କୋଭିଡ୍‌ ୧୯: ଧ୍ରୁବୀକରଣ ସମସ୍ୟା

ବିଗତ କିଛି ମାସ ଧରି ଆମ ଦେଶରେ କୋଭିଡ୍‌ ୧୯ ସଂକ୍ରମଣ ହ୍ରାସ ପାଇଥିଲାବେଳେ ଏବେ ପୁଣି କେରଳ, ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ସ୍ଥାନରେ ଏହା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ ଟିକାଦାନ ପ୍ରକ୍ରିୟା କ୍ରମେ ବ୍ୟାପକ ହେବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଲୋକଙ୍କଠାରେ ଏ ଭୂତାଣୁ ପ୍ରତି ପ୍ରାକୃତିକ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବା ମନରେ କିଛିଟା ଆଶା ସଞ୍ଚାର କରୁଛି। ତେବେ, ଏ କ୍ଷେତ୍ରରେ ଏ ନୂତନ ସମସ୍ୟା ରୂପେ ମୁଣ୍ଡ ଟେକିଛି ଲୋକଙ୍କଠାରେ ମୂଳ ଭୂତାଣୁର ତିନୋଟି ବିଷୟ ଧ୍ରୁବୀକରଣ ହୋଇଥିବା ପ୍ରତିରୂପ ବା ମଧୁଟାଣ୍ଟଙ୍କ ସନ୍ଧାନ। ଏଗୁଡ଼ିକ ସୃଷ୍ଟି ହୋଇଛନ୍ତି ବ୍ରିଟେନର କେଣ୍ଟ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ର ମାନାଅସ୍‌ଠାରେ। ବର୍ତ୍ତମାନ ଆମ ଦେଶରେ ଏଗୁଡ଼ିକର ସଂକ୍ରମଣ ସୀମିତ ଅଛି ସତ, କିନ୍ତୁ ତାହା ଯଦି ବ୍ୟାପକ ହୁଏ, ତା’ହେଲେ ଏ ଟିକା କେତେଦୂର ଫଳପ୍ରଦ ହେବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସ୍ବାଭାବିକ। ସେହିପରି କେତେକଙ୍କଠାରେ ସୃଷ୍ଟି ହୋଇଥିବା ପ୍ରାକୃତିକ ପ୍ରତିରୋଧ ଶକ୍ତି ମଧ୍ୟ ଏଗୁଡ଼ିକଠାରୁ ସୁରକ୍ଷା ଦେବା ସମ୍ଭବ ହୋଇ ନ ପାରେ ବୋଲି ମନେ କରାଯାଉଛି।
ଧ୍ରୁବୀକରଣ ବା ମ୍ୟୁଟେସନ ଘଟିଥାଏ କୌଣସି ଜୀବର ଜିନୀୟ ଅନୁକ୍ରମରେ ପରିବର୍ତ୍ତନ ହେତୁ ସାଧାରଣତଃ ପରିବେଶ ପ୍ରଭାବରୁ। ଭୂତାଣୁମାନଙ୍କ କ୍ଷେତ୍ରରେ ଏହା ଦ୍ରୁତ ଏବଂ ରହଣି। ସେମାନେ ବଂଶ ବିସ୍ତାର ସମୟରେ ନିଜର ନିକୃଷ୍ଟ ପ୍ରତିରୂପମାନ ଉତ୍ପନ୍ନ କରିବା ଫଳରେ ଏପରି ଘଟେ। ତେଣୁ ସେମାନେ ନୂତନ ରୂପ ଧାରଣ କରନ୍ତି। ଏହାଙ୍କୁ କୁହନ୍ତି ବିକଳ୍ପ ବା ଭେରିଆଣ୍ଟ। ତେବେ ଏହି ଭେରିଆଣ୍ଟ୍‌ରେ ବହୁବାର ଧ୍ରୁବୀକରଣ ଘଟିଲେ ଏହାର ଆଚରଣ ବହୁମାତ୍ରାରେ ବଦଳିଯାଏ। ତାହାକୁ କୁହାଯାଏ ନୂତନ ବଂଶ ବା ଷ୍ଟ୍ରେନ। ଜିନୀୟ ଧ୍ରୁବୀକରଣ ହେତୁ ସୃଷ୍ଟି ହେଉଥିବା ନୂତନ ଭେରିଆଣ୍ଟମାନଙ୍କ ମଧ୍ୟରୁ ଅନେକ ଗୁରୁତ୍ୱହୀନ। ସେଗୁଡ଼ିକ ଆମଠାରେ ରୋଗ ସୃଷ୍ଟି କରିପାରନ୍ତି ନାହିଁ। ଏପରି କି ତହିଁର କେତେକ ମୂଳ ଭୂତାଣୁ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରନ୍ତି। ଅନ୍ୟଗୁଡ଼ିକ ମାରାତ୍ମକ ହୋଇଥାନ୍ତି ଏବଂ ଖୁବ୍‌ ଶୀଘ୍ର ବ୍ୟାପିଥାନ୍ତି। ଏପରି କି ଥରେ ସଂକ୍ରମିତ ହୋଇଥିବା ଲୋକର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଅତିକ୍ରମ କରି ତାହାକୁ ପୁନଃ ସଂକ୍ରମଣ କରିପାରନ୍ତି। ଉଦାହରଣ ସ୍ବରୂପ, ବର୍ତ୍ତମାନର ମୂଳ ‘କୋଭିଡ୍‌-୧୯’ ଭୂତାଣୁର ପ୍ରାୟ ୪୦୦ରୁ ଅଧିକ ଚଉରିଆଣ୍ଟ ସୃଷ୍ଟି ହୋଇ ସାରିଲେଣି। ତେବେ, ତନ୍ମଧ୍ୟରୁ ୩/୪ଟି ‘ମାରାତ୍ମକ’ ବା ଭେରିଆଣ୍ଟ ଅଫ୍‌ କନସର୍ଣ୍ଣ ବୋଲି କୁହାଯାଏ, କେଣ୍ଟ (ବ୍ରିଟେନ୍‌), ଦକ୍ଷିଣଆଫ୍ରିକା ଏବଂ ବ୍ରାଜିଲ (ମାନାଅସ୍‌)ଠାରେ ଦେଖାଦେଇଥିବା ଭେରିଆଣ୍ଟମାନେ ଏବର ଶ୍ରେଣୀର।
କେଣ୍ଟ୍‌ ଭେରିଆଣ୍ଟ : ପ୍ରଥମେ ଏହା ବି୍ରିଟେନ୍‌ର କେଣ୍ଟ୍‌ଠାରେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିଲା। ମୂଳ ଭୂତାଣୁରେ ୧୭ଟି ଧ୍ରୁବୀକରଣ ଘଟିବା ଫଳରେ ଏହା ସୃଷ୍ଟି ହୋଇଥିଲା, ଯାହା କି ନଭେମ୍ବର ଶେଷ ବେଳକୁ ବାଡ଼ବାଗ୍ନୀ ଭଳି ଅନ୍ୟ ଦେଶମାନଙ୍କୁ ମାଡ଼ିଗଲା। ‘ବି.୧.୧.୭’ ରୂପେ ନାମିତ ଏହି ଭୂତାଣୁକୁ ଏକ ‘ମହାବିସ୍ତାରକାରୀ’ରେ ପରିଣତ କରିବାରେ ମୁଖ୍ୟ ଧ୍ରୁବୀକରଣକୁ ‘N501r ’ବୋଲି କୁହାଯାଏ। ଦକ୍ଷିଣଆଫ୍ରିକା ଏବଂ ବ୍ରାଜିଲ୍‌ ଭେରିଆଣ୍ଟ୍‌ରେ ମଧ୍ୟ ଏହା ଦେଖାଯାଏ। ଏଥିରେ ଭୂତାଣୁର ତାହାକୁ ମଣିଷର ଜୀବକୋଷ ସହ ସଂଯୁକ୍ତ କରୁଥିବା କଣ୍ଟକରୂପୀ ପ୍ରୋଟିନ୍‌ରେ ପରିବର୍ତ୍ତନ ଆସେ। ଫଳରେ ମୂଳ ‘କୋଭିଡ -୧୯’ ଭୂତାଣୁ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ସଂକ୍ରାମକ ପାଲଟିଯାଏ ଏବଂ ମୃତ୍ୟୁର ଆଶଙ୍କା ୩୦ ପ୍ରତିଶତ ବୃଦ୍ଧି କରେ ବୋଲି ବୈଜ୍ଞାନିକମାନଙ୍କ ମତ।
ଦକ୍ଷିଣ ଆଫ୍ରିକା ଭେରିଆଣ୍ଟ : ଏହା (ବି.୧.୧୫୧) ଚିହ୍ନଟ ହୋଇଥିଲା ଅକ୍ଟୋବର, ୨୦୨୦ରେ। ପ୍ରାୟ ୧୦ଟି ଧ୍ରୁବୀକରଣ ହେତୁ ସୃଷ୍ଟି ହୋଇଥିବା ଏ ଭୂତାଣୁ ଦକ୍ଷିଣ ଆଫ୍ରିକାର ପ୍ରାୟ ୮୦ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ। ବର୍ତ୍ତମାନ ଏହା ଅତିକମ୍‌ରେ ୩୨ଟି ଦେଶକୁ ବ୍ୟାପିସାରିଛି। ଏଥିରେ ଘଟିଥିବା ‘N501r’ ଧ୍ରୁବୀକରଣ ଏହାକୁ ସଂକ୍ରମଣ ଦୃଷ୍ଟିରୁ କେଣ୍ଟ୍‌ ଭେରିଆଣ୍ଟର ସମକକ୍ଷ କରିଛି। କିନ୍ତୁ ଏହାର ଆଉ ଏକ ‘E 488K’ ଧ୍ରୁବୀକରଣ ମଧ୍ୟ ଘଟିଛି। ବୈଜ୍ଞାନିକମାନେ ଏହାକୁ ‘ଅତର୍କିତ ପଳାୟନ ବିକଳ୍ପ’ ବା ‘ଏସ୍‌କେପ୍‌ ମ୍ୟୁଟେସନ’ ବୋଲି କହୁଛନ୍ତି। କାରଣ, ଏହା ଭୂତାଣୁଟିକୁ ଆଗରୁ ଘଟିଥିବା ସଂକ୍ରମଣ ଯୋଗୁଁ ବିକଶିତ ହୋଇଥିତ୍ବା ରୋଗ ପ୍ରତିରୋଧକଶକ୍ତିକୁ ପରାସ୍ତ କରିବାକୁ ଏବଂ ଟିକାକୁ କମ୍‌ ଫଳପ୍ରଦ କରିବାରେ ସାହାଯ୍ୟ କରେ।
ବ୍ରାଜିଲ୍‌ ଭେରିଆଣ୍ଟ : ବିଗତ (୨୦୨୦) ଡିସେମ୍ବର ମାସରେ ଏଠାରେ ଚିହ୍ନଟ ହୋଇଥିଲେ କୋଭିଡ୍‌ ୧୯ ଭୂତାଣୁର ଦୁଇଟି ଭେରିଆଣ୍ଟ- ‘ପି-୧’ ଏବଂ ‘ପି-୨’। ତନ୍ମଧ୍ୟରୁ ‘ପି-୧’ ଭୂତାଣୁଟି (ବି.୧.୧.୨୮) ପ୍ରଥମେ ବ୍ରାଜିଲର ମାନାଅସ୍‌ଠାରେ ଦେଖାଯାଇଥିଲା। ଏହାର ‘E488K’ ସମେତ ଆଉ ତିନୋଟି ଧ୍ରୁବୀକରଣ ଘଟିବା ହେତୁ କଣ୍ଟକ ରୂପଧାରୀ ପ୍ରୋଟିନ୍‌ରେ ଅନେକ ପରିବର୍ତ୍ତନ ଆସିଛି। ମାନାଅସ୍‌ଠାରେ ପୁନଃ ସଂକ୍ରମଣ ଫଳରେ ଆସିଥିବା ରୋଗର ଦ୍ୱିତୀୟ ଲହରିର ଏହା ହିଁ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ‘ପି-୨’ଠାରେ କେବଳ ‘E488K’ ଧ୍ରୁବୀକରଣ ଘଟିଛି। ଏଣୁ ଏହା ବିଶେଷ ମାରାତ୍ମକ ହୋଇପାରି ନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ, ଧ୍ରୁବୀକରଣର ନାମଗୁଡ଼ିକ ଭୂତାଣୁର ଜିନୀୟ ଅନୁକ୍ରମରେ ଆସିଥିବା ପରିବର୍ତ୍ତନର ସୂଚନା ଦିଏ। ଏଣୁ ‘N501 Y’ ର ଅର୍ଥ ହେଲା କଣ୍ଟକରୂପୀ (ସ୍ପାଇକ୍‌) ପ୍ରୋଟିନର ୫୦୧ତମ ‘ଆମିନୋ ଅମ୍ଳ N’ (ଆସ୍‌ପାରଜିନ୍‌) ପରିବର୍ତ୍ତିତ ହୋଇଯାଇଛି Y(ଟାଇରୋସିନ୍‌)କୁ। ସେହିପରି ‘E488K’ରେ ଏହାର ୪୮୪ତମ ଆମିନୋ ଅମ୍ଳ E(ଗ୍ଲୁଟାମିକ୍‌ ଏସିଡ୍‌) ବଦଳିଯାଇଛି K(ଲାଇସିନ୍‌)କୁ।
ଉପରୋକ୍ତ ଭେରିଆଣ୍ଟଗୁଡ଼ିକ ଆମ ଦେଶର ଅନେକ ସ୍ଥାନରେ ଚିହ୍ନଟ କରାଗଲାଣି। ବର୍ତ୍ତମାନ ଏଠାରେ ଦିଆଯାଉଥିବା କୋଭିଡ ୧୯ ପାଇଁ ଟିକା ଏଗୁଡ଼ିକ ପ୍ରତି ବିଶେଷ ଫଳପ୍ରଦ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ତଥାପି ଆମେ ତାହା ଯଥାଶୀଘ୍ର ନେଇଯିବା ଉଚିତ ବୋଲି ବିଶେଷଜ୍ଞମାନଙ୍କ ମତ। କାରଣ ତଦ୍ଦ୍ବାରା ଆମେ ସଂକ୍ରମିତ ହେବାରୁ ସମ୍ପୂର୍ଣ୍ଣ ସୁରକ୍ଷା ନ ପାଇଲେ ମଧ୍ୟ ଏହାର ସମ୍ଭାବନା ଅନ୍ତତଃ ୫୦ରୁ ୬୦ ପ୍ରତିଶତ ହ୍ରାସ ପାଇବ। ଏଥିସହିତ ମାସ୍କର ବ୍ୟବହାର, ସାବୁନ ପାଣିରେ ହାତଧୁଆ ବା ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ଆଦି ସତର୍କତା ଅବଲମ୍ବନ ଚାଲୁ ରଖିବାକୁ ପଡ଼ିବ, ସମଗ୍ର ବିଶ୍ୱ କୋଭିଡ୍‌ ୧୯ରୁ ସମ୍ପୂର୍ଣ୍ଣ ମୁକ୍ତ ହେଲା ପର୍ଯ୍ୟନ୍ତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର,
ଭୁବନେଶ୍ୱର-୩୦
ମୋ: ୯୯୩୭୯୮୫୭୬୭

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri