ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ମାସରୁ ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଗଞ୍ଜାମ ଜିଲାପାଳ, ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ନେଇନାହାନ୍ତି ସେମାନଙ୍କୁ କୋଭାକ୍ସିନ ଦିଆଯିବ। ଯେଉଁମାନେ କୋଭିସିଲ୍ଡ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ କୋଭିସିଲ୍ଡ ଯୋଗାଇ ଦିଆଯିବ। ଦ୍ୱିତୀୟ ଡୋଜ କୋଭିସିଲ୍ଡ ଟିକା କେତେ ଆବଶ୍ୟକ ତାହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ଯେଉଁମାନେ କୋଭିସିଲ୍ଡର ପ୍ରଥମ ଡୋଜ ନେଇଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଦ୍ୱିତୀୟ ଡୋଜ କୋଭିସିଲ୍ଡ ଟିକାକରଣ କରିବାକୁ ପରାମର୍ଶ ଦିଆଯାଇଛି। ତେବେ କୌଣସି ପରିସ୍ଥିତିରେ କୋଭାକ୍ସିନ ଓ କୋଭିସିଲ୍ଡକୁ ଅଦଳବଦଳ କରି ନ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କୋଭାକ୍ସିନ ଟିକାକରଣ କରିବା ପୂର୍ବରୁ ସ୍ବାସ୍ଥ୍ୟ କର୍ମୀମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା-ପୁରୀ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ଦାବି

ବାରିପଦା ଅଫିସ,୨୫ା୨: ମୟୂରଭଞ୍ଜ ଜିଲାକୁ ପର୍ଯ୍ୟଟକଙ୍କ ଗମନାଗମନ ନିମନ୍ତେ ସିଧାସଳଖ ବାଙ୍ଗରିପୋଷିରୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ନିୟମିତ ରେଳ ଚଳାଚଳ କରିବାକୁ ଜିଲାବାସୀ ବାରମ୍ବାର ଦାବି...

ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.)୧୪ ।୧୧କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ...

ଜଙ୍ଗଲ ଜମିରୁ ଗଛ କାଟିବା ମହଙ୍ଗା ପଡ଼ିଲା

କେନ୍ଦ୍ରାପଡ଼ା ଅଫିସ, ୧୮।୧୧: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପରେ ଏକ ବଡଧରଣର ପରିବର୍ତ୍ତନ ହେବାକୁ ଯାଉଛି। ପ୍ରକଳ୍ପ ସ୍ଥାନ...

କରୋନାକୁ ହରାଇଲେଣି ୯୫ ପୋଲିସ କର୍ମଚାରୀ: ହିରୋ କହି ପ୍ରଶଂସା କଲେ ଡିଜିପି ଅଭୟ

କଟକ ଅଫିସ,୨୦ା୭: କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ୯୫ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେଣି। ଏହି କରୋନା ଯୋଦ୍ଧାଙ୍କ...

ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଅଚଳ:ପାଣି ପାଉ ନାହାନ୍ତି ଗ୍ରାମବାସୀ

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତ ଅଧିନର ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଯୋଜନା ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୫ଦିନ ହେବ...

ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ

ରଣପୁର,୨୯।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଖତିଆ ଭଞ୍ଜସାହିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଜଣେ ୪ ବର୍ଷର ଶିଶୁଙ୍କ ରବିବାର ମୃତ୍ୟୁ ଘଟିଛି । ସେ...

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଜଳେଶ୍ୱର, ୨୪।୧(ଡି.ଏନ.ଏ./ସ୍ବ.ପ୍ର)-ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆ ଛକରେ ଶୁକ୍ରବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଧାନସିମୁଳିଆ ଗ୍ରାମର ଅଜୟ ଭୂୟାଁଙ୍କ ମୃତ୍ୟୁ ଘଟିଛି। ଅଜୟ ସାଇକେଲରେ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ...

Advertisement
Archives

Model This Week