କୋଭିଡ୍‌-୧୯, ଗୋଷ୍ଠୀ ପ୍ରତିପିଣ୍ଡ ଓ ଟିକା

କରୋନା (କୋଭିଡ୍‌-୧୯) ଆକ୍ରାନ୍ତରେ ଭାରତ ବିଶ୍ୱକୁ ଅତିକ୍ରମ କଲାଣି। ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଅନ୍ୟପକ୍ଷରେ ଏହି ମହାମାରୀ ଗୋଷ୍ଠୀ ସଂକ୍ରମଣରେ ପରିଣତ ହେଲାଣି। ଅନେକ ସୁସ୍ଥ ଯୁବକଙ୍କ ଦେହରେ ପ୍ରତିପିଣ୍ଡ (ଆଣ୍ଟିବଡି) ଆପେ ତିଆରି ହେଉଛି। ତେଣୁ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଯେତେ ଅଧିକ ପରୀକ୍ଷା ହେବ ସେହି ଅନୁପାତରେ ରୋଗୀ ସଂଖ୍ୟା ବୃଦ୍ଧି ହେବ। ଗୋଟିଏ ଗୋଷ୍ଠୀର ଅନେକ ଲୋକ ଦେହରେ ରୋଗ ପ୍ରତିରୋଧ ଆଣ୍ଟିବଡି ତିଆରି ହେଲେ ତାହାକୁ ‘ଗୋଷ୍ଠୀ ଇମ୍ୟୁନିଟି’ କୁହାଯାଏ। ଏହା ଏକ ପ୍ରାକୃତିକ ପଦ୍ଧତି। ଏହି ସମୟରେ ରୋଗ ସଂକ୍ରମଣ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ହୁଏ ନାହିଁ। ଆଣ୍ଟିବଡି ହେଉଛି ଏକ ପ୍ରକାର ପ୍ରୋଟିନ୍‌। ଭୂତାଣୁ କିମ୍ବା ଜୀବାଣୁ ସଂକ୍ରମଣ ହେଲେ ରକ୍ତରେ ଥିବା ଶ୍ୱେତ କଣିକା (ପ୍ଲାଜମା ସେଲ୍‌) ଉକ୍ତ ଅଣୁ ଜୀବକୁ ମାରିବା ପ୍ରତିପିଣ୍ଡ ତିଆରି କରେ। ଏହା ଭବିଷ୍ୟତ ସଂକ୍ରମଣକୁ ମଧ୍ୟ ପ୍ରତିହତ କରେ। ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରେ।
ଇମ୍ୟୁନିଟି ହୋଇଥିଲେ ଟିକାର ଆବଶ୍ୟକତା ପଡି ନ ଥାଏ। ଟିକା ନେଲେ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ। କିନ୍ତୁ ରୋଗର ଯନ୍ତ୍ରଣା ଓ ଲକ୍ଷଣ ସୃଷ୍ଟି ହୁଏ ନାହିଁ। ଟିକା ହେଉଛି ଜୀବାଣୁ କିମ୍ବା ଭୂତାଣୁର ପ୍ରୋଟିନ୍‌। ଏହାକୁ ବିଭିନ୍ନ ପଦ୍ଧତିରେ ନିଷ୍କ୍ରିୟ କରାଯାଏ। ଫଳରେ ରୋଗର ନିଦାନ ଦେଖାଯାଏ ନାହିଁ। ଠିକ ଉପାୟରେ ପ୍ରସ୍ତୁତ ହୋଇ ନ ଥିଲେ ମଧ୍ୟ ସେହି ରୋଗ ସଂକ୍ରମିତ ହୁଏ। କରୋନା ଭୂତାଣୁ ଦେହରେ ବିଭିନ୍ନ ପ୍ରକାର ପ୍ରୋଟିନ୍‌ ଥାଏ । ତେଣୁ ପ୍ରୋଟିନ୍‌କୁ ନେଇ ପ୍ରସ୍ତୁତ ଟିକା ସବୁ ପ୍ରକାର ଭୂତାଣୁ ପାଇଁ କାମ କରିବ ନାହିଁ। ୨୦୦୨ ମସିହାରେ ‘ସାରସ କୋଭିଡ-୨’ ସଂକ୍ରମଣ ସାର୍ବଦେଶିକ ହୋଇଥିଲା। ୨୦୦୯ରେ ଏହାର ପୁନରାବୃତ୍ତି ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଟିକା ପ୍ରସ୍ତୁତ ହୋଇପାରିନାହିଁ। ଡେଙ୍ଗୁ, ସ୍ବାଇନ୍‌ ଫ୍ଲୁ, ଜୀକା ଭୂତାଣୁ ଓ ଏଚ.ଆଇ.ଭି.ର ସଫଳ ଟିକା ଉପଲବ୍ଧ ହୋଇନାହିଁ। ସମୟ କହିବ କୋଭିଡ୍‌-୧୯ର ଟିକା କେବେ ମିଳିବ।
ସର୍ଭେ’ ଦ୍ୱାରା ଗୋଟିଏ ଗୋଷ୍ଠୀର କେତେ ପ୍ରତିଶତ ଲୋକଙ୍କ ରକ୍ତରେ କୋଭିଡ୍‌-୧୯ର ଆଣ୍ଟିବଡି ରହିଛି ତାହା ଜାଣିହୁଏ। ଏହା ରୋଗ ପ୍ରତିରୋଧକ ଶକ୍ତିର ନିର୍ଣ୍ଣାୟକ। ସବୁ ଦେଶରେ ଏହା କରାଯାଉଛି। ଉକ୍ତ ଆଣ୍ଟିବଡି ଥିବା ବ୍ୟକ୍ତିକୁ ଭୂତାଣୁ ସଂକ୍ରମଣ ହୋଇପାରିବ ନାହିଁ। ଜୁନ ୨୭ରୁ ଜୁଲାଇ ୫ ମଧ୍ୟରେ ଦିଲ୍ଲୀରେ ୨୨ ହଜାର ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୨୩.୪ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ଦେଖିବାକୁ ମିଳିଲା। ଦ୍ୱିତୀୟ ଥର ନମୁନା ପରୀକ୍ଷାରୁ ଏହାର ସଂଖ୍ୟା ବହୁଗୁଣିତ ହୋଇଥିବା ଜଣାପଡିଲା। ସଂକ୍ରମିତ ରୋଗୀର ପରିମାଣ ୧୨.୨ ପ୍ରତିଶତରୁ ୬.୧ ପ୍ରତିଶତକୁ ଖସି ଆସିଲା। ଏହା ଗୋଷ୍ଠୀ ସଂକ୍ରମଣର ସୂଚକ। ମୁମ୍ବାଇରେ ଜୁଲାଇ ପ୍ରଥମ ସପ୍ତାହରେ ଆଣ୍ଟିବଡି ସର୍ବେକ୍ଷଣ କରାଯାଇଥିଲା। ବସ୍ତି ଅଧିବାସୀଙ୍କର ୫୭ ପ୍ରତିଶତ ଆଣ୍ଟିବଡି ଥିବା ବେଳେ ଅଣବସ୍ତିଙ୍କର ୧୬ ଥିଲା। ଦୁଇ ସପ୍ତାହ ପରେ ବସ୍ତି ବାସିନ୍ଦାଙ୍କର ୭୦ ପ୍ରତିଶତକୁ ବୃଦ୍ଧି ହେଲା। ତେଣୁ ରୋଗ ସଂକ୍ରମଣ କମିଗଲା। ୨୦୦ ନିୟୁତରୁ ଅଧିକ ଲୋକ କୋଭିଡ୍‌-୧୯ରୁ ରୋଗମୁକ୍ତ ହେଲା ପରେ ଏହାର ସଂକ୍ରମଣ ସ୍ଥିର ହୋଇ ରହିବ-ଏହା ବିଶେଷଜ୍ଞ ମତ।
କୋଭିଡ୍‌-୧୯ ରୋଗମୁକ୍ତ ବ୍ୟକ୍ତିର ରକ୍ତରସ (ପ୍ଲାଜମା) ଆକ୍ରାନ୍ତ ରୋଗୀକୁ ଦେଲେ ସେ ଶୀଘ୍ର ଆରୋଗ୍ୟ ହେଉଛି। ଅକ୍ସିଜେନର ଆବଶ୍ୟକତା କମି ଯାଉଛି। ଏହାକୁ ‘ପ୍ଲାଜମା ଥେରାପି’ କୁହାଯାଏ। ସୁସ୍ଥ ରୋଗୀର ରକ୍ତରେ ବହୁତ ଆଣ୍ଟିବଡି ରହିଥାଏ। ଏହା ହେଉଛି ‘ଇମ୍ୟୁନୋଗ୍ଲୋବିନ୍‌-ଜି’। ରୋଗୀ ରକ୍ତରେ ଥିବା ଭୂତାଣୁମାନଙ୍କୁ ମାରିଦିଏ। ଆଣ୍ଟିବାୟୋଟିକ୍‌ର ଆବଶ୍ୟକତା ପଡେନାହିଁ। ବୟସ୍କ ବ୍ୟକ୍ତିଙ୍କର ଶରୀର ଆଣ୍ଟିବଡି ତିଆରି ପାଇଁ ସକ୍ଷମ ନୁହେଁ। ସେମାନେ ଅନେକ ପ୍ରକାର ରୋଗଗ୍ରସ୍ତ ତେଣୁ ମୃତ୍ୟୁହାର ଅଧିକ। ତାଙ୍କର ଚିକିତ୍ସା ପାଇଁ ପ୍ଲାଜମା ଓ ଅକ୍ସିଜେନ୍‌ ଥେରାପି ଅନିବାର୍ଯ୍ୟ। କାଳକ୍ରମେ କୋଭିଡ୍‌-୧୯ର ଉତ୍ପାତ କମିଯିବ। ଜନସାଧାରଣଙ୍କ ଦେହରେ ଆଣ୍ଟିବଡି ବୃଦ୍ଧି ପାଇବ। କୋଭିଡ୍‌-୧୯ ରହିବ ଏବଂ ଆମେ ତାହା ସହ ରହିବା।

ଡା. ଦ୍ୱିଜେଶ କୁମାର ପଣ୍ଡା
-ନିଦାନ ଓ ଅଣୁଜୀବ ବିଶେଷଜ୍ଞ
ପ୍ଲଟ ନଂ-୧୨
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : (୦୬୭୪) ୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri