା ରୋଗ ପ୍ରତିରୋଧକଶକ୍ତିକୁ ପରାସ୍ତ କରିବାକୁ ଏବଂ ଟିକାକୁ କମ୍‌ ଫଳପ୍ରଦ କରିବାରେ ସାହାଯ୍ୟ କରେ।
ବ୍ରାଜିଲ୍‌ ଭେରିଆଣ୍ଟ : ବିଗତ (୨୦୨୦) ଡିସେମ୍ବର ମାସରେ ଏଠାରେ ଚିହ୍ନଟ ହୋଇଥିଲେ କୋଭିଡ୍‌ ୧୯ ଭୂତାଣୁର ଦୁଇଟି ଭେରିଆଣ୍ଟ- ‘ପି-୧’ ଏବଂ ‘ପି-୨’। ତନ୍ମଧ୍ୟରୁ ‘ପି-୧’ ଭୂତାଣୁଟି (ବି.୧.୧.୨୮) ପ୍ରଥମେ ବ୍ରାଜିଲର ମାନାଅସ୍‌ଠାରେ ଦେଖାଯାଇଥିଲା। ଏହାର ‘E488K’ ସମେତ ଆଉ ତିନୋଟି ଧ୍ରୁବୀକରଣ ଘଟିବା ହେତୁ କଣ୍ଟକ ରୂପଧାରୀ ପ୍ରୋଟିନ୍‌ରେ ଅନେକ ପରିବର୍ତ୍ତନ ଆସିଛି। ମାନାଅସ୍‌ଠାରେ ପୁନଃ ସଂକ୍ରମଣ ଫଳରେ ଆସିଥିବା ରୋଗର ଦ୍ୱିତୀୟ ଲହରିର ଏହା ହିଁ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ‘ପି-୨’ଠାରେ କେବଳ ‘E488K’ ଧ୍ରୁବୀକରଣ ଘଟିଛି। ଏଣୁ ଏହା ବିଶେଷ ମାରାତ୍ମକ ହୋଇପାରି ନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ, ଧ୍ରୁବୀକରଣର ନାମଗୁଡ଼ିକ ଭୂତାଣୁର ଜିନୀୟ ଅନୁକ୍ରମରେ ଆସିଥିବା ପରିବର୍ତ୍ତନର ସୂଚନା ଦିଏ। ଏଣୁ ‘N501 Y’ ର ଅର୍ଥ ହେଲା କଣ୍ଟକରୂପୀ (ସ୍ପାଇକ୍‌) ପ୍ରୋଟିନର ୫୦୧ତମ ‘ଆମିନୋ ଅମ୍ଳ N’ (ଆସ୍‌ପାରଜିନ୍‌) ପରିବର୍ତ୍ତିତ ହୋଇଯାଇଛି Y(ଟାଇରୋସିନ୍‌)କୁ। ସେହିପରି ‘E488K’ରେ ଏହାର ୪୮୪ତମ ଆମିନୋ ଅମ୍ଳ E(ଗ୍ଲୁଟାମିକ୍‌ ଏସିଡ୍‌) ବଦଳିଯାଇଛି K(ଲାଇସିନ୍‌)କୁ।
ଉପରୋକ୍ତ ଭେରିଆଣ୍ଟଗୁଡ଼ିକ ଆମ ଦେଶର ଅନେକ ସ୍ଥାନରେ ଚିହ୍ନଟ କରାଗଲାଣି। ବର୍ତ୍ତମାନ ଏଠାରେ ଦିଆଯାଉଥିବା କୋଭିଡ ୧୯ ପାଇଁ ଟିକା ଏଗୁଡ଼ିକ ପ୍ରତି ବିଶେଷ ଫଳପ୍ରଦ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ତଥାପି ଆମେ ତାହା ଯଥାଶୀଘ୍ର ନେଇଯିବା ଉଚିତ ବୋଲି ବିଶେଷଜ୍ଞମାନଙ୍କ ମତ। କାରଣ ତଦ୍ଦ୍ବାରା ଆମେ ସଂକ୍ରମିତ ହେବାରୁ ସମ୍ପୂର୍ଣ୍ଣ ସୁରକ୍ଷା ନ ପାଇଲେ ମଧ୍ୟ ଏହାର ସମ୍ଭାବନା ଅନ୍ତତଃ ୫୦ରୁ ୬୦ ପ୍ରତିଶତ ହ୍ରାସ ପାଇବ। ଏଥିସହିତ ମାସ୍କର ବ୍ୟବହାର, ସାବୁନ ପାଣିରେ ହାତଧୁଆ ବା ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ଆଦି ସତର୍କତା ଅବଲମ୍ବନ ଚାଲୁ ରଖିବାକୁ ପଡ଼ିବ, ସମଗ୍ର ବିଶ୍ୱ କୋଭିଡ୍‌ ୧୯ରୁ ସମ୍ପୂର୍ଣ୍ଣ ମୁକ୍ତ ହେଲା ପର୍ଯ୍ୟନ୍ତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର,
ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭

 


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri